ଦୁନିଆର ସବୁଠାରୁ ପୁରୁଣା ଦେଶ, ଜାଣନ୍ତୁ କେତେ ନମ୍ବରରେ ଅଛି ଭାରତ

ଲକ୍ଷ ଲକ୍ଷ ବର୍ଷ ଧରି ଏହି ପୃଥିବୀପୃଷ୍ଠରେ ଅନେକ ଦେଶ ଏବଂ ରାଷ୍ଟ୍ର ରହିଆସିଛି ଯାହା ଇତିହାସରେ ପ୍ରତିଷ୍ଠିତ ହୋଇଛି ଏବଂ ହଜିଯାଇଛି, କିନ୍ତୁ ଦୁନିଆରେ ମଧ୍ୟ ଏମିତି କିଛି ଦେଶ ଅଛି ଯାହା ହଜାର ହଜାର ବର୍ଷ ପୂର୍ବେ ପ୍ରତିଷ୍ଠିତ ହୋଇଥିଲା ଏବଂ ବର୍ତ୍ତମାନ ମଧ୍ୟ ବିଦ୍ୟମାନ ଅଛି । ଆଜି ଆମେ ଆପଣଙ୍କୁ ଦୁନିଆର ସବୁଠାରୁ ପୁରୁଣା ଦେଶ ବିଷୟରେ କହିବାକୁ ଯାଉଛୁ, ଯାହାକି ଲକ୍ଷ ଲକ୍ଷ ବର୍ଷ ଧରି ଏହି ଦୁନିଆରେ ରହିଆସିଛି । ସମଗ୍ର ବିଶ୍ୱରେ ୧୯୫ ଟି ଦେଶ ଅଛି, କିନ୍ତୁ ଆପଣ ଜାଣନ୍ତି କି ଦୁନିଆର ସର୍ବ ପୁରାତନ ଦେଶ କେଉଁଟି?

ଆହୁରି ମଧ୍ୟ, ଏହି ତାଲିକାରେ ଭାରତର ନାମ କେଉଁଠାରେ ଦେଖାଯାଏ? ଭାରତର ଇତିହାସ ହଜାରେ ବର୍ଷ ପୁରୁଣା, କିନ୍ତୁ ଆପଣ ଜାଣନ୍ତି ଦୁନିଆର କେଉଁ ପୁରାତନ ଦେଶ ଯାହାର ଇତିହାସ ଭାରତଠାରୁ ପୁରୁଣା? ଆସନ୍ତୁ ଜାଣିବା । ବାସ୍ତବରେ, ବିଶ୍ୱର ସର୍ବ ପୁରାତନ ଦେଶ ହେଉଛି ମିସ୍ର । ଯାହାର ଇତିହାସ ୫୦୦୦ ବର୍ଷରୁ ଅଧିକ ପୁରୁଣା । ଏହାର ସଭ୍ୟତା ଖୁବ ପ୍ରାଚୀନ ଏବଂ ଏହାର ଅର୍ଥନୀତି ସବୁଠାରୁ ବିକଶିତ ବୋଲି ମଧ୍ୟ କୁହାଯାଏ ।

ଦୁନିଆର ଦ୍ୱିତୀୟ ପୁରାତନ ଦେଶ ହେଉଛି ଭାରତ । ଆମ ଭାରତର ଇତିହାସ ବିଶ୍ୱପ୍ରସିଦ୍ଧ । ସେଥିପାଇଁ ତ ଏହାର କଳାକୃତି ଓ ମନ୍ଦିର ମାନଙ୍କର କାରୁକାର୍ଯ୍ୟ ଦେଖି ଏଠାକୁ ଆସନ୍ତି ଅନେକ ବିଦେଶୀ ପର୍ଯ୍ୟଟକ । ଯାହାର ଇତିହାସ ୫୦୦୦ ବର୍ଷ ପୁରୁଣା ବୋଲି କୁହାଯାଏ । ବିଶ୍ୱର ତୃତୀୟ ପୁରାତନ ଦେଶ ହେଉଛି ଚୀନ୍ । ଯାହାର ଇତିହାସ ୪୦୦୦ ବର୍ଷ ପୁରୁଣା ବୋଲି କୁହାଯାଏ । ଚୀନ୍ ଦୁନିଆର ସର୍ବ ପୁରାତନ ତଥା ଜଣାଶୁଣା ସଭ୍ୟତା ମଧ୍ୟରୁ ଅନ୍ୟତମ ।

ଏହା ପରେ, ଇରାନର ନାମ ଚତୁର୍ଥ ନମ୍ବରରେ ଆସେ, ଯାହା ୩୦୦୦ ବର୍ଷ ପୁରୁଣା । ଏହି ତାଲିକାରେ ଗ୍ରୀସର ନାମ ପଞ୍ଚମ ସ୍ଥାନରେ ରହିଛି, ଏହି ଦେଶର ଇତିହାସ ୩୦୦୦ ବର୍ଷ ପୁରୁଣା । ତେବେ ଏହି ସବୁ ଦେଶ ଗୁଡିକ ଆମ ପୃଥିବୀ ପୃଷ୍ଠରେ ଆଦିମ କାଳରୁ ରହିଆସିଛି । ଯାହାର ଇତିହାସ ଖୁବ ପୁରୁଣା ।

You might also like