ସ୍ପେଶାଲ

ଜାଣନ୍ତୁ ଚଳିତ ବର୍ଷ କେବେ ପଡୁଛି ଅକ୍ଷୟ ତୃତୀୟା ଏବଂ ଏହାସହ ଜଡିତ କିଛି ରୋଚକ ତଥ୍ୟ

ଧାର୍ମିକ ଶାସ୍ତ୍ର ଅନୁଯାୟୀ ଅକ୍ଷୟ ତୃତୀୟା ଶୁଭ ହୋଇଥାଏ। ମାନ୍ୟତା ରହିଛି ଏହି ଦିନ ଯେଉଁ କାର୍ଯ୍ୟ କରାଯାଏ, ତାର ଶୁଭ ଫଳ ମିଳିଥାଏ। ତେବେ ଆସନ୍ତୁ ଜାଣିବା ଚଳିତ ବର୍ଷ କେବେ ପଡୁଛି ଅକ୍ଷୟ ତୃତୀୟା ଏବଂ ଏହି ଦିନ ସହ ଜଡିତ କିଛି ରୋଚକ ତଥ୍ୟ।

-ଚଳିତ ବର୍ଷ ଆସନ୍ତା ୨୬ଏପ୍ରିଲ ରବିବାର ଦିନ ଅକ୍ଷୟ ତୃତୀୟା ପାଳନ କରାଯିବ।

-ଅକ୍ଷୟ ତୃତୀୟା ଦିନ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ପୂଜାର ବିଧାନ ରହିଛି। ଏହି ଦିନ ବିଧି-ବିଧାନର ସହ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ପୂଜା କରିବା ଦ୍ୱାରା ମନସ୍କାମନା ପୂରଣ ହୋଇଥାଏ।

-ଧାର୍ମିକ କଥା ଅନୁଯାୟୀ ଅକ୍ଷୟ ତୃତୀୟା ଦିନ ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର ଶ୍ରୀ ପର୍ଶୁରାମଙ୍କ ଜନ୍ମ ହୋଇଥିଲା।

-ଧାର୍ମିକ ଗ୍ରନ୍ଥ ଅନୁଯାୟୀ ଅକ୍ଷୟ ତୃତୀୟା ଦିନ ହିଁ ମା ଗଙ୍ଗା ଧରିତ୍ରୀକୁ ଆଗମନ କରିଥିଲେ।

-ଏହି ପବିତ୍ର ଦିନରେ ପିଣ୍ଡ ଦାନ କରିବା ଦ୍ୱାରା ପିତୃପୁରୁଷଙ୍କୁ ମୋକ୍ଷ ପ୍ରଦାନ ହୋଇଥାଏ। ଏହି ଦିନ ପିତୃ ପକ୍ଷରେ କରାଯାଇଥିବା ପିଣ୍ଡ ଦାନ କରିବାର ଅନେକ ମହତ୍ୱ ରହିଛି।

-ଧାର୍ମିକ ମାନ୍ୟତା ଅନୁଯାୟୀ ଅକ୍ଷୟ ତୃତୀୟା ଦିନ ବେଦ ବ୍ୟାସ ଏବଂ ଭଗବାନ ଗଣେଶ ମହାଭାରତ ଗ୍ରନ୍ଥ ଲେଖିବା ଆରମ୍ଭ କରିଥିଲେ।

-ଭାରତର ଚାରି ଧାମ ମଧ୍ୟରୁ ବଦ୍ରିନାଥ ଧାମର କବାଟ ମଧ୍ୟ ଏହି ଅକ୍ଷୟ ତୃତୀୟା ଦିନ ଖୋଲିଥାଏ।

-ଏହି ଶୁଭ ଦିନରେ ବୃନ୍ଦାବନର ଅବସ୍ଥିତ ବାଙ୍କି ବିହାରୀ ମନ୍ଦିରରେ ଶ୍ରୀ ବିଗ୍ରହଙ୍କ ଚରଣ ଦର୍ଶନ ହୋଇଥାଏ। ବର୍ଷରେ କେବଳ ଥରେ ଏହି ଦର୍ଶନ ମିଳିଥାଏ।

-ଉଲ୍ଲେଖ ରହିଛି ଏହି ଦିନ ସୁଦାମା ଭଗବାନ ଶ୍ରୀକୃଷ୍ଣଙ୍କ ସହ ସାକ୍ଷାତ କରିବା ପାଇଁ ପହଞ୍ଚିଥିଲେ।

-ଧାର୍ମିକ ଶାସ୍ତ୍ର ଅନୁଯାୟୀ ଅକ୍ଷୟ ତୃତୀୟା ଦିନ ହିଁ ସତ୍ୟ ଯୁଗ ଏବଂ ତ୍ରେତୟା ଯୁଗର ଆରମ୍ଭ ହୋଇଥିଲା।

-ଏହିଦିନ ଦ୍ଵାପର ଯୁଗର ମଧ୍ୟ ସମାପନ ହୋଇଥିଲା।

-ସେହିପରି ଧାର୍ମିକ ଗ୍ରନ୍ଥ ଅନୁଯାୟୀ ଅକ୍ଷୟ ତୃତୀୟା ଦିନ ମହାଭାରତ ଯୁଦ୍ଧର ସମାପନ ହୋଇଥିଲା।

 

KNews Bureau

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

7 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

13 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago