ସ୍ପେଶାଲ

ମାତୃ ନବମୀ : ଜାଣନ୍ତୁ କେମିତି ଆଉ କିପରି ଦେବେ ମହିଳାଙ୍କୁ ଶ୍ରାଦ୍ଧ

ହିନ୍ଦୁ ଧର୍ମରେ ଆଶ୍ବିନ ମାସ କୃଷ୍ଣ ପକ୍ଷର ବିଶେଷ ମହତ୍ତ୍ବ ରହିଥାଏ। ଯଦିଓ ଏହିଦିନ କୌଣସି ମାଙ୍ଗଳିକ କାମ କରାଯାଏ ନାହିଁ କିନ୍ତୁ ଧାର୍ମିକ କାର୍ଯ୍ଯ ଯେପରି ପିଣ୍ଡଦାନ ଏବଂ ଶ୍ରାଦ୍ଧ କାର୍ଯ୍ଯ କରାଯାଏ। ଏହି କୃଷ୍ଣ ପକ୍ଷ ପୂର୍ବଜ ଏବଂ ପିତୃ ପକ୍ଷ ପାଇଁ ସମର୍ପିତ। ତେଣୁ ଏହାକୁ ପିତୃ ପକ୍ଷ କୁହାଯାଏ। ପିତୃ ପକ୍ଷର ପ୍ରତ୍ଯେକ ତିଥିରେ ତିଥି ବିଶେଷ ଭାବେ ଶ୍ରାଦ୍ଧ ତର୍ପଣ କରାଯାଏ। ଏହି ଆଧାରରେ ପିତୃ ପକ୍ଷର ନବୀ ତିଥିରେ ମାତା, ବିବାହିତା ମହିଳା ଏବଂ ଅଜ୍ଞାତ ମହିଳାଙ୍କୁ ଶ୍ରାଦ୍ଧ ଦିଆଯାଏ। ଏହାକୁ ମାତୃ ନବମୀ କୁହାଯାଏ। ତେବେ ଆସନ୍ତୁ ଜାଣିବା ମାତୃ ନବମୀର ସଠିକ୍ ତିଥି ଏବଂ ଶ୍ରାଦ୍ଧ ବିଧି :

ହିନ୍ଦୁ ଧର୍ମରେ ପିତୃ ପକ୍ଷ ନବମୀ ତିଥିରେ ମା ଏବଂ ବିବାହିତା ମହିଳାଙ୍କର ଶ୍ରାଦ୍ଧ ଏବଂ ତର୍ପଣ କରାଯାଏ। ଆଶ୍ବିନ ମାସ କୃଷ୍ଣ ପକ୍ଷ ନବମୀ ତିଥିରେ ମାତୃ ନବମୀ ପୂଜା କରାଯାଏ। ନବମୀ ତିଥି ଗତକାଲି ରାତି ୮.୨୯ ରୁ ଆରମ୍ଭ ହୋଇ ଆଜି ରାତି ୧୦ଟା ୮ ମିନିଟରେ ସମାପ୍ତ ହେବ।

ପିତୃ ପକ୍ଷର ମାତୃ ନବମୀ ଦିନ ସକାଳେ ନିଜର ନିତ୍ଯକର୍ମ ସାରିବା ପରେ ଘରର ଦକ୍ଷିଣ ଦିଗରେ ଏକ ପିଢା ରଖି ସେଥିରେ ସଫା କପଡା ପକାଇ ଦିଅନ୍ତୁ। ଏହା ଉପରେ ମୃତକଙ୍କ ଫଟୋ ରଖି ସେଥିରେ ମାଳ ଓ ଫୁଲ ଅର୍ପଣ କରନ୍ତୁ। ଏହା ପରେ ଗଙ୍ଗା ଜଳ ଏବଂ ତୁଳସୀ ପତ୍ର ଚଢାନ୍ତୁ। ପୁରାଣ, ଗଜେନ୍ଦ୍ର ମୋକ୍ଷ କିମ୍ବା ଗୀତା ପାଠ କରନ୍ତୁ। ସାତ୍ତ୍ବିକ ଭୋଜନ ରାନ୍ଧି ଦକ୍ଷିଣ ଦିଗରେ ମା’ଙ୍କ ନାମରେ ରଖି ପାଣି ଛଡାଇ ଦିଅନ୍ତୁ। ପରେ ଗାଈ, କାଉ, ପକ୍ଷୀ ତଥା ବ୍ରାହ୍ମଣଙ୍କୁ ନିଶ୍ଚିତ ଖାଇବାକୁ ଦିଅନ୍ତୁ। ବ୍ରାହ୍ମଣ ଭୋଜନ କରିବା ପରେ ଯଥାଶକ୍ତି କିଛି ଦାନ କରନ୍ତୁ।

Swagatika

Recent Posts

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

18 seconds ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

17 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

50 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

52 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

58 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago