ସ୍ପେଶାଲ

କାହିଁକି ହନୁମାନ ପଞ୍ଚମୁଖୀ ରୂପ ଧାରଣ କରିଥିଲେ? ଜାଣନ୍ତୁ ଏହାର ପୌରାଣିକ କାହାଣୀ

ବିଶ୍ୱାସ କରାଯାଏ ଯେ ଯେତେବେଳେ ଜଣେ ବ୍ୟକ୍ତି ସବୁ ଦିଗରୁ ଅସୁବିଧାରେ ପଡିଥାଏ । କିମ୍ବା ସେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କୌଣସି ଉପାୟ ଖୋଜି ପାରେ ନାହିଁ, ସେହି ସମୟରେ ସେ ପଞ୍ଚମୁଖୀ ହନୁମାନଙ୍କ ଆଶ୍ରୟ ନେଇଥାଏ। ପଞ୍ଚମୁଖୀ ହନୁମାନଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ପ୍ରକାର ଗ୍ରହ ଦୋଷ ଦୂର ହୋଇଥାଏ। ଏହି ରୁପକୁ ହନୁମାନଙ୍କର ସବୁଠାରୁ ଶକ୍ତିଶାଳୀ ରୂପ ଭାବରେ ବିବେଚନା କରାଯାଏ । କୁହାଯାଏ ଲଙ୍କାପତି ରାବଣର ମାୟାକୁ ଶେଷ କରିବା ପାଇଁ ଯୁଦ୍ଧ ସମୟରେ ହନୁମାନ ଏହି ପଞ୍ଚମୁଖୀ ସ୍ୱରୂପ ଧାରଣ କରିଥିଲେ । ପୌରାଣିକ କଥା ଅନୁସାରେ ବଜରଙ୍ଗବାଲି ପଞ୍ଚମୁଖୀ ରୂପ ଧାରଣ କରିବାର ଏକ କାହାଣୀ ବର୍ଣ୍ଣିତ ଅଛି। ତେବେ ଆସନ୍ତୁ ଜାଣିବା କେଉଁ ପରିସ୍ଥିତିରେ ପ୍ରଭୁ ହନୁମାନ ଏହି ରୂପ ଧାରଣ କରିଥିଲେ ।

ଯେତେବେଳେ ରାବଣ ହୃଦୟଙ୍ଗମ କଲା ଯେ ସେ ପ୍ରଭୁ ଶ୍ରୀ ରାମ ଚନ୍ଦ୍ରଙ୍କ ସହ ଯୁଦ୍ଧରେ ହାରି ଯାଉଛି, ସେତେବେଳେ ସେ ତାର ମାୟାବୀ ଶକ୍ତିର ବ୍ୟବହାର କରିବା ଆରମ୍ଭ କଲା। ରାବଣ ଜାଣିଥିଲେ ଯେ ଯଦି ସେ ମାୟାବୀ ଶକ୍ତିର ବ୍ୟବହାର ନକରେ, ତେବେ ତାର ପରାଜୟ ନିଶ୍ଚିତ। ତେଣୁ ସେ ଯୁଦ୍ଧରେ ନିଜର ଭାଇ ମହିରାବଣର ସାହାଯ୍ୟ ନେଇଥିଲା । ମହିରାବଣର ମା ଭବାନୀ ମଧ୍ୟ ତନ୍ତ୍ର-ମନ୍ତ୍ର ରେ ବେଶ ଜ୍ଞାନଥିଲା। ଏହି କାରଣରୁ ମହିରାବଣର ମଧ୍ୟ ତାନ୍ତ୍ରିକ କାର୍ଯ୍ୟକଳାପରେ ପାରଦର୍ଶୀ ଥିଲା। ତେଣୁ ଯୁଦ୍ଧ ସମୟରେ ସେ ଏପରି ପଦକ୍ଷେପ ନେଇଥିଲା ଯେ ଶ୍ରୀ ରାମଙ୍କ ସମସ୍ତ ସୈନ୍ୟ ବାହିନୀ ଧୀରେ ଧୀରେ ଯୁଦ୍ଧକ୍ଷେତ୍ରରେ ଶୋଇଗଲେ । କେବଳ ଏତିକି ନୁହେଁ, ପ୍ରଭୁ ରାମ ଚନ୍ଦ୍ର ଏବଂ ଲକ୍ଷ୍ମଣ ମଧ୍ୟ ଏଥିରୁ ରକ୍ଷା ପାଇପାରିଲେ ନାହିଁ। ଭଗବାନ ରାମ ଏବଂ ଲକ୍ଷ୍ମଣ ଶୋଇବା ମାତ୍ରେ ମହିରାବଣ ସେମାନଙ୍କୁ ଅପହରଣ କରି ପାତାଳ ଲୋକକୁ ନେଇଯାଇଥିଲା ।

କିଛି ଘଣ୍ଟା ପରେ, ଯେତେବେଳେ ମାୟାର ପ୍ରଭାବ ଧୀରେ ଧୀରେ କମିବାକୁ ଲାଗିଲା ସମସ୍ତେ ସୈନ୍ୟ ବାହିନୀ ଜାଗ୍ରତ ହେଲେ। କିନ୍ତୁ ପ୍ରଭୁ ଶ୍ରୀ ରାମ ଚନ୍ଦ୍ର ଏବଂ ଲକ୍ଷ୍ମଣ ସେଠାରେ ଦେଖାଗଲେ ନାହିଁ। ଏହି ଦୃଶ୍ୟକୁ ଦେଖି ବିଭୀଷଣ ବୁଝିସାରିଥିଲା ଯେ ଏପରି କାର୍ଯ୍ୟ କେବଳ ମହିରାବଣର ହୋଇଥିବ। ଶ୍ରୀ ରାମଚନ୍ଦ୍ର ଏବଂ ଲକ୍ଷ୍ମଣଙ୍କୁ ବଞ୍ଚାଇବା ପାଇଁ ବିଭୀଷଣ ହନୁମାନଙ୍କୁ ପାତାଳ ଲୋକକୁ ଯିବା ପାଇଁ କହିଥିଲା । ଯେତେବେଳେ ହନୁମାନ ପାତାଳ ଲୋକରେ ପହଞ୍ଚିଲେ ସେ ଦେଖିଲେ ଯେ ତାଙ୍କ ପୁତ୍ର ମକରଧ୍ଵଜ ଦ୍ୱାର ନିକଟରେ ଠିଆ ହୋଇଛନ୍ତି।

ଯେତେବେଳେ ମକରଧ୍ଵଜ ତାଙ୍କୁ ଅଟକାଇ ବାକୁ ଚେଷ୍ଟା କଲେ ଉଭୟଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା ଏବଂ ଯୁଦ୍ଧରେ ହନୁମାନ ତାଙ୍କୁ ପରାସ୍ତ କରିଥିଲେ । ଏହା ପରେ ହନୁମାନ ପାତାଳ ଲୋକରେ ପ୍ରବେଶ କରି ଦେଖିଲେ ଯେ ରାମ, ଲକ୍ଷ୍ମଣ ଦୁଇ ଭାଇଙ୍କୁ ବନ୍ଧନ କରି ରଖାଯାଇଛି । ଏହା ଛଡା ସେଠାରେ ପାଞ୍ଚଟି ଜଳୁଥିବା ଦୀପକୁ ପାଞ୍ଚଟି ଦିଗରେ ରଖାଯାଇଛି। ଏହି ତନ୍ତ୍ର ଅହିରାବଣର ମା’ ଭବାନୀର ଥିଲା । ହନୁମାନ ଜାଣିଥିଲେ ଯେ ଏହି ପାଞ୍ଚଟି ଦୀପକୁ ଏକତ୍ର ଲିଭାଇବା ପରେ ମହିରାବଣର ଅନ୍ତ ସୁନିଶ୍ଚିତ।

ସେଥିପାଇଁ ଉତ୍ତରରେ ବରାହ, ଦକ୍ଷିଣରେ ନରସିଂହ, ପଶ୍ଚିମରେ ଗରୁଡ଼, ପୂର୍ବରେ ବାନର ଓ ଆକାଶ ଆଡ଼କୁ ହୟଗ୍ରୀବ ମୁଖ ଧାରଣ କରି ସମସ୍ତ ଦୀପକୁ ଏକାସମୟରେ ଲିଭାଇବା ଫଳରେ ମହିରାବଣର ମୃତ୍ୟୁ ହେଇଥିଲା । ମହିରାବଣର ମୃତ୍ୟୁପରେ ହନୁମାନ ରାମ ଓ ଲକ୍ଷ୍ମଣଙ୍କୁ ଉଦ୍ଧାର କରିଥିଲେ । ଏହି କାରଣରୁ ହନୁମାନଙ୍କର ପଞ୍ଚମୁଖୀ ରୂପକୁ ପୂଜା କରିବା ଦ୍ୱାରା ମନୁଷ୍ୟରେ ସମସ୍ତ ଅସୁବିଧା ଦୂର ହୋଇଥାଏ ।

Barsha

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

13 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

29 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

42 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

51 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

55 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago