ଭାରତରେ ପ୍ରଥମ ଆଧାର କାର୍ଡ କାହାର ତିଆରି ହୋଇଥିଲା, ଜାଣନ୍ତୁ କିଏ ସିଏ

ଭାରତରେ ବର୍ତ୍ତମାନ ସମୟରେ ପ୍ରାୟ ୯୦ ପ୍ରତିଶତ ଲୋକଙ୍କ ପାଖରେ ଆଧାର କାର୍ଡ ରହିଛି। କିନ୍ତୁ ଥରେ ଭାବିଛନ୍ତି ଏବଂ ଏମିତି କେବେ ପ୍ରଶ୍ନ ଆପଣଙ୍କ ମନକୁ ଆସିଛି କି ଯେ ଆଧାର କାର୍ଡ ଯେତେବେଳେ ଆରମ୍ଭ ହେଲା ପ୍ରଥମେ ଏହାକୁ କିଏ ନେଇଥିଲେ। ଯଦି ଜାଣିନାହାଁନ୍ତି ତାହେଲେ ଆଜି ଆମେ ଆପଣଙ୍କୁ ଏ ଭିଡିଓରେ ସେହି ବିଷୟରେ କହିବାକୁ ଯାଉଛୁ।

ଆଧାର ହେଉଛି ବ୍ୟକ୍ତିଙ୍କର ପରିଚୟର ପ୍ରମାଣ। ଏହା ଆସିବା କାରଣରୁ ଦେଶରେ ପାରଦର୍ଶିତା ଦେଖିବାକୁ ମିଳିଛି ଏବଂ ଅନେକ ସରକାରୀ କାମରେ ସୁଧାର ବି ଆସିଛି। ଏହି କାରଣରୁ ବହୁତ ସଂଖ୍ୟାର ଲୋକ ଆଧାର କାର୍ଡ ବନାଉଛନ୍ତି। ତେବେ ଏହାରି ଭିତରେ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଯେ ଭାରତରେ ପ୍ରଥମ ଆଧାର କାର୍ଡ କାହାର ତିଆରି ହୋଇଥିଲା ଏବେ ପ୍ରାୟ ୧୩୫ କୋଟି ଜନସଂଖ୍ୟା ଥିବା ଦେଶରେ ଏହା ଜାଣିବା ବହୁତ ମୁସକିଲ ଯେ ସବୁଠାରୁ ପ୍ରଥମେ ଆଧାର କାର୍ଡ କାହାର ତିଆରି ହୋଇଥିଲା। କିଛି ରିପୋର୍ଟ ଆଧାରରେ ଦେଶର ପ୍ରଥମ ଆଧାର କାର୍ଡ କାହାର ତିଆରି ହୋଇଥିଲା ଏହାର ସୂଚନା ମିଳିଯିବ। ଏହାସହିତ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆଧାର କାର୍ଡ ପୂର୍ବରୁ ଭୋଟର ଆଇଡି କାର୍ଡର ବ୍ୟବହାର କରାଯାଉଥିଲା।

ରିପୋର୍ଟ ଅନୁଯାୟୀ ୟୁପିଏ ସରକାରଙ୍କ ସମୟରେ ଆଧାର କାର୍ଡ ଆରମ୍ଭ ହୋଇଥିଲା। ଜାନୁୟାରୀ ୨୦୦୯ରେ ଭାରତ ସରକାର ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣର ଗଠନ କଲେ। ଏହି ପ୍ରାଧିକରଣର ଗଠନ ପରେ ସେପ୍ଟେମ୍ବର ୨୦୧୦ରେ ଆଧାର କାର୍ଡ ବନାଇବା କାମ ତିଆରି ହୋଇଥିଲା। କିନ୍ତୁ ଏହି ଆଧାର କାର୍ଡକୁ ବନାଇବାର ଆବଶ୍ୟକତା ଏହାର ଲଞ୍ଚ୍‌ ହେବାର ଅନେକ ବର୍ଷ ପରେ ପଡିଥିଲା। କାହିଁକିନା ଅନେକ ସରକାରୀ କାମ ପାଇଁ ଆଧାର କାର୍ଡକୁ ବାଧ୍ୟତାମୂଳକ କରିଦିଆଯାଇଥିଲା। ଏବେ ବୋଧହୁଏ କୌଣସି ସରକାରୀ କାମ ଏପରି କାଁ ଭାଁ କେଉଁଠି ରହିଥିବ ଯାହା ବିନା ଆଧାର କାର୍ଡରେ ହୋଇପାରୁଛି। କିନ୍ତୁ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବ୍ୟାଙ୍କ ଆକାଉଣ୍ଟ ଠାରୁ ନେଇ ସରକାରୀ ଚାକିରି ପର୍ଯ୍ୟନ୍ତ ଆବଦେନ କରିବା ବ୍ୟତୀତ ଅନ୍ୟ କାମ ପାଇଁ ଆଧାରକାର୍ଡ ଆବଶ୍ୟକ ପଡିଥାଏ।

cardଏବେ ଆସନ୍ତୁ ଜାଣିବା କାହାର ତିଆରି ହୋଇଥିଲା ପ୍ରଥମ ଆଧାର କାର୍ଡ

ମିଡିଆ ରିପୋର୍ଟ ଅନୁଯାୟୀ ବର୍ଷ ୨୦୧୦ରେ ପ୍ରଥମ ଆଧାର କାର୍ଡ କୌଣସି ପୁରୁଷଙ୍କର ନୁହେଁ ଜଣେ ମହିଳାଙ୍କର ତିଆରି କରାଯାଇଥିଲା। ସର୍ବ ପ୍ରଥମ ଆଧାର କାର୍ଡ ବନାଇଥିବା ମହିଳାଙ୍କ ନାମ ରଞ୍ଜନା ରଞ୍ଜନା ମହାରାଷ୍ଟ୍ରର ରହୁଥିବା ଜଣେ ମହିଳା। ସେହି ସମୟରେ ସେ ତାଙ୍କର ବାସସ୍ଥାନ ମହାରାଷ୍ଟ୍ରର ନନ୍ଦୁବାର ଜିଲ୍ଲାର ତମ୍ଭାଳୀରେ ଥିଲା। ଯାହା ପୁଣେ ଠାରୁ ପ୍ରାୟ ୪୭୦ କିମି ଦୂର ଥିଲା। କୁହାଯାଉଛି ଯେ ଆଧାର କାର୍ଡର ଆରମ୍ଭ ରଞ୍ଜନାଙ୍କ ଠାରୁ ଆରମ୍ଭ ହୋଇଥିଲା ବୋଲି ମହିଳା ଏବଂ ତାଙ୍କ ଗାଁ ବହୁତ ଦିନ ଧରି ଚର୍ଚ୍ଚାରେ ରହିଥିଲେ। ରଞ୍ଜନା ସୋନାଓ୍ଵାନେଙ୍କ ତାଙ୍କର ପ୍ରଥମ ଆଧାର କାର୍ଡ ସୋନିଆ ଗାନ୍ଧୀ ଏବଂ ତତ୍କାଳୀନ ପ୍ରଧାନମନ୍ତ୍ର ମନମୋହନ ସିଂହଙ୍କ ଉପସ୍ଥିତିରେ ଦିଆଯାଇଥିଲା।

ରଞ୍ଜନା ସୋନାଓ୍ଵାନେ ଭାରତର ସେହି ପ୍ରଥମ ମହିଳା ବନିଗଲେ। ଯାହାଙ୍କୁ ଦେଶର ପ୍ରଥମ ଆଧାର କାର୍ଡ ମିଳିଥିଲା। ଗାଁକୁ ଅନେକ ନେତାମାନେ ବି ଯିବା ଆସିବା ଆରମ୍ଭ କରିଥିଲେ। କେବଳ ଏତିକି ନୁହେଁ ୨୦୧୦ରେ ନେତା ଗାଁକୁ ଆସିଲେ ଏବଂ ଗାଁ ଲୋକଙ୍କୁ ଆଧାର କାର୍ଡ ଦେଇ ଫଟୋ କ୍ଲିକ କରାଇଲେ ଆଉ ଚାଲିଗଲେ। ଆଉ କୁହାଯାଏ ଯେ ଏହି ଗାଁର ଅବସ୍ଥା ନେତାଙ୍କ ଯିବା ଆସିବା ପରେ ମଧ୍ୟ ଆଜି ବି ଯେମିତି ସେମିତି ହୋଇକି ରହିଛି।

ବର୍ତ୍ତମାନ ବହୁତ ସଂଖ୍ୟାରେ ଲୋକମାନଙ୍କ ପାଖରେ ଆଧାର କାର୍ଡ ରହିଛି। ସରକାରଙ୍କର ଅନେକ ଜନ କଲ୍ୟାଣକାରୀ ଯୋଜନାର ଲାଭ ଉଠାଇବା ପାଇଁ ଏହାର ଆବଶ୍ୟକତା ସମସ୍ତଙ୍କୁ ପଡିଥାଏ। ତେବେ ଆଶା କରୁଛୁ ଭାରତର ପ୍ରଥମ ଆଧାର କାର୍ଡ ପାଇଥିବା ବ୍ୟକ୍ତିଙ୍କ ବିଷୟରେ ଆପଣ ସବୁକିଛି ଜାଣିପାରିଲେ। ଭିଡିଓ ଭଲ ଲାଗିଥିଲେ ଏହାକୁ ଅନ୍ୟମାନଙ୍କ ସହ ବି ସେୟାର କରନ୍ତି। ଏମିତି ଭିଡିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ଲାଇକ ଏବଂ ସବସ୍କ୍ରାଇବ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.