Categories: ସ୍ପେଶାଲ

ଯଦି ଆପଣଙ୍କ ଆଖପାଖରେ ଏହି ମନ୍ଦିର ରହିଛି ତେବେ ଭୁଲରେ ମଧ୍ୟ କରନ୍ତୁ ନାହଁ ଅଧିକ ପରିକ୍ରମା, ନଚେତ

ଭଗବାନଙ୍କୁ ପୂଜା ପାଠ କରିବା ପରେ ମନ୍ଦିରର ପରିକ୍ରମା କରାଯାଏ। କୁହାଯାଏ ଭଗବାନଙ୍କ ପରିକ୍ରମା କଲେ ପାପର ବିନାଶ ହୋଇଥାଏ। ହିନ୍ଦୁ ଧର୍ମର ମାନ୍ୟତା ଅନୁଯାୟୀ ଇଶ୍ୱର ସବୁବେଳେ ମଧ୍ୟରେ ବିରାଜମାନ ଥାଆନ୍ତି ଏବଂ ମନ୍ଦିରରେ ଦର୍ଶନ କରିବା ପରେ ଖାଲି ପାଦରେ ପରିକ୍ରମା କରିବା ଦ୍ୱାରା ଶରୀରରେ ସକାରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ ଏବଂ ମନକୁ ଶାନ୍ତି ମଧ୍ୟ ମିଳିଥାଏ। ସମସ୍ତ ଦେବୀ ଦେବତାଙ୍କର ପରିକ୍ରମାର ଅଲଗା ଅଲଗା ନିୟମ କୁହାଯାଇଛି।

ପ୍ରାଚୀନ ମାନ୍ୟତାଅନୁସାରେ ଯେଉଁ ଲୋକ ନିଜର ମାତା ପିତା, ଗୁରୁ, ଯଜ୍ଞଶାଳା ଏବଂ ମନ୍ଦିରର ପରିକ୍ରମା କରନ୍ତି ତାଙ୍କ ଜୀବନରେ ଧନ-ସମ୍ରୁଦ୍ଧି ସବୁବେଳେ ରହିଥାଏ।

ଜାଣନ୍ତୁ କେଉଁ ଦେବତାଙ୍କୁ କେତେ ଥର ପରିକ୍ରମା ଉଚିତ

-ସୂଯ୍ୟର୍ଦେବଙ୍କୁ ସାତଟି ପରିକ୍ରମା।

-ଶ୍ରୀଗଣେଶଙ୍କୁ ଚାରି ଥର ପରିକ୍ରମା ଉଚିତ।

-ଭଗବାନ ବିଷ୍ଣୁ ଏବଂ ତାଙ୍କର ସମସ୍ତ ଅବତାରକୁ ଚାରି ଥର।

ଏହାସହ ପଢନ୍ତୁ : କଣ ଆପଣ ଜାଣିଛନ୍ତି କାହିଁକି ମନ୍ଦିରରେ କରାଯାଏ ଭଗବାନଙ୍କର ପରିକ୍ରମା ?

-ମା ଦୁର୍ଗାଙ୍କୁ ଥରେ।

-ମହାବୀର ହନୁମାନଙ୍କୁ ଗୋଟିଏ ଥର।

-ଜନ୍ମ ଦେଇଥିବା ମାତାପିତାଙ୍କୁ ୩ ଥର ପରିକ୍ରମା ଉଚିତ।

-ପବିତ୍ର ଯଜ୍ଞଶାଳା ୫, ୧୧ କିମ୍ବା ୧୦୮ ପରିକ୍ରମା ଉଚିତ।

-ପିତ୍ରୁ କ୍ରୁପା ପାଇବା ପାଇଁ ଅଶ୍ୱତ୍ଥ ଗଛକୁ ୧୧ କିମ୍ବା ୨୧ ଥର ପରିକ୍ରମା କରିବା ଉଚିତ।

ପରିକ୍ରମା କରୁଥିବା ସମୟରେ ଏହା ଉପରେ ରଖବନ୍ତୁ ଧ୍ୟାନ

-ଯେଉଁ ଦେବା ଦେବୀଙ୍କର ପରିକ୍ରମା କରୁଛନ୍ତି ମନରେ ତାଙ୍କର ମନ୍ତ୍ରକୁ ଜପ କରିବା ଉଚିତ।

-ଭଗବାନଙ୍କର ପରିକ୍ରମା କରିବା ସମୟରେ ମନରେ ହିଂସା,କ୍ରୋଧ, ଚିନ୍ତା ଭଳି ଭାବନା ରଖିବା ଉଚିତ ନୁହେଁ।

-ଖାଲି ପାଦରେ ପରିକ୍ରମା କରିବା ଉଚିତ।

-ପରିକ୍ରମା କରିବା ସମୟରେ କଥା ହୁଅନ୍ତୁ ନାହିଁ।

-ପରିକ୍ରମା କରୁଥିବା ସମୟରେ ତୁଳସୀ, ରୂଦ୍ରାକ୍ଷ ଆଦିର ମାଳା ପିନ୍ଧିବା ବହୁତ ଶୁଭ ହୋଇଥାଏ।

Pritiparna

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

2 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

3 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

3 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

3 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

3 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

3 hours ago