ଇନ୍ଦିରା ଗାନ୍ଧି ନିଜ ପ୍ରିୟ କଣ୍ଢେଇକୁ କାହିଁକି ନିଆଁରେ ଜଳାଇ ଦେଇଥିଲେ, କଣ ରହିଛି ଏହା ପଛର କାରଣ ଜାଣନ୍ତୁ ..

ଇନ୍ଦିରାଗାନ୍ଧୀ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଥିଲେ ।  ସେ ୧୯୧୭ ମସିହା ନଭେମ୍ବର ୧୯ ରେ ଆହ୍ଲାବାଦରେ ଯାହା ବର୍ତମାନ ପ୍ରୟୋଗରାଜ କୁହାଯାଉଥିବା ସ୍ଥାନରେ ଜନ୍ମ ଗ୍ରହଣ କରିଥିଲେ ।  ତାଙ୍କ ବାପା ଜବାହାରଲାଲ ନେହେରୁ ଓ ମାଙ୍କ ନାମ କମଳା ନେହେରୁ ଥିଲା ।  ଇନ୍ଦିରା ତାଙ୍କ ବାପା ମାଙ୍କର ଏକମାତ୍ର ସନ୍ତାନ ଥିଲେ । ଇନ୍ଦିରାଗାନ୍ଧିଙ୍କ ବାପା ଭାରତୀୟ ସ୍ବତନ୍ତ୍ରତା ସଂଗ୍ରାମର ମହାନ ନେତା ସହ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ ।

ଇନ୍ଦିରାଗାନ୍ଧିଙ୍କ ପାଳନ ଓ ପୋଷଣ ଏକ ରାଜନୌତିକ ଓ ସାମାଜିକ ବାତାବରଣରେ ହୋଇଥିଲା । ଯାହା ଫଳରେ ତାଙ୍କ ପିଲାଦିନରୁ ରାଷ୍ଟ୍ରିୟ ରାଜନୀତି ଇନ୍ଦିରାଙ୍କୁ ପ୍ରଭାବିତ କରିଥିଲା ।  ଯାହା ଫଳରେ ଇନ୍ଦିରାଙ୍କ ଜୀବନ ଉପରେ ଏହାର ଗଭୀର ପ୍ରଭାବ ପକାଇଥିଲା । ଇନ୍ଦିରାଗାନ୍ଧିଙ୍କ ରାଜନୌତିକ ଦୁନିଆରେ ଖୁବ ଶିଘ୍ର ପ୍ରବେଶ କରିଥିଲେ । ଭାରତୀୟ ସ୍ବତନ୍ତ୍ରତା ସଂଗ୍ରାମ ସମ୍ପର୍କରେ ଇନ୍ଦିରା ବଡ ବଡ ନେତାମାନଙ୍କ ସହ ଯୋଡି ହୋଇ ରହିଥିଲେ ।

ଇନ୍ଦିରାଙ୍କ ବାପା ଜବାହାଲଲାଲ ନେହରୁ ଭାରତୀୟ ସ୍ବତନ୍ତ୍ରତା ସଂଗ୍ରାମର ମୁଖ ନେତା ଥିଲେ । ପିଲାଟିଦିନରୁ ହିଁ ଇନ୍ଦିରା ନିଜ ବାପାଙ୍କ ରାଜନୈତିକ ଗତିବିଧୀ କୁଦେଖି ବୁଝି ପାରିଥିଲେ । ୧୯୬୮ ମସିହାରେ ଇନ୍ଦିରାଙ୍କ ବିବାହ ଫିରୋଜ ଗାନ୍ଧିଙ୍କ ସହ ହୋଇଥିଲା । ଯିଏ ଏକ ପାର୍ସି ପରିବାରର ଥିଲେ । ଫିରୋଜ ଗାନ୍ଧି ପରେ ସାଂସଦ ହୋଇଥିଲେ । ଏହାସହ ଆଜାଦ ଭାରତରର ଜଣେ ପ୍ରଭାବଶାଳୀ ନେତା ଥିଲେ ।

ଇନ୍ଦିରାଗାନ୍ଧି ନିଜର ପରିବାର ଓ ପରମ୍ପରା ପାଳନ କରିଆସୁଥିଲେ। ଏହାସହ ସ୍ବତନ୍ତ୍ରତା ଆନ୍ଦୋଳନରେ ସାମିଲ ହୋଇଥିଲେ । ତାଙ୍କ ପିଲାଦିନ ସମୟରେବିଦେଶୀ ସାମଗ୍ରୀକୁ ବହିଷ୍କାର ପାଇଁ ଆନ୍ଦୋଳନ ଚାଲୁଥିଲା । ଇନ୍ଦିରାଙ୍କ ପାଖରେ ଏକ ବିଦେଶୀ କଣ୍ଢେଇ ଥିଲା ଯାହାକୁ କି ଇନ୍ଦିରା ବହୁତ ଭଲପାଉଥିଲେ । କୁହାଯାଏ ୫ ବର୍ଷର ଇନ୍ଦିରା ଏହି କଣ୍ଢେଇ କୁ ନିଆଁରେ ପୋଡି ଦେଇଥିଲେ କାରଣ ଏହା ଇଂଲଣ୍ଡରେ ତିଆରି ହୋଇଥିଲା । ଇନ୍ଦିରାଗାନ୍ଧି ସ୍ବାଧୀନତାର ଆନ୍ଦୋଳନ ସମୟରେ ବାନର ସେନା ଭଳି ପିଲାମାନଙ୍କ ନେତୃତ୍ୱ ନେଉଥିଲେ ।

ଯାହାଫଳରେ ଅତି ସହଜରେ ସ୍ବାଧୀନତାର ଖବର ଆଉ ଏକ ସ୍ଥାନରେ ପହଞ୍ଚି ପାରୁଥିଲା । ଇନ୍ଦିରାଗାନ୍ଦୀ ବିଦେଶୀ ଅତିଥିଙ୍କ ସହିତ ଖୁବ ଶିଘ୍ର ମିଶି ପାରୁଥିଲେ । ଇନ୍ଦିରା ଗାନ୍ଧିଙ୍କ ଦୁଇଟି ପୁଅ ଥିଲେ । ତାଙ୍କର ବଡ ପୁଅ ରାଜୀବ ଗାନ୍ଧି, ଯିଏକି ଭାରତର ପ୍ରଥମ ଯୁବ ପ୍ରଧାନମନ୍ତ୍ରୀ ଥିଲେ ।  ତାମିଲ ଆତଙ୍କବାଦୀଙ୍କ ବୋମା ବିସ୍ଫାରଣରେ ରାଜିବ ଗାନ୍ଧିଙ୍କ ଜୀବନ ଚାଲିଯାଇଥିଲା । ଇନ୍ଦିରାଙ୍କ ସାନ ପୁଅ ସଂଜୟ ଗାନ୍ଧୀ । ଯିଏକି ବିମାନ ଉଡାଉଥିବା ସମୟରେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ।

You might also like