ପୁଣ୍ୟତୋୟା ବୈତରଣୀର ଉତ୍ପତ୍ତି ପଛରେ ରହିଛି ଏହି ଧାର୍ମିକ କାହାଣୀ

ଓଡ଼ିଶାର ପ୍ରାଚୀନତା ସମ୍ପର୍କରେ ଯଦି ଅନୁଧ୍ୟାନ କରିବା ତେବେ ପୁଣ୍ୟଧାମ ଶ୍ର୍ରୀକ୍ଷେତ୍ର ଠାରୁ ଯଦି କୌଣସି ପୁରାତନ ପବିତ୍ର ଧାମିର୍କ ପୀଠସ୍ଥଳ ରହିଛି ତେବେ ତାହା ହେଉଛି ପୁଣ୍ୟତୋୟା ବୈତରଣୀ । ବୈତରଣୀ ନଦୀ ଗୋନାସିକା ପାହାଡରୁ ବାହାରି ବଙ୍ଗୋପସାଗରରେ ପଡ଼ିଛି ।

ପୌରାଣିକ ଦୃଷ୍ଟି କୋଣରୁ ଓଡ଼ିଶାର ଗଙ୍ଗା କହିଲେ ବୈତରଣୀ ନଦୀକୁ ବୁଝାଏ । ଏହି ବୈତରଣୀ ନଦୀ ଅନେକ ଲୋକମାନଙ୍କ ଜଳ କଷ୍ଟ ଦୂର କରିବା ସହିତ ସଦାସର୍ବଦା ଲୋକମାନଙ୍କ ମଙ୍ଗଳ କରି ଆସିଛି । ହେଲେ ଦର୍ଶକ ବନ୍ଧୁ ଆପଣ ଜାଣିଛନ୍ତି କି ଏହି ନଦୀର ଉତ୍ପତ୍ତି ସ୍ଥାନ କେଉଁଠି ? କାହିଁକି ଗୋ ନାକରୁ ବୈତରଣୀ ନଦୀର ପାଣି ବାହାରୁଛି ? ଗୋନାସିକା ପର୍ବତ ପଛର କାହାଣୀ କଣ ଆପଣ ଜାଣିଛନ୍ତି କି?

କେନ୍ଦୁଝର ସହର ରୁ ୩୦ କିଲୋମିଟର ଦୂରରେ ଅବସ୍ଥିତ ପୁରାଣ ପ୍ରସିଦ୍ଧ ଗୋନାସିକା ପର୍ବତ । ଗୋ ନାକରୁ ବୈତରଣୀ ନଦୀର ପାଣି ବାହାରୁ ଥିବାରୁ ଏହି ସ୍ଥାନ ଗୋନାସିକା ଦିଆଯାଇଛି । ଗୋନାସିକା ପାହାଡ଼ ବୈତରଣୀ ନଦୀର ଉତ୍ପତ୍ତି ସ୍ଥାନ । ଏଠାକୁ ପ୍ରତେକ ଦିନ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁ ଆସିଥାନ୍ତି କେବଳ ଚିରସ୍ରୋତା ବୈତରଣୀ ନଦୀ ଏବଂ ମହାଦେବଙ୍କୁ ଦର୍ଶନ କରିବାକୁ ।

ଗୋନାସିକା ପର୍ବତରେ ଥିବା ବ୍ରହ୍ମେଶ୍ୱର ମନ୍ଦିର ରହିଛି। ମନୋରମ ପାହାଡ଼ ପର୍ବତ ଏବଂ ସବୁଜ ପରିବେଶ ଭିତରେ ଅବସ୍ଥିତ ଏହି ସର୍ବପୁରାତନ ମହାଦେବଙ୍କ ମନ୍ଦିର।। ପୂଣ୍ୟତୋୟା ବୈତରଣୀ ନଦୀ କୂଳରେ ଅବସ୍ଥିତ ଏହି ଶିବ ମନ୍ଦିର । ଏହି ପ୍ରସିଦ୍ଧ ଶିବ ମନ୍ଦିର ସ୍ଵୟଂ ବ୍ରହ୍ମାଙ୍କ ଦ୍ଵାରା ପ୍ରତିଷ୍ଠିତ ହେଇଥିବାର ମନ୍ଦିର ପୂଜକ କହିଛନ୍ତି। । ଏହାକୁ ନେଇ ଏକ ସୁନ୍ଦର କିମ୍ବଦନ୍ତୀ ମଧ୍ୟ ରହିଛି ।

ଦର୍ଶକବନ୍ଧୁ ଯେତେବେଳେ ବିରଜା କ୍ଷେତ୍ରରେ ସ୍ୱଂୟ ବ୍ରହ୍ମା ଦଶ୍ୱାଶମେଧ ମହାଯଜ୍ଞେ କରୁଥିଲେ ସେତେବେଳେ ଗଙ୍ଗା ଜଳର ଆବଶ୍ୟକ ପଡିଲା ।ବ୍ରହ୍ମା ଗଙ୍ଗାମାତାକୁ ଡାକିଥିଲେ ସେ ରଜସ୍ୱିଳା ଥିବାରୁ ଗୋନାସିକାରୁ ତାଙ୍କ ସାନ ଭଉଣୀ ବୈତରଣୀକୁ ଡାକିବାକୁ କହିଥିଲେ । ବ୍ରହ୍ମାଙ୍କ ଅନୁରୋଧ ରକ୍ଷା କରି କେନ୍ଦୁଝର ଜିଲ୍ଲାର ଗୋନାସିକାରୁ ପାହାଡ଼ରୁ ପୂର୍ଣ୍ଣତୟା ବୈତରଣୀ ବାହାରିଥିଲେ । ସେହି ସମୟରେ ପାହାଡ଼ ତଳେ ଜୁଆଙ୍ଗ ଆଦିବାସୀ ମାନଙ୍କ ଏକ ପର୍ବ ଚାଲିଥାଏ । ନାଚ ଗୀତ ସହିତ ଭୋଜି ଭାତର ଆୟୋଜନ ହେଇଥାଏ । ସେଠାରେ ହଠାତ ବୈତରଣୀ ନଦୀ ପାଣି ଆସିବାରୁ ଗୋ ମୁଣ୍ତ କୁ ନେଇ ବୈତରଣୀ ନଦୀର ପାଣି ରୋକିବାକୁ ଆଦିବାସୀ ମାନେ ଦେଇଥିଲେ । ଯାହା ଫଳରେ ବୈତରଣୀ ନଦୀ ଅପବିତ୍ର ହେବା ସହିତ ସେହି ସ୍ଥାନରୁ ବୈତରଣୀ ନଦୀବନ୍ଦ ହୋଇଯାଇଥିଲା। ସେପଟେ ବୈତରଣୀ ନଦୀ ର ଜଳ ନ ଆସିବାରୁ ପୁଣି ବ୍ରହ୍ମା ବୈତରଣୀ ଦେବୀଙ୍କୁ ଡାକିଥିଲେ । ବୈତରଣୀ ଦେବୀ କହିଲେ ମୁଁ ଅପବିତ୍ର ହେଇଥିବାରୁ ଯାଇ ପାରୁ ନାହିଁ । ବ୍ରହ୍ମା ଉପାୟ ବାହାର କରି ଶିବଙ୍କୁ ଡାକିଥିଲେ। ପରେ ଏକ ଶିବ ମନ୍ଦିର ପ୍ରତିଷ୍ଠା କରିବା ସହିତ ବୈତରଣୀ ନଦୀକୁ ପ୍ରବିତ୍ର କରିଥିଲେ ।

ପୌରାଣିକ କଥା ଏପରି ମଧ୍ୟ ରହିଛି ଯେ ଏହି ଗୋନାସିକାରୁ ପୂର୍ବେ ଗୋଟିଏ ନାକରୁ ପାଣି ଅନ୍ୟ ନାକରୁ ବାଲି ବାହାରୁଥିଲା। ଲୋକଙ୍କ କହିବା ଅନୁଯାୟୀ ବୈତରଣୀ ଉକ୍ତ ସ୍ଥାନରୁ ବାହାରି ଗାଁ ବାଟ ଦେଇ ଗୁପ୍ତ ଭାବେ ପାଖାପାଖି ୩ କିଲୋମିଟର ଦୂରରେ ଥିବା ଶିବ ମନ୍ଦିରେ ବାହାରିଥିବାରୁ ଏହି ନଦୀକଚୁ ଗପ୍ତ ଗଙ୍ଗାର ଆଖ୍ୟା ଦିଆଯାଇଛି। ମହାଦେବ ବ୍ରହ୍ମେଶ୍ଵରଙ୍କୁ ଉତ୍ସର୍ଗିତ ଏହି ମନ୍ଦିରଟି ଖ୍ରୀଷ୍ଟାବ୍ଦ ୧୬୫୪-୧୬୫୮ ମଧ୍ୟରେ ରାଜା ଲକ୍ଷ୍ମୀନାରାୟଣ ଭଞ୍ଜଙ୍କ ଦ୍ଵାରା ନିର୍ମିତ ହୋଇଥିଲା ବୋଲି ଜଣାପଡ଼ିଛି। ପୂର୍ଣ୍ଣତୟା ବୈତରଣୀ ନଦୀ ସମୁଦ୍ର ଯାଇ ମିଶିଛି । ବୈତରଣୀ ନଦୀ ଅନ୍ୟ କୌଣସି ଅପବିତ୍ର ନ ହେବା ପାଇଁ ବୈତରଣୀ ନଦୀ କୂଳରେ ୧୦୮ଟି ଶିବ ମନ୍ଦିର ପ୍ରତିଷ୍ଠା ହେଇଛି । ଯାହା ଏବେବି ଦେଖିବାକୁ ମିଳେ । କୁହାଯାଏ ବୈତରଣୀର ସୃଷ୍ଟି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପାଇଁ ହୋଇଛି।। ତେଣୁ ଅତ୍ୟନ୍ତ ପୁଣ୍ୟତୋୟା ହେଉଛି ବୈତରଣୀ ନଦୀ । ଯାହାର ପୁରାଣ ଯୁଗରୁ ଖ୍ୟାତି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.