ଜାଣନ୍ତୁ ଚୀନର ଏହି ବିଶାଳ କାନ୍ଥ ସହ ଜଡିତ କିଛି ରୋଚକ ତଥ୍ୟ

ଚୀନର ବିଶାଳ କାନ୍ଥ ବିଷୟରେ କିଏ ବା ନଜାଣେ। ଏହା କେବଳ ଚୀନ ନୁହେଁ ବରଂ ବିଶ୍ୱର ମଧ୍ୟ ସବୁଠାରୁ ଲମ୍ବା କାନ୍ଥ। ଏହା ବିଶ୍ୱର ୭ ଟି ଅଜୁବୋରେ ସାମିଲ, ଯାହାକୁ ଇଂରାଜୀରେ ‘ଗ୍ରେଟ ୱାଲ ଅଫ ଚାଇନା’ କୁହାଯାଇଥାଏ। ଏହି କାନ୍ଥ ତିଆରି କରିବା ପାଇଁ ଇଟା, ପଥର, ବାଡ଼ି ଏବଂ ଧାତୁର ବ୍ୟବହାର କରାଯାଇଛି। ଏହିକାରଣରୁ ସବୁଠାରୁ ପୁରୁଣା ମାଟି ଏବଂ ପଥରରେ ତିଆରି ହୋଇଥିବା କାନ୍ଥ ମଧ୍ୟ କୁହାଯାଇଥାଏ।

ଏହି କାନ୍ଥର ଲମ୍ବକୁ ନେଇ ଅସମଞ୍ଜସ ସ୍ଥିତି ଦେଖିବାକୁ ମିଳିଛି, କାରଣ ୨୦୦୯ ମସିହାରେ କରାଯାଇଥିବା ଏକ ସର୍ବକ୍ଷେଣରେ ଏହାର ଲମ୍ବ ୮,୮୫୦ କି.ମି କୁହାଯାଇଥିବା ବେଳେ ୨୦୧୨ ମସିହାରେ ଚୀନରେ କରାଯାଇଥିବା ଏକ ରାଜକୀୟ ସର୍ବକ୍ଷେଣ ଅନୁଯାୟୀ, ‘ଚୀନ କାନ୍ଥର’ର ସମୁଦାୟ ଲମ୍ବା ୨୧,୧୯୬ କି.ମି।

22

ଏହି କାନ୍ଥର ନିର୍ମାଣ କୌଣସି ଏକ ରାଜା ନୁହଁନ୍ତି ବରଂ ଚୀନର ଅନେକ ରାଜାମାନେ ଭିନ୍ନ ଭିନ୍ନ ସମୟରେ ନିର୍ମାଣ କରିଛନ୍ତି। ଏହାର ନିର୍ମାଣ କାର୍ଯ୍ୟ ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀରେ ହୋଇଥିଲା, ଯାହା ୧୬ତମ ଶତାବ୍ଦୀ ପର୍ଯ୍ୟନ୍ତ ଚାଲିଥିଲା। ଏହି କାନ୍ଥର ଅନ୍ୟ ଏକ ବିଶେଷତ୍ୱ ହେଉଛି ଏହାକୁ ନିର୍ମାଣ କରିବାର କଳ୍ପନା ଚୀନର ପ୍ରଥମ ସମ୍ରାଟ କିନ ସି ହୁଆଙ୍ଗ କରିଥିଲେ କିନ୍ତୁ ଏହାର ଶହେ ବର୍ଷ ପରେ ପୁଣି ଥରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।

china

ଚୀନର ଲୋକମାନେ ଏହାକୁ ‘ୱାନ ଲି ଚ୍ୟାଙ୍ଗ ଚେଙ୍ଗ’ ନାମରେ ଜାଣିଥାନ୍ତି। କୁହାଯାଇଥାଏ ଏହି କାନ୍ଥ ଅନ୍ତରୀକ୍ଷରୁ ମଧ୍ୟ ଦେଖାଯାଇଥାଏ। ସେହିଭଳି ଯଦି ଏହି କାନ୍ଥର ଚଉଡା ବିଷୟରେ କୁହାଯାଏ ତେବେ ଏହା ଉପରେ ଏକାଠି ୫ଟି ଘୋଡା କିମ୍ବା ୧୦ଜଣ ସୈନିକ ଏକାଠି ଚାଲିପାରିବେ। ଉଲ୍ଲେଖ ରହିଛି ଏହି କାନ୍ଥ ନିର୍ମାଣ କରିବା ପାଇଁ ପାଖାପାଖି ୨୦ଲକ୍ଷ ଶ୍ରମିକ ଲାଗିଥିଲେ, ଯେଉଁଥିରେ ୧୦ଲକ୍ଷ ଲୋକଙ୍କ ଜୀବନ ଚାଲିଯାଇଥିଲା। କୁହାଯାଇଥାଏ ଏହି ଲୋକମାନଙ୍କୁ କାନ୍ଥ ତଳେ ପୋତି ଦିଆଯାଇଥିଲା। ଏହିକାରଣରୁ ଏହି କାନ୍ଥକୁ ବିଶ୍ୱର ସବୁଠାରୁ ବଡ କବର ସ୍ଥାନ କୁହାଯାଇଥାଏ।

44

ଏହି କାନ୍ଥ ଚୀନର ସୁରକ୍ଷା ପାଇଁ ତିଆରି କରାଯାଇଥିଲା କିନ୍ତୁ ମୋଗଲ ଶାସକ ଚଂଗେଜ ଖାନ ୧୨୧୧ ମସିହାରେ ଏହାକୁ ଭାଙ୍ଗି ଚୀନ ଉପରେ ଆକ୍ରମଣ କରିଥିଲେ। ଏହିକାରଣରୁ ଏହି କାନ୍ଥର ଉଚ୍ଚତା ପ୍ରତ୍ୟେକ ସ୍ଥାନରେ ସମାନ ନାହିଁ। କେଉଁଠି ୯ଫୁଟ ଉଚ୍ଚା ହୋଇଥିବା ବେଳେ କେଉଁଠି ୩୫ଫୁଟ ଉଚ୍ଚତା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.