ଅକାଳ ମୃତ୍ୟୁ ଏବଂ ରୋଗ-ଭୟରୁ ମୁକ୍ତି ଦେବ ମହାମୃତ୍ୟୁଞ୍ଜୟ ମନ୍ତ୍ର, ଜାଣନ୍ତୁ ଜପ କରିବାର କ’ଣ ରହିଛି ନିୟମ

ଦେବ ଦେବ ମହାଦେବ ହେଉଛନ୍ତି ସୃଷ୍ଟିର ମୁକ୍ତି ଦାତା । ତାଙ୍କର ପ୍ରିୟ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କଲେ ବ୍ୟକ୍ତି ଅକାଳ ମୃତ୍ୟୁ, ରୋଗ, ଭୟ ଓ ଶତ୍ରୁ ପୀଡ଼ାରୁ ମୁକ୍ତି ପାଇଥାଏ । ସ୍ନାନ କରିବା ସମୟରେ ଏହି ମନ୍ତ୍ର ଉଚ୍ଚାରଣ କରିବା ଦ୍ୱାରା ରୋଗରୁ ଆରୋଗ୍ୟ ମିଳିଥାଏ । ଏହି ମନ୍ତ୍ରର ଜପ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

mantra-0

ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ଦ୍ୱାରା ମନୁଷ୍ୟ ଜୀବନର ବହୁ ବାଧା ଆପଣା ଛାଏଁ ଦୂର ହୋଇଥାଏ । ମାନ୍ୟତା ରହିଛି କି, ଏହି ମନ୍ତ୍ରର ଜପ କରିବା ସମୟରେ ଯଦି ମହାଦେବଙ୍କୁ କ୍ଷୀରରେ ଅଭିଷେକ କରି ସେହି କ୍ଷୀରକୁ ସେବନ କରାଯାଏ ତେବେ ଯୈାବନର ସୂରକ୍ଷା ହୋଇଥାଏ । ନିଜର କ୍ଷମତା ଅନୁସାରେ ଏହି ମନ୍ତ୍ରକୁ ଜପ କରି ପାରିବେ ।

କିମ୍ବା ପୁରୋହିତଙ୍କ ଦ୍ୱାରା ମଧ୍ୟ ମନ୍ତ୍ର ଜପ କରାଇ ପାରିବେ । ଯଦି ଆପଣ ଘରେ ରହି ଏହି ମନ୍ତ୍ରକୁ ଜପ କରୁଛନ୍ତି ତ ମନ୍ତ୍ର ଜପ କରିବା ଦିନ ପର୍ଯ୍ୟନ୍ତ ନିୟମ ପାଳନ କରିବା ନିହାତି ଜରୁରୀ । ଆସନ୍ତୁ ଜାଣିବା ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବାର ନିୟମ –

mrityunjayaarth

ଜପ କରିବା ସମୟରେ ଏହି ନିୟମ ପ୍ରତି ଧ୍ୟାନ ରଖନ୍ତୁ :

. ମନ୍ତ୍ର ଜପ କରିବା ସମୟରେ ସ୍ପଷ୍ଟ ଉଚ୍ଚାରଣ କରିବା ନିହାତି ଆବଶ୍ୟକ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି । ତେଣୁ ଜପ କଲା ବେଳେ ଉଚ୍ଚାରଣ ପ୍ରତି ଧ୍ୟାନ ଦେବା ଜରୁରୀ ।

. ଜପ କରିବା ବେଳେ ମାଳା ଦ୍ୱାରା ହିଁ ଜପ କରନ୍ତୁ । କାରଣ ସଂଖ୍ୟାହୀନ ଜପ ଫଳ ଦେଇ ନଥାଏ । ପ୍ରତିଦିନ ଅତି କମ୍‌ରେ ଗୋଟିଏ ମାଳା ଜପ କରନ୍ତୁ ।

. ଯଦି ଆପଣ ତା’ପରଦିନ ଜପ କରିବାକୁ ଯାଉଛନ୍ତି ତ ପ୍ରଥମ ଦିନ ଠାରୁ କମ୍‌ ଜପ କରନ୍ତୁ ନାହିଁ । ତେବେ ଯେତେ ଅଧିକ ବି ଆପଣ ଜପ କଲେ କିଛି ଅସୁବିଧା ନାହିଁ ।

. ମହାମୃତ୍ୟୁଞ୍ଜୟ ମନ୍ତ୍ରର ଜପ କେବଳ ରୁଦ୍ରାକ୍ଷ ମାଳାରେ ହିଁ କରନ୍ତୁ ।

. ଜପ କରିବା ସମୟରେ ମାଳାକୁ ଗୋମୁଖୀରେ ବନ୍ଦ କରି ରଖନ୍ତୁ ।

. ଜପ କରିବା ପୂର୍ବରୁ ଭଗବାନଙ୍କ ସମ୍ମୁଖରେ ଦୀପ ଓ ଧୂପ ଜଳାନ୍ତୁ । ଜପ ଚାଲିଥିବା ବେଳେ ଦୀପ ଜଳି ରହିଥିବା ଆବଶ୍ୟକ ।

. ଏହି ମନ୍ତ୍ର ଜପ କଲାବେଳେ ସାମ୍ନାରେ ମହାଦେବଙ୍କ ପ୍ରତିମା କିମ୍ବା ଯନ୍ତ୍ର ରହିବା ଜରୁରୀ ।

. ମନ୍ତ୍ର ଜପ କଲାବେଳେ ସର୍ବଦା କୁଶ ଆସନ ବ୍ୟବହାର କରନ୍ତୁ ।

. ଜପ କଲାବେଳେ ସର୍ବଦା ନିରୋଳା ସ୍ଥାନ ବାଛନ୍ତୁ । ଯାହାଦ୍ୱାରା ଆପଣଙ୍କ ଧ୍ୟାନ ଭାଙ୍ଗିବ ନାହିଁ ।

. ଜପ କରିବା ଦିନ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରନ୍ତୁ ।

. ଯେତେ ଦିନ ପର୍ଯ୍ୟନ୍ତ ଜପ କରିବେ ସେତେଦିନ ଯାଏ ତାମସିକ ଖାଦ୍ୟ ଯଥା ମାଛ, ମାଂସ, ମଦ, ରସୁଣ, ପିଆଜ କିମ୍ବା ଅନ୍ୟ କିଛି ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ ।

. ଯେଉଁ ସ୍ଥାନରେ ପ୍ରଥମ ଦିନ ଜପ କରିଛନ୍ତି, ସେହି ସ୍ଥାନରେ ପ୍ରତିଦିନ ଜପ କରନ୍ତୁ । ଜପ ସମୟରେ କଥାବାର୍ତ୍ତା କରନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.