AA ଓ AAA ବ୍ୟାଟେରୀ ମଧ୍ୟରେ କଣ ଫରକ? ଜାଣନ୍ତୁ କେଉଁଥିରେ ହୁଏ ଏହାର ବ୍ୟବହାର

ଜାଣଛନ୍ତି କି’ ଏହି ଦୁଇ ବ୍ୟାଟେରୀ ଭିତରେ କ’ଣ ରହିଛି ଫରକ

ଦୈନନ୍ଦିନ ଜୀବନରେ ଅନେକ ପ୍ରକାରର ବୈଦ୍ୟୁତିକ ଉପକରଣର ବ୍ୟବହାର କରିଥାନ୍ତି ଲୋକେ । ସେଥିମଧ୍ୟରୁ ଅନେକ ଉପକରଣ ବ୍ୟାଟେରୀ ଦ୍ୱାରା ପରିଚାଳିତ ହୋଇଥାଏ । ସେ ମୋବାଇଲ ହେଉ କିମ୍ବା ଟିଭି ରିମୋଟ୍, ପୁଣି କାନ୍ଥରେ ଲାଗିଥିବା ଘଣ୍ଟା ହେଉ ଅବା ଛୋଟ ପିଲାଙ୍କ ଖେଳଣା । ଏଭଳି ଅନେକ ଛୋଟ ବଡ଼ ଜିନିଷ ରହିଛି ଯେଉଁଥିରେ ବ୍ୟାଟେରୀର ପ୍ରୟୋଗ ହୋଇଥାଏ ।

ଏମିତିରେ ତ’ ଏହିସବୁ ଉପକରଣରେ ବିଭିନ୍ନ ପ୍ରକାରର ବ୍ୟାଟେରୀର ବ୍ୟବହାର କରାଯାଇଥାଏ । କିନ୍ତୁ ଆଜି ଆମେ ଜାଣିବା ବଜାରରେ ମିଳୁଥିବା ଦୁଇଟି ସାଧାରଣ ବ୍ୟାଟେରୀ ବିଷୟରେ ଯାହାକୁ ଆପଣ ବିଭିନ୍ନ ଘରୋଇ ଉପକରଣକୁ ଚଳାଇବାରେ ବ୍ୟବହାର କରିଥାନ୍ତି ।

ସାଧାରଣତଃ ଆପଣଙ୍କ ଘରେ ଘଣ୍ଟାରେ ବ୍ୟାଟେରୀ ହେଉ କିମ୍ବା ଟିଭିର ବ୍ୟାଟେରୀ କାମ କରିବା ବନ୍ଦ କରିଦେଲେ ଆପଣ ନୂଆ ବ୍ୟାଟେରୀ କିଣିବାକୁ ଯାଇଥାନ୍ତି । ଆଉ ଏଠାରେ ଦୋକାନୀ ଆପଣଙ୍କୁ ପଚାରିଥାନ୍ତି ଯେ AAA Battery କିମ୍ବା AA Battery ନେବେ । ଆଉ ଆପଣ ହୁଏତ ଏହି ସମୟରେ କିଛିଟା କନଫ୍ୟୁଜ୍ ହୋଇଯାନ୍ତି । ତେବେ ଆଜି ଆମେ ଜାଣିବା କ’ଣ ଏହି AAA ବ୍ୟାଟେରୀ ଏବଂ କ’ଣ ଏହି AA ବ୍ୟାଟେରୀ ।

ପ୍ରକୃତରେ AAA ବ୍ୟାଟେରୀ ଆକାରରେ ଛୋଟ ଏବଂ ସ୍ମାର୍ଟ ହୋଇଥାଏ ଯେତେବେଳେ କି AA ବ୍ୟାଟେରୀ ଆକାରରେ ବଡ଼ ହୋଇଥାଏ । ବର୍ତ୍ତମାନର ସମୟରେ ଡିଜାଇନରମାନେ ଛୋଟ ଏବଂ ସ୍ମାର୍ଟ ଡିଭାଇସ ତିଆରି କରିବା ଦିଗରେ ଧ୍ୟାନ ଦେଉଛନ୍ତି । ତେଣୁ AAA ବ୍ୟାଟେରୀକୁ ପ୍ରଥମ ପସନ୍ଦ ହୋଇଥାଏ ।

କିନ୍ତୁ AA ବ୍ୟାଟେରୀ ଆକାରରେ ବଡ଼ ହୋଥାଏ ଏବଂ ଏହା AAA ବ୍ୟାଟେରୀ ଠାରୁ ଅଧିକ ଶକ୍ତିଶାଳୀ ହୋଇଥାଏ ସାଧାରଣତଃ ଏହି ବ୍ୟାଟେରୀକୁ ଅଧିକ ଶକ୍ତି ଆବଶ୍ୟକ କରୁଥିବା ଉପକରଣରେ ବ୍ୟବହାର କରାଯାଇଥାଏ ଯେମିତିକି କାନ୍ଥ ଘଣ୍ଟା, ପିଲାଙ୍କ ଖେଳଣା ଇତ୍ୟାଦି । କିନ୍ତୁ ଟିଭି ରିମୋଟ୍ ଆଦି ଜିନିଷରେ AAA ବ୍ୟାଟେରୀ ବ୍ୟବହାର ହୋଇଥାଏ ଯେଉଁଥିରେ କମ୍ ଶକ୍ତି ଲାଗିଥାଏ ।

Leave A Reply

Your email address will not be published.