ଏହି ମନ୍ଦିରରେ ‘ମଣିଷ ରୂପ’ରେ ହୋଇଥାଏ ଗଣେଶଙ୍କର ପୂଜା
![pinkcityroyals_garh-Ganesh-2](https://knewsodisha.com/wp-content/uploads/2019/01/pinkcityroyals_garh-Ganesh-2.jpg)
ଭଗବାନ ଗଣେଶଙ୍କୁ ବିଘ୍ନହର୍ତ୍ତା କୁହାଯାଏ। ସତ୍ ମନରେ ଭଗବାନ ଗଣେଶଙ୍କର ପୂଜା ଅର୍ଚ୍ଚନା କରିବା ଦ୍ବାରା ଜୀବନର ସବୁ ବିଘ୍ନ ଦୂର ହୋଇଯାଇଥାଏ। ଆମ ଦେଶରେ ଗଣେଶଙ୍କର ବହୁତ ମନ୍ଦିର ରହିଛି। ଏମାନଙ୍କ ମଧ୍ୟରୁ ଗୋଟିଏ ଏମିତି ମନ୍ଦିର ରହିଛି ଯେଉଁଠି ଗଣପତି ‘ମଣିଷ ରୂପ’ରେ ପୂଜା ପାଉଛନ୍ତି। ରାଜସ୍ଥାନର ରାଜଧାନୀ ଜୟପୁରରେ ଗଣେଶଙ୍କର ଏହି ମନ୍ଦିର ରହିଛି। ଏହାକୁ ଗଡ ଗଣେଶ ମନ୍ଦିର ନାମରେ ଜଣାଯାଏ। ଏହି ମନ୍ଦିରରେ ଗଣେଶଙ୍କର ବିନା ଶୁଣ୍ଢର ପ୍ରତିମା ରହିଛି। ଶୁଣ୍ଢ ନଥିବା କାରଣରୁ ଏଠାରେ ଗଣେଶଙ୍କୁ ମଣିଷ ରୂପରେ ପୂଜା କରାଯାଉଛି। ମନ୍ଦିରରେ ବୁଧବାର ଦିନ ଭକ୍ତଙ୍କର ବହୁତ ଭିଡ ଲାଗିଥାଏ। କାରଣ ବୁଧବାରକୁ ଗଣପତିଙ୍କର ଦିନ ବୋଲି କୁହାଯାଏ। ଏଥିପାଇଁ ବୁଧବାର ଦିନ ବହୁତ ସଂଖ୍ୟାରେ ଲୋକମାନେ ଏଠାକୁ ଆସିଥାନ୍ତି।
ଏହି ଗଡ ଗଣେଶ ମନ୍ଦିର ଜୟପୁରର ଉତ୍ତର ଦିଗରେ ଥିବା ଅରାବଲୀର ଉଚ୍ଚତାରେ ଅବସ୍ଥିତ ଅଟେ। ମନ୍ଦିରକୁ ଯିବା ପାଇଁ ହେଲେ ୫୦୦ ମିଟରକୁ ଚଢ଼ିବାକୁ ପଡିଥାଏ। ମନ୍ଦି ଉପରକୁ ଗଲେ ପୂରା ଜୟପୁର ସହରର ସୌନ୍ଦର୍ୟ୍ୟ ଦେଖାଯାଏ। ଏଠାରେ ସହରର ଅଧିକାଂଶ ସ୍ଥାନ ଦେଖିବାକୁ ମିଳିଥାଏ। ଏହା ସହିତ ଆଖପାଖର ବାତାବରଣ ବହୁତ ଶାନ୍ତି ଲାଗିଥାଏ। ଗଡ ଗଣେଶ ମନ୍ଦିରରେ ଗଣପତିଙ୍କର ବାଳ ରୂପ ଦର୍ଶନ କରିବା ଦ୍ବାରା ମନକୁ ଶାନ୍ତି ଲାଗିଥାଏ। କୁହାଯାଏ ଭକ୍ତମାନେ ଏଠାରୁ ନିଜ ସହିତ ବହୁତ ସକାରାତ୍ମକ ଶକ୍ତି ନେଇ ଯାଇଥାନ୍ତି।
ଗଣେଶ ଚତୁର୍ଥୀର ଦ୍ବିତୀୟ ଦିନରେ ମନ୍ଦିରର ପାଖରେ ମେଳାର ଆୟୋଜନ କରାଯାଇଥାଏ। ଏହି ମନ୍ଦରର ନିର୍ମାଣ ସୱାଇ ଜୟସିଂହ ଦ୍ବିତୀୟ କରିଥିଲେ। କୁହାଯାଏ ଯେ ଜୟସିଂହ ଜୟପୁରରେ ଅଶ୍ବମେଧ ଯଜ୍ଞର ଆୟୋଜନ କରିଥିଲେ। ସେହି ସମୟରେ ତାନ୍ତ୍ରିକ ବିଦ୍ଧି ଦ୍ବାରା ଏହି ମନ୍ଦିରର ସ୍ଥାପନା କରାଯାଇଥିଲା।