ଆଜି ଭୁବନେଶ୍ୱର ସହରର ଜନ୍ମଦିନ, ଜାଣନ୍ତୁ ଆମ ରାଜଧାନୀ ବିଷୟରେ କିଛି ଅଜଣା କଥା

ମନ୍ଦିରମାଳିନୀ ସହର ଭାବେ ପରିଚିତ ଭୁବନେଶ୍ୱରର ଆଜି ଜନ୍ମଦିନ। ୧୯୪୮ ମସିହା ଏପ୍ରିଲ ମାସ ୧୩ ତାରିଖ ଆଜିର ଦିନରେ ଭୁବନେଶ୍ୱରରେ ରାଜଧାନୀର ପ୍ରତିଷ୍ଠା ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବହାରଲାଲ ନେହେରୁଙ୍କ ଦ୍ଵାରା ସମ୍ପନ୍ନ ହୋଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ଏହି ସହରରେ ଘଟିଛି ଅନେକ ପରିବର୍ତ୍ତନ। ଦିନେ ହାତଗଣତି କେଇଟା କୋଠା ଘର ଥିବା ଏହି ସହରରେ ଆଜି ଯୁଆଡେ ଚାହିଁବ ସିଆଡେ ନଭଶଚୁମ୍ବି ଅଟ୍ଟାଳିକାମାନ ଦେଖିବାକୁ ମିଳୁଛି। ଏହି ନୂତନ ନଗରୀର ନକ୍ସା ପ୍ରସ୍ତୁତ କରିଥିଲେ ଜର୍ମାନୀର ସ୍ଥପତି ଓ ପ୍ଲାନର ଅଟୋ କୋନିସବର୍ଗର।

ସେତେବେଳର ନକ୍ସା ଅନୁସାରେ ପ୍ରଥମ ଦଶ ବର୍ଷ ମଧ୍ୟରେ ସହରର ଜନସଂଖ୍ୟା ୧୫ ହଜାରରୁ ବଢ଼ି ୪୦ ହଜାର ଓ ସହରର କ୍ଷେତ୍ରଫଳ ୧୩୨ ବର୍ଗ କିଲୋମିଟର ହେବ ବୋଲି ଆକଳନ କରାଯାଇଥିଲା। ଭୁବନେଶ୍ୱରରେ ୬ ଟି ୟୁନିଟ ଗଠନ ହେବା ସହ ପୁରୁଣା ଭୁବନେଶ୍ୱରକୁ ଏକ ବିଜ୍ଞାପିତ ଅଞ୍ଚଳ କରିବାକୁ ମଧ୍ୟ ଯୋଜନା କରାଯାଇଥିଲା। ଏହି ଯୋଜନାକୁ ଓଡ଼ିଶା ସହର ଯୋଜନା ଆଇନ ୧୯୫୬ ଅନୁସାରେ ଅନୁମୋଦନ ମିଳିଥିଲା। ଏଥିପାଇଁ ସ୍ୱତନ୍ତ୍ର ଭାବେ ଜଣେ ଯୋଜନା ଅଧିକାରୀ ମଧ୍ୟ ନିଯୁକ୍ତ କରାଯାଇଥିଲା।

bbsr

କ୍ରମଶଃ ଭୁବନେଶ୍ୱରର ଜନସଂଖ୍ୟା ବୃଦ୍ଧି ପାଇବାରୁ ଏଠାରେ ମ୍ୟୁନିସିପାଲଟି ଗଠିତ ହେଲା। ପରେ ଭୁବନେଶ୍ବର ମ୍ୟୁନିସିପାଲଟି ସହ ଖୋର୍ଦ୍ଧା ଓ ଜଟଣୀ ବିଜ୍ଞାପିତ ଅଞ୍ଚଳକୁ ମିଶାଇ ଭୁବନେଶ୍ୱର ଆଞ୍ଚଳିକ ଉନ୍ନୟନ ସଂସ୍ଥା ବା ବ୍ରିଟ ଗଠନ କରାଗଲା। ପରବର୍ତ୍ତୀ ସମୟରେ ଏହି ଅଞ୍ଚଳ ସହ ନିକଟସ୍ଥ ଗାଁଗୁଡିକର ସମିଶ୍ରଣ କରାଯାଇ ଗଠିତ ହେଲା ଭୁବନେଶ୍ୱର ଉନ୍ନୟନ ସଂସ୍ଥା ବା ବିଡିଏ।

୧୯୪୮ ମସିହାରେ ସହର ପ୍ରତିଷ୍ଠା ହେବା ପରେ କଟକରୁ ଭୁବନେଶ୍ୱରକୁ ରାଜଧାନୀ ସ୍ଥାନାନ୍ତରିତ କରାଯାଇଥିଲା। ୧୯୪୯ ମସିହାରେ ବିଧାନସଭା ମଧ୍ୟ ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହେଲା। ସେହିପରି ୧୯୭୯ ମସିହା ମାର୍ଚ୍ଚ ୧୨ ତାରିଖରେ ଭୁବନେଶ୍ୱର ପୌରପାଳିକା ପ୍ରତିଷ୍ଠା ହେଲା। ୧୯୯୪ ଅଗଷ୍ଟ ୧୪ ରେ ଭୁବନେଶ୍ୱର ମ୍ୟୁନିସିପାଲଟି କର୍ପୋରେସନ ଗଠିତ ହେଲା।

Monsoon Session of Odisha Legislative Assembly begins on Sep 7 ...

୨୦୧୮ ମସିହାର ଏକ ତଥ୍ୟ ମୁତାବକ ଭୁବନେଶ୍ୱରର ଜନସଂଖ୍ୟା ହେଉଛି ୯,୩୯,୮୧୮। ବଢ଼ୁଥିବା ଲୋକସଂଖ୍ୟାକୁ ଦୃଷ୍ଟିରେ ରଖି ସହରରେ ହଜାର ହଜାର ମଲ, ଫିଲ୍ମ ହଲ, ଦୋକାନ, ବଜାର ଗଢ଼ି ଉଠିଛି।

ଓଡ଼ିଶାର ଏହି ପୁରାତନ ସହରରେ ପୂର୍ବରୁ ଚେଦି ବଂଶର ରାଜାମାନେ ଶାସନ କରୁଥିଲେ ବୋଲି ଇତିହାସ କୁହେ। ସେମାନେ ଶିଶୁପାଳଗଡ଼ଠାରେ ରାଜଧାନୀ ସ୍ଥାପନ କରି ଶାସନ କାର୍ଯ୍ୟ ଚଳାଉଥିଲେ। ଏବେ ବି ସେହି ଅଞ୍ଚଳରେ ରାଜାଙ୍କର କେତେକ ସ୍ମୃତି ରହିଛି, ଯାହା କଳିଙ୍ଗର ଗୌରବଗାଥା ପରିପ୍ରକାଶ କରୁଛନ୍ତି।

Bhubaneswar Real Estate | Property in Bhubaneswar

ଏଠାରେ ଥିବା ଶତାଧିକ ମନ୍ଦିର ଏହାକୁ ମନ୍ଦିରମାଳିନୀ ସହର ଭାବେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ଭୁବନେଶ୍ୱରରେ ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ମୁକ୍ତେଶ୍ଵର ମନ୍ଦିର, ଧଉଳି ଶାନ୍ତିସ୍ତୁପ, ଖଣ୍ଡଗିରି, ଉଦୟଗିରି ଆଦି ବହୁ ପୁରାତନ ମନ୍ଦିରମାନ ରହିଛି। ଏସବୁ ମନ୍ଦିରର ଚର୍ଚ୍ଚା କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରେ ମଧ୍ୟ ହୋଇଥାଏ। ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଭୁବନେଶ୍ୱର ସହର ଭ୍ରମଣ କରିବାକୁ ଆସିଥାନ୍ତି, ଯାହା ଭାରତ ବାହାରେ ମଧ୍ୟ ଓଡ଼ିଶାର ସମ୍ମାନ ବୃଦ୍ଧି କରିଥାଏ।

OLD-1

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.