ଜାଣନ୍ତୁ ପୂଜାର ଠିକ ନିୟମ ଓ ବିଧି, ନହେଲେ ମିଳିବ ନାହିଁ ପୂଜାର ଫଳ

ହିନ୍ଦୁ ଧର୍ମରେ ସବୁ ଘରେ ପୂଜା ପାଠ ହୋଇଥାଏ । ପୂଜା କରିବା ଭଗବାନ ପ୍ରତି ନିଷ୍ଠା ଓ ଶ୍ରଦ୍ଧା ଦର୍ଶାଇଥାଏ । ବ୍ୟକ୍ତି ଯେତେବେଳେ ଭଗବାନଙ୍କ ପୂଜା କରିଥାନ୍ତି, ସେ ସାଂସାରିକ ମୋହ ମାୟାରୁ ଦୂରରେ ରୁହନ୍ତି । ଆଧ୍ୟତ୍ମିକ ସଂସାରରେ ପହଞ୍ଚିଯାଇଥାନ୍ତି । ହେଲେ ପୂଜାର ଫଳ ସେତେବେଳେ ପ୍ରାପ୍ତ କରିଥାନ୍ତି,ଯେତେବେଳେ ଏହାକୁ ଠିକ ଭାବେ କରାଯାଇଥାଏ ।

ଆମେ ସବୁ ଭଗବାନଙ୍କୁ ପୂଜା କରିଥାଉ । ହେଲେ ଆମର ମନସ୍କାମନା ପୂର୍ଣ୍ଣ ହୋଇ ନଥାଏ । କାରଣ ପୂଜାରେ ଜଣା-ଅଜଣାରେ ଆମର କିଛି ଭୁଲ ହୋଇଯାଇଥାଉ । ଯେଉଁଥିପାଇଁ ଆମେ ଠିକ ଫଳ ପାଇ ନଥାଉ । ପୂଜାରେ ଭୁଲ ନିୟମ ଯୋଗୁ ଏହା ଆମ ପାଇଁ ଦୁର୍ଭାଗ୍ୟ ହୋଇଯାଇଥାଏ । ଆସନ୍ତୁ ଜାଣିବା ପୂଜା ପାଠର ଠିକ ବିଧି ଓ ନିୟମ ।

ପୂଜା ପାଠ କରିବା ସମୟରେ ଏହି କଥା ଉପରେ ଧ୍ୟାନ ରଖନ୍ତୁ

• ପୂଜା କେବେ ବି ଠିଆ ହୋଇ କରନ୍ତୁ ନାହିଁ । କିମ୍ବା ତଳେ ବସି ପୂଜା କରନ୍ତୁ ନାହିଁ । ପୂଜା କରିବା ପୂର୍ବରୁ ଆସନ ପକାଇ ବସି ପୂଜା କରନ୍ତୁ ।

• ବିନା ମୁଣ୍ଡ ଢ଼ାଙ୍କି ବି ପୂଜା କରିବା କଥା ନୁହେଁ । ମାନ୍ୟତା ରହିଛି ଯେ ବିନା ମୁଣ୍ଡ ଢ଼ାଙ୍କି ପୂଜା କଲେ ତାର ଫଳ ମିଳିନଥାଏ । ତେଣୁ ସ୍ତ୍ରୀ ବା ପୁରୁଷ ପୂଜା ବେଳେ ମୁଣ୍ଡ ଢ଼ାଙ୍କନ୍ତୁ ।

• ପୂଜା ସ୍ଥାନ ଘର ଚଟାଣ ଠାରୁ ଟିକେ ଉଚ୍ଚ ହେବା ଦରକାର । କାରଣ ଭଗବାନ ଶ୍ରେଷ୍ଠ, ତେଣୁ ତାଙ୍କର ବରାବର ପୂଜା କରିବା କଥା । ତେଣୁ ଭଗବାନଙ୍କୁ କିଛି ଉଚ୍ଚ ସ୍ଥାନରେ ସ୍ଥାପନ କରନ୍ତୁ ।

• ପୂଜା କରିବା ସମୟରେ ଆପଣଙ୍କ ମୁହଁ ପୂର୍ବ ଦିଗକୁ ହେବା ଦରକାର । ପୂଜା ବେଳେ ଘିଅ ଦୀପକୁ ବାମ ପାର୍ଶ୍ୱରେ ରଖିବା ଦରକାର ।

Leave A Reply

Your email address will not be published.