ମାଘ ପୂର୍ଣ୍ଣିମାରେ ଦାନ ଓ ସ୍ନାନର ମହତ୍ତ୍ୱ, ଜାଣନ୍ତୁ କ’ଣ ରହିଛି ମାନ୍ୟତା

ମାଘ ମାସର ପୂର୍ଣ୍ଣିମା ତିଥିକୁ ମାଘ ପୂର୍ଣ୍ଣିମା କୁହାଯାଏ। ଆଜି ମାଘ ପୂର୍ଣ୍ଣିମା ପଡୁଥିବାରୁ ଆଜି ଭଗବାନ ବିଷ୍ଣୁଙ୍କ ସତ୍ୟନାରାୟଣ କଥା ପଢିବା ଅତ୍ୟନ୍ତ ଶୁଭ ହୋଇଥାଏ। ମାଘ ପୂର୍ଣ୍ଣିମା ଦିନ ହନୁମାନଙ୍କ ପୂଜା କରିବାର ମଧ୍ୟ ବିଧାନ ରହିଛି। ମାଘ ପୂର୍ଣ୍ଣିମା ଦିନ କୁମ୍ଭ ମେଳରେ ସ୍ନାନ କରିବା ବହୁତ ଶୁଭ ହୋଇଥାଏ। କେବଳ ସ୍ନାନ ନୁହେଁ ବରଂ ଦାନ କରିବା ମଧ୍ୟ ଜରୁରୀ ହୋଇଥାଏ।

ଧାର୍ମିକ ମାନ୍ୟତା ଅନୁସାରେ, ମାଘ ପୂର୍ଣ୍ଣିମା ଦିନ ର୍ନିଧନକୁ ଖାଇବା, କପଡା, ରାଶି, ଗୁଡ, କମ୍ବଳ, ଘିଅ ଆଦି ଦାନ କରିବା ଜରୁରୀ । ଏହି ଦିନ କଳା ରାଶି ଦାନ କରିବାର ବିଶେଷ ମହତ୍ତ୍ୱ ରହିଥାଏ। ଜ୍ୟୋତିଷଶାସ୍ତ୍ର ଅନୁସାରେ, ପୂର୍ଣ୍ଣିମା ଦିନ ଗଙ୍ଗା ସ୍ନାନ ଦ୍ୱାରା ବ୍ୟକ୍ତିକୁ ସମସ୍ତ ପାପରୁ ମୁକ୍ତି ମିଳିଥାଏ।

ବିଶ୍ୱାସ କରାଯାଏ ଯେ, ଏହି ଦିନ ଚନ୍ଦ୍ର ନିଜର ଷୋହଳ କଳାରେ ସୌଭାୟମାନ ହୋଇ ଅମୃତ ବର୍ଷା କରିଥାନ୍ତି । ଏହାର ଅଂଶ ଗଛ, ନଦୀ, ଜଳାଶୟ ଏବଂ ଉଦ୍ଭିଦଗୁଡିକରେ ମିଳିଥାଏ, ଏଥିପାଇଁ ଏଥିରେ ସବୁ ରୋଗରୁ ମୁକ୍ତି ମିଳିବାର ଗୁଣ ଉତ୍ପନ ହୋଇଥାଏ । ବୈଦିକ ଜ୍ୟୋତିଷ ଅନୁଯାୟୀ, ମାଘ ପୂର୍ଣ୍ଣିମାରେ ସ୍ନାନ, ଦାନ କରିବା ଦ୍ୱାରା ସୂର୍ୟ୍ୟ ଏବଂ ଚନ୍ଦ୍ରମା ଯୁକ୍ତ ଦୋଷରୁ ମୁକ୍ତି ମିଳିଥାଏ ।

ଜାଣନ୍ତୁ ମାଘ ପୂର୍ଣ୍ଣିମାର ଶୁଭ ମୁହୂର୍ତ

ତିଥି ଆରମ୍ଭ: ୧୬ ଫେବୃଆରୀ ୨୦୨୨, ବୁଧବାର ସକାଳ ୦୯:୪୨ରେ

ପୂର୍ଣ୍ଣିମା ତିଥି ସମାପ୍ତ: ୧୬ ଫେବୃଆରୀ ୨୦୨୨, ବୁଧବାର ରାତି ୧୦:୫୫ ମିନିଟରେ ।

ମାଘ ପୂର୍ଣ୍ଣିମାରେ କ’ଣ କରିବେ :

ମାଘ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ନଦୀରେ ସ୍ନାନ କରିବାର ଭିନ୍ନ ମହତ୍ତ୍ୱ ରହିଛି। ଦାନ ପୁଣ୍ୟ କଲେ ଓ ଗଙ୍ଗା ସ୍ନାନ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ। ସେଥିପାଇଁ ମାଘ ପୂର୍ଣ୍ଣିମା ଦିନ କାଶୀ, ପ୍ରୟାଗରାଜ, ହରିଦ୍ୱାର ଭଳି ତୀର୍ଥ ସ୍ଥାନରେ ସ୍ନାନର ବିଶେଷ ମହତ୍ତ୍ୱ ରହିଛି। ଗଙ୍ଗା ସ୍ନାନ ଦ୍ୱାରା ସମସ୍ତ ପାପରୁ ମୁକ୍ତି ମିଳିବା ସହ ସୁଖ ସୌଭାଗ୍ୟ, ଧନ ଓ ସନ୍ତାନ ପ୍ରାପ୍ତି ସହ ମୋକ୍ଷ ପ୍ରାପ୍ତି ମଧ୍ୟ ହୋଇଥାଏ।

ମାଘ ପୂର୍ଣ୍ଣିମାରେ ଚନ୍ଦ୍ରମା ନିଜର ସମ୍ପୂର୍ଣ୍ଣ କଳାରେ ଭାରି ହୋଇଥାଏ। ସେଥିପାଇଁ ଏହି ଦିନ ଚନ୍ଦ୍ରମା ପୂଜା ଅତ୍ୟନ୍ତ ଲାଭକାରୀ ହୋଇଥାଏ। ମାଘ ପୂର୍ଣ୍ଣିମାରେ ବିଶେଷକରି ଭୋକିଲା ଓ ଗରିବଙ୍କୁ ଭୋଜନ କରାଇବା ଉଚିତ। ଏହାଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ। ମାଘ ପୂର୍ଣ୍ଣିମାରେ ଚନ୍ଦ୍ରମା ମାଘ ନକ୍ଷତ୍ର ଓ ସିଂହ ରାଶିରେ ଥାଆନ୍ତି। ଏହି ତିଥିରେ ଭଗବାନ ବିଷ୍ଣୁ ନଦୀରେ ବାସ କରନ୍ତି ବୋଲି କୁହାଯାଏ। ସେଥିପାଇଁ ଗଙ୍ଗା ସ୍ନାନ ଦ୍ୱାରା ଭକ୍ତଙ୍କ ସବୁ ମନୋସ୍କାମନା ପୂରଣ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.