ସ୍ପେଶାଲ

କେମିତି ଆବିର୍ଭାବ ହେଲେ ମା ବୈଷ୍ଣୋଦେବୀ , ଜାଣନ୍ତୁ କଣ କହେ କିମ୍ବଦନ୍ତୀ

ଶେଷ ହୋଇଛି ମା ଦୁର୍ଗାଙ୍କର ନବରାତ୍ର ଉତ୍ସବ। କରୋନା କଟକଣାରେ ଚଳିତ ବର୍ଷ ଭକ୍ତ ଘରେ ରହି ମାଙ୍କୁ ଆରାଧନା କରିଛନ୍ତି। ଉତ୍ତର ଭାରତର ସବୁଠାରୁ ପୂଜନୀୟ ଏବଂ ପ୍ରସିଦ୍ଧ ଶକ୍ତି ପୀଠ ମା ବୈଷ୍ଣୋଦେବୀଙ୍କ ମହିମା କାହାକୁ ବା ଅଛପା ରହିଛି। ଏହି ମନ୍ଦିର ପାହାଡ ଉପରେ ଅବସ୍ଥିତ ରହିଥିବାରୁ ନିଜ ଭବ୍ୟତା ଏବଂ ସୁନ୍ଦରତା ପାଇଁ ଚାରିଆଡେ ପ୍ରସିଦ୍ଧି ଲାଭ କରିଛି। ମା ବୈଷ୍ଣୋଦେବୀଙ୍କ ଏହି ପବିତ୍ର ସ୍ଥାନରେ ମା ଦୁର୍ଗାଙ୍କର ବାସ ରହିଥିବାର ମାନ୍ୟତା ରହିଛି। କଟରା ଠାରୁ ପାଖାପାଖି ୧୪ କିଲୋମିଟର ଦୂରରେ ଅବସ୍ଥିତ ଥିବା ଏହି ମନ୍ଦିରର ଉଚ୍ଚତା ୫୨୦୦ ଫୁଟ। ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ମାଙ୍କ ଦର୍ଶନ କରିବା ପାଇଁ ଏଠାକୁ ଆସିଥାନ୍ତି। ଭାରତରେ ତିରୁମାଳା ଭେଙ୍କଟେଶ୍ୱର ମନ୍ଦିର ପରେ ଏହା ଦ୍ୱିତୀୟ ସର୍ବାଧିକ ଦେଖାଯାଉଥିବା ଧାର୍ମିକ ତୀର୍ଥ ସ୍ଥଳ ଭାବେ ପ୍ରସିଦ୍ଧ।

ମା ବୈଷ୍ଣୋଦେବୀଙ୍କ ବିଷୟରେ ଅନେକ ପୌରାଣିକ କଥା ପ୍ରଚଳିତ ଅଛି। ସେଥିରୁ ଗୋଟିଏ ଆସନ୍ତୁ ଜାଣିବା। କଟରା ଠାରୁ ଦୁଇ କିଲୋମିଟର ଦୂରରେ ଅବସ୍ଥିତ ହନ୍ସାଳି ଗ୍ରାମରେ ମାଙ୍କ ପରମ ଭକ୍ତ ଶ୍ରୀଧର ରହୁଥିଲେ ଏବଂ ସେ ନିସନ୍ତାନ ହେବା କାରଣରୁ ବହୁତ ଦୁଃଖି ରହୁଥିଲେ। ଦିନେ ସେ ନବରାତ୍ରୀ ପୂଜନ ପାଇଁ ନିଜ ଘରକୁ ନଅ ଗୋଟି କୁଆଁରୀ କନ୍ୟାଙ୍କୁ ଭୋଜନ କରିବା ପାଇଁ ଡାକିଥିଲେ ଓ ମା ମଧ୍ୟ ଜଣେ କନ୍ୟା ରୂପ ଧାରଣ କରି ତାଙ୍କ ସହିତ ଆସିଥିଲେ। ସମସ୍ତ କନ୍ୟା ସେଠାରୁ ଚାଲି ଯିବା ପରେ କନ୍ୟା ରୂପୀ ମା ଶ୍ରୀଧରଙ୍କୁ ସମସ୍ତ ଗ୍ରାମବାସୀଙ୍କୁ ଭୋଜନ ପାଇଁ ନିମନ୍ତ୍ରଣ କରିବାକୁ କହିଥିଲେ। ଶ୍ରୀଧର କନ୍ୟା କଥା ମାନି ଆଖପାଖ ସମସ୍ତ ଗ୍ରାମବାସୀଙ୍କୁ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ ଏବଂ ସେଠାରୁ ଫେରିବା ସମୟରେ ସେ ରାସ୍ତାରେ ବାବା ଗୋରଖନାଥ ଏବଂ ଭୈରବ ନାଥଙ୍କ ସହ ତାଙ୍କ ଅନ୍ୟ ଶିଷ୍ୟଙ୍କୁ ମଧ୍ୟ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ।

ଶ୍ରୀଧରଙ୍କ ଘରେ ସମସ୍ତଙ୍କୁ ସେହି କନ୍ୟା ଏକ ଦିବ୍ୟ ହାଣ୍ଡିରେ ଖାଇବା ବାଢି ଦେଉଥିବା ବେଳେ ଭୈରବନାଥ ତାଙ୍କୁ ଆମିଷ ଓ ମଦ ଖାଇବା ପାଇଁ କହିଥିଲେ। କନ୍ୟା ବୁଝାଇବା ପରେ ମଧ୍ୟ ଭୈରବନାଥ ନିଜ ଜିଦ‌ରେ ଅଟଳ ରହିଥିଲେ ଏବଂ କନ୍ୟା ରୂପୀ ମାଙ୍କୁ ଧରିବା ପାଇଁ ପ୍ରୟାସ କରିଥିଲେ। ମା ତାଙ୍କ କପଟକୁ ଜାଣିପାରି ଅଦୃଶ୍ୟ ହୋଇ ତ୍ରିକୁଟ ପର୍ବତ ଦିଗକୁ ଚାଲି ଯାଇଥିଲେ ଏବଂ ଭୈରବନାଥ ମଧ୍ୟ ମାଙ୍କ ପଛେ ପଛେ ଯାଇଥିଲେ। ମାନ୍ୟତା ଅନୁସାରେ ମାଙ୍କ ରକ୍ଷା ନିମନ୍ତେ ଭଗବାନ ହନୁମାନ ତାଙ୍କ ସହିତ ଥିଲେ ଏବଂ ହନୁମାନଙ୍କୁ ଶୋଷ ଲାଗିବାରୁ ମା ପାହାଡ ଉପରକୁ ବାଣ ମାରି ସେଠାରୁ ଏକ ଜଳଧାରା ପ୍ରବାହ କରିଥିଲେ। କୁହାଯାଏ ଯେ ମା ସେଠାରେ ତାଙ୍କ କେଶ ମଧ୍ୟ ଧୋଇଥିଲେ। ଏହି ପବିତ୍ର ଜଳଧାରା ବାଣ ଗଙ୍ଗା ନାମରେ ପ୍ରସିଦ୍ଧି ଲାଭ କରିଛି ଏବଂ ଏଠାରେ ସ୍ନାନ କଲେ ଭକ୍ତଙ୍କର ସମସ୍ତ ଥକାପଣ ଦୂର ହୋଇଥାଏ।

ଏହାପରେ ମା ଏକ ଗୁମ୍ଫା ଭିତରେ ପ୍ରବେଶ କରି ୯ ମାସ କାଳ ତପସ୍ୟା କରିଥିଲେ। ଭୈରବନାଥ ମଧ୍ୟ ତାଙ୍କ ସହିତ ସେଠାକୁ ଯାଇଥିଲେ ଓ ପରେ ମାତା ଗୁମ୍ଫାର ବିପରୀତ ଦିଗରୁ ରାସ୍ତା ପ୍ରସ୍ତୁତ କରି ସେଠାରୁ ବାହାରକୁ ବାହାରିଥିଲେ। ଏହି ଗୁମ୍ଫା ବର୍ତ୍ତମାନ ଅର୍ଦ୍ଧକୁମାରୀ, ଆଦିକୁମାରୀ ବା ଗର୍ଭୁନ ନାମରେ ପ୍ରସିଦ୍ଧ ଲାଭ କରିଛି। ମାଙ୍କର ଏଠାରେ ଚରଣ ପାଦୁକା ମଧ୍ୟ ରହିଛି। ମା ସେଠାରୁ ବାହାରି ଭୈରବନାଥକୁ ଚେତାଇଥିଲେ କିନ୍ତୁ ଭୈରବନାଥ ତାଙ୍କ କଥା ନମାନିବାରୁ ମା ମହାକାଳୀ ରୂପ ଧାରଣ କରି ତାର ବଧ କରିଥିଲେ। ଭୈରବନାଥର ମୁଣ୍ଡ କଟି ୮ କିଲୋମିଟର ଦୂରରେ ଥିବା ତ୍ରିକୁଟ ପର୍ବତର ଭୈରବ ଘାଟିରେ ଯାଇ ପଡିଥିଲା ଯାହା ବର୍ତ୍ତମାନ ଭୈରବନାଥ ମନ୍ଦିର ରୂପରେ ଜଣାଶୁଣା। ଭୈରବକୁ ବଧ କରିଥିବା ସ୍ଥାନରେ ମା ମହାକାଳୀ , ମା ସରସ୍ୱତୀ ଏବଂ ମା ମହାଲକ୍ଷ୍ମୀ ରୂପରେ ଏଠାରେ ପୂଜା ପାଉଛନ୍ତି। ଏହି ତିନି ଦେବୀଙ୍କ ମିଳିତ ରୂପକୁ ବୈଷ୍ଣୋଦେବୀ କୁହାଯାଏ।

KNews Bureau

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

15 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

27 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

37 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

40 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago