ଥରେ ବୁଲିଆସନ୍ତୁ ଢେଙ୍କାନାଳର କପିଳାସ ଶୈବ ପୀଠ , ବାବାଙ୍କ ଦର୍ଶନ କଲେ ପୂର୍ଣ୍ଣ ହୋଇଥାଏ ସମସ୍ତ ମନସ୍କାମନା

ଢ଼େଙ୍କାନାଳ(କେନ୍ୟୁଜ୍) : ଓଡିଶାରେ ଭରପୂର ରଖିଛି ପର‌୍ୟ୍ୟଟନ ସ୍ଥଳୀ । ସେଥିପାଇଁ କାହିଁ କେଉଁ ଦେଶ ବିଦେଶରୁ ପର‌୍ୟ୍ୟଟକ ମାନେ ଧାଇଁ ଆସିଥାନ୍ତି ଏଠାକୁ । ପ୍ରାକୃତିକ ସୌନ୍ଦର‌୍ୟ୍ୟ ସହିତ ଐତିହ୍ୟକୁ ଖୁବ୍ ପସନ୍ଦ କରିଥାନ୍ତି ଏହି ପର‌୍ୟ୍ୟଟକମାନେ । ତେବେ ଏହି ପର‌୍ୟ୍ୟଟନ ସ୍ଥଳୀମାନଙ୍କ ମଧ୍ୟରେ ଅନ୍ୟତ୍ତମ ଢେଙ୍କାନାଳ ଜିଲ୍ଲାର କପିଳାସ ଶୈବ ପୀଠ।

kapilhasଏହି ମନ୍ଦିରକୁ ନେଇ ଅନେକ କିମ୍ବଦନ୍ତୀ ରହିଛି । ଜାତୀୟ ରାଜପଥ ଠାରୁ ୨୫ କିଲୋମିଟର ଦୂରରେ ମନ୍ଦିରଟି ଅବସ୍ଥିତ । ଏହି ମନ୍ଦିର ଏକ ଐତିହାସିକ ତୀର୍ଥସ୍ଥଳୀର ମାନ୍ୟତା ପାଇଛିି । ମନ୍ଦିରର ଦୁର୍ଲଭ କାରୁକାର‌୍ୟ୍ୟ ଅନନ୍ୟ । ବିଶ୍ୱାସ ଅଛି, ୧୩ଶହ ୫୨ ପାହାଚ ଚଢ଼ି ବାବାଙ୍କ ଦର୍ଶନ କଲେ, ମନସ୍କାମନା ପୂରଣ ହୋଇଥାଏ । ସେଥିପାଇଁ ଦୂରଦୂରାନ୍ତରୁ ଭକ୍ତମାନେ ଛୁଟି ଆସିଥାନ୍ତି ଏଠାକୁ।

ବିଭିନ୍ନ ପର୍ବପର୍ବାଣୀରେ ଠାକୁରଙ୍କୁ ସ୍ୱତନ୍ତ୍ର ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯାଏ । ବିଶେଷକରି ଜାଗର ଯାତ୍ରା ଦିନ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ । ଏହା ସହ ଶ୍ରାବଣ ମାସର ପ୍ରତ୍ୟେକ ସୋମବାରରେ ଲକ୍ଷାଧିକ କାଉଡିଆଙ୍କ ସମାଗମ ହୋଇଥାଏ । ପର‌୍ୟ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏଠାରେ ଚିଡିଆଖାନା, ବିଜ୍ଞାନ ଉଦ୍ୟାନ, ପାନ୍ଥଶାଳା ଆଦି ଖୋଲାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.