Categories: ସ୍ପେଶାଲ

ଏହି ଦେଶର ଝିଅ ମାନେ ମାସିକ ଧର୍ମ ସମୟରେ କାହିଁକି ରୁହନ୍ତି ଘର ବାହାରେ, ଜାଣନ୍ତୁ କଣ ରହିଛି ଏହା ପଛର କାରଣ

ଏବେ ଦୁନିଆ କୋଉଠି ଯାଇ କୋଉଠି ପହଞ୍ଚିଲାଣି । ଏଇ କିଛି ବର୍ଷ ଭିତରେ ଝିଅମାନେ ବି ନିଜ ନିଜ କ୍ଷେତ୍ରରେ ବେଶ ଆଗେଇ ଗଲେଣି । ଯେଉଁ ସ୍ଥାନରେ ଆଗରୁ ଝିଅ ମାନଙ୍କର ଘରୁ ପାଦ କାଢ଼ିବା କ୍ଷେତ୍ରରେ ପ୍ରତିବନ୍ଧକ ଲଗାଯାଉଥିଲା ଏବେ କିନ୍ତୁ ସେମାନଙ୍କୁ ବେଶ ସ୍ୱାଧୀନତା ମିଳିଲାଣି । ଏବେବି ପୃଥିବୀରେ ଏପରି କେତେକ ସ୍ଥାନ ଅଛି ଯେଉଁଠି ଝିଅ ମାନଙ୍କୁ ନେଇ ଲୋକଙ୍କ ମାନସିକତା ବଦଳିନାହିଁ । ଏହି ପ୍ରଥା ଆଉ କେଉଁଠି ନୁହେଁ ବରଂ ଭାରତର ପଡୋଶୀ ରାଷ୍ଟ୍ର ନେପାଳରେ ହିଁ ପାଳନ ହେଉଛି । ଏହି ଦେଶର ଝିଅ ତଥା ମହିଳା ମାନଙ୍କୁ ସେମାନଙ୍କ ମାସିକ ଧର୍ମ ସମୟରେ ଘରୁ ବାହାର କରି ଦିଆଯାଏ । ଖାଲି ସେତିକି ନୁହେଁ ସେମାନଙ୍କୁ ଏକ ଅତି ଝୋପଡୀ କୁଡ଼ିଆ ଭିତରେ ନେଇ ରଖାଯାଏ । ଏଦେଶର ସୁପ୍ରିମ କୋର୍ଟ ଏହି ପ୍ରଥା ଉପରେ ପ୍ରତିବନ୍ଧକ ଲଗାଇ ସାରିଥିଲେ ମଧ୍ୟ ଲୋକଙ୍କ ମାନସିକତା ବଦଳି ପାରିନାହିଁ ।

ଏଠିକା ଲୋକଙ୍କର ଏକ ଭ୍ରାନ୍ତ ଧାରଣା ରହିଛି ଯେ ମାସିକ ଧର୍ମ ସମୟରେ ଝିଅ ମାନେ ଅପବିତ୍ର ହୋଇଯାନ୍ତି । ଘର କାଳେ ଅପବିତ୍ର ହେବ ତେଣୁ କରି ସେମାନଙ୍କୁ ଘରୁ ବାହାରକୁ ବାହାର କରିଦିଆଯାଏ । ପିରିୟ୍ଡ଼ସ ସରିଗଲେ ସ୍ୱଚ୍ଛ କରି ସେମାନଙ୍କୁ ଘରକୁ ନିଆଯାଏ । ଏହି ପ୍ରଥା “ଛୌପଦି” ନାମରେ ପ୍ରଚଳିତ ଅଛି । ଖାଲି ସେତିକି ନୁହେଁ ଏହି ସମୟରେ ଝିଅ ତଥା ମହିଳା ମାନଙ୍କ କାମ କାର୍ଯ୍ୟରେ ମଧ୍ୟ ପ୍ରତିବନ୍ଧକ ଲଗାଯାଏ । ପୂଜା, ପାଠ କରିବା, ମନ୍ଦିର ଯିବା କାମରେ ସମ୍ପୁର୍ଣ୍ଣ ରୂପେ ବାରଣ କରାଯାଏ । ଏନେଇ କିଛି ସଂସ୍ଥା ମଧ୍ୟ ନିଜ ନିଜ ଗବେଷଣା କରି ସାରିଲେଣି । ‘ସେଣ୍ଟର ଫ୍ର ରିସର୍ଚ୍ଚ ଅନ ଏନଭାଇରନମେଣ୍ଟ ହେଲ୍ଥ ଏଣ୍ଡ ପପୁଲେସନ ଆକ୍ଟିଭିଟିଜ’ ନାମକ ଏକ ସଂସ୍ଥା ପଶ୍ଚିମ ନେପାଳର ୪୦୦ କିଶୋରୀଙ୍କୁ ନେଇ ଏକ ଗବେଷଣା କରିଥିଲେ ।

ଏହି ଗବେଷଣାରୁ ଜଣା ପଡିଥିଲା କି ପ୍ରାୟ ୭୭ ପ୍ରତିଶତ ଝିଅ ଏହି ମାରାତ୍ମକ ‘ଛୌପଦି’ ପ୍ରଥା ଦେଇ ଗତି କରୁଛନ୍ତି । ସବୁଠୁ ଆଶ୍ଚର୍ଯ୍ୟର କଥା ଏହିକି ଯେ ଦେଶର ଶିକ୍ଷିତ ଆର୍ଥିକ ସ୍ୱଚ୍ଛଳ ବର୍ଗ ମଧ୍ୟ ଏହାକୁ ପାଳନ କରିଥାନ୍ତି । କିନ୍ତୁ ଗତ ବର୍ଷ ଅର୍ଥାତ ୨୦୧୮ ମସିହାରେ ଦେଶର ସୁପ୍ରିମ କୋର୍ଟ ‘ଛୌପଦି’ ପ୍ରଥାକୁ ଅପରାଧିକ ଘୋଷଣା କରିବା ସହ ଏହା ଉପରେ ପ୍ରତିବନ୍ଧ ଲଗାଇଥିଲେ । କିନ୍ତୁ ସୁପ୍ରିମ କୋର୍ଟଙ୍କ ଆଦେଶକୁ ଅବଜ୍ଞା କରି ଏବେ ବି ସେ ଦେଶରେ ଏହି କୁପ୍ରଥା ଚାଲୁ ରହିଛି ।

KNews Bureau

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

6 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

12 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

25 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago