କାହିଁକି ଅଙ୍ଗୁର ଫ୍ଲେଭର ଆଇସକ୍ରିମ୍ ନାହିଁ ?

ଆଇସକ୍ରିମ୍ ଖାଇବାକୁ କାହାକୁ ବା ଭଲ ନଲାଗେ । ଆଇସକ୍ରିମ୍ କେବଳ ଏକ ଖରାଦିନିଆ ଆଇଟମ୍ ହୋଇନାହିଁ ଶୀତ ରାତିରେ ବି ଲୋକ ଏହାକୁ ନିର୍ଦ୍ଦ୍ବନ୍ଦ୍ବରେ ଖାଆନ୍ତି । କିନ୍ତୁ ପସନ୍ଦ ଫ୍ଲେବର ନେଇ ଥାଏ । କିଏ ଚକଲେଟ୍, କିଏ ଭାନିଲା, ବଟରସ୍କଚ୍, ପାଇନଆପୁଲ, ଲିଚି ତ ଆଉ କାହାର ପସନ୍ଦ ମ୍ୟାଙ୍ଗୋ ଫ୍ଲେବର । କିନ୍ତୁ କେବେ ଭାବିଛନ୍ତି ଅଙ୍ଗୁର ଫ୍ଲେବରର ଆଇସକ୍ରିମ୍ କାହିଁକି କେଉଁଠି ମିଳେନି । ଯେତେବେଳେ ସାରା ଦୁନିଆ ଆଇସକ୍ରିମ୍କୁ ନେଇ ବିଭିନ୍ନ ଏକ୍ସପେରିମେଣ୍ଟ କରୁଛି ସେଠି ଅଙ୍ଗୁର ଆଇସକ୍ରିମ୍ କାହିଁକି ଉପଲବ୍ଧ ନାହିଁ । ରିପୋର୍ଟ କହୁଛି, ଅନେକ ଥର ଅଙ୍ଗୁର ଆଇସକ୍ରିମ୍ ପାଇଁ ଲୋକ ଚେଷ୍ଟା କରିଛନ୍ତି କିନ୍ତୁ ସେତେଟା ସଫଳତା ମିଳିନି । ଏଥିପାଇଁ ଅଙ୍ଗୁର ବା ଏହି ଫ୍ଲେବରର ଆଇସକ୍ରିମ୍ ମିଳୁନାହିଁ । ତେବେ କେଉଁଥିପାଇଁ ଏହା ସମ୍ଭବ ହୋଇପାରୁନି, ବିଶେଷଜ୍ଞ ଏହାକୁ ନେଇ ବତାଇଛନ୍ତି ତିନି ବଡ଼ କାରଣ

ପ୍ରଥମ ବଡ଼ କାରଣ

ଏହାର ପ୍ରଥମ କାରଣ ହେଉଛି ଏହାର ରଙ୍ଗ । ଅଙ୍ଗୁରରେ ଥାଏ ଏଥୋସାୟାନିନ କମ୍ପାଉଣ୍ଡ । ରଙ୍ଗପାଇଁ ଦାୟୀ ଏହି କମ୍ପାଉଣ୍ଡ । ଯାହା ଏକ ଶକ୍ତିଶାଳୀ ଆଣ୍ଟି ଅକ୍ସିଡେଣ୍ଟ । ଅଙ୍ଗୁରର ବ୍ୟବହାର ଆଇସକ୍ରିମ ପାଇଁ କରାଯିବା ଦ୍ବାରା ଏହି ଆଣ୍ଟିଅକ୍ସିଡାଣ୍ଟ ଭାଙ୍ଗିଯାଏ । ଯାହାର ପ୍ରଭାବ ରଙ୍ଗ ଓ ସ୍ବାଦ ଉପରେ ପଡ଼ିଥାଏ । ତେଣୁ ଅଧିକାଂଶ ଲୋକ ଅଙ୍ଗୁରରେ ତିଆରି ଥଣ୍ଡା ଜିନିଷରେ ମଧ୍ୟ କଲର ପାଇଁ କୃତ୍ରିମ ରଙ୍ଗ ବ୍ୟବହାର କରନ୍ତି ।

ଦ୍ବିତୀୟ ବଡ଼ କାରଣ..

ଅଙ୍ଗୁରରେ ଆଇସକ୍ରିମ୍ ନହେବା ପଛର ଦ୍ବିତୀୟ ବଡ଼ କାରଣ ଏହି ଫଳର ପ୍ରକୃତି । ଅଙ୍ଗୁରରେ ଥାଏ ଏସିଡ୍ ବା ଅମ୍ଳ । ତେଣୁ ଆଇସକ୍ରିମ ପାଇଁ ଡାଏରୀ ପ୍ରଡକ୍ଟରେ ଏହାର ମିଶ୍ରଣ ଫଳରେ ରାସାୟନିକ ପ୍ରକ୍ରିୟା ଘଟିଥାଏ । ଯାହା ଆଇସକ୍ରମ୍ ତିଆରି କରାଇଦିଏନି ।

ତୃତୀୟ ବଡ଼ କାରଣ

ଅଙ୍ଗୁରରେ ପାଣିର ମାତ୍ରା ଅଧିକ ଥାଏ । ଯାହାକୁ ଫଳ ଭାବେ ଖାଇବା ଦ୍ବାରା ହୁଏତ ଶରୀରରେ ପାଣିର ଅଭାବ ପୂରଣ ହୋଇଥାଏ । କିନ୍ତୁ ଏହି ଗୁଣ ଆଇସକ୍ରିମ୍ ପାଇଁ ଫିଟ୍ ନୁହେଁ । ତେଣୁ ଅଙ୍ଗୁରରେ ଆଇସକ୍ରିମ୍ ତିଆରି କଲେ ଏହା ଅଧିକ ପାଣି ଯୋଗୁଁ ବରଫ ଜମା ହୋଇଥାଏ । ତେଣୁ ବରଫ ଟୁକଡା ପାଇଁ ଲୋକଟେ ଆଇସ୍କ୍ରିମ୍କୁ ଉପଭୋଗ କରିପାରେନି ।

କିନ୍ତୁ କେବେକେବେ ଏମିତି କିଛି କଥା ଭାଏରାଲ ହୋଇଥିଲା ଯେ ଫୁଡ ଓ ଡ୍ରଗ୍ସ କଣ୍ଟ୍ରୋଲର୍ ଅଙ୍ଗୁର ଆଇସକ୍ରିମ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହି କାରଣ ପାଇଁ ଯେ, ଏହାକୁ ଖାଇବା ଦ୍ବାରା କୁକୁରଙ୍କ ମୃତ୍ୟୁ ହୋଇଯାଉଛି । କିନ୍ତୁ ସେମିତି କିଛି ଗାଇଡଲାଇନ ଜାରୀ ହୋଇନି । ଏବଂ ଏହି ତଥ୍ୟ ଅମୂଳକ ।

Leave A Reply

Your email address will not be published.