ଶ୍ରୀଗଣେଶ ବକ୍ରତୁଣ୍ଡ ରୂପ ନେବା ପଛରେ ରହିଛି ଏହି ବଡ଼ କାରଣ, ଜାଣନ୍ତୁ ..

ଆସନ୍ତା କାଲି ପବିତ୍ର ଗଣେଶ ଚତୁର୍ଥୀ। ଏହି ଦିନରେ ଗଜାନନ ସମସ୍ତଙ୍କ ଘରକୁ ଆସି ବିରାଜମାନ କରିବେ ଆଗାମୀ ୧୦ ଦିନ ପାଇଁ..ଏନେଇ ଚଳଚଞ୍ଚଳ ହୋଇଉଠିଛି ଗାଁ ଠୁ ସହର। କେବଳ ରାଜ୍ୟ ନୁହେଁ ସାରା ଦେଶରେ ଶ୍ରୀଗଣେଶଙ୍କ ଆଗମନକୁ ନେଇ ସମସ୍ତେ ବେଶ ଖୁସି ଅନୁଭବ କରୁଛନ୍ତି। ତେବେ ଆମେ ତ ସବୁ ବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ଦିନ ଗଜାନନଙ୍କର ପୂଜା କରିଥାଉ। ଏହିଦିନ ଆମେ ଭଗବାନଙ୍କୁ ବକ୍ରତୁଣ୍ଡ ରୂପେ ପୂଜା କରୁ। ତେବେ କଣ ପାଇଁ ଗଜାନନ କେବଳ ଏହି ରୂପରେ ଆଜି ପୂଜା ପାଆନ୍ତି, ଆପଣ ଜାଣିଛନ୍ତି କି? ଏ ବିଷୟରେ ଜାଣନ୍ତୁ ..

ଆମେ ଯେବେବି କିଛି ଶୁଭ କାର୍ଯ୍ୟ ଆରମ୍ଭ କରୁଛେ ସର୍ବ ପ୍ରଥମେ ଭଗବାନ ଶ୍ରୀ ଗଣେଶଙ୍କ ଆବାହନ କରୁଛେ। ଭଗବାନ ଗଣେଷ ହେଉଛନ୍ତି ଶୁଭ ଫଳ ଦାତା । ଯାହାଙ୍କର ମୋଦକ ଓ ଲଡୁ ଭଳି ବାଣୀ ମଧ୍ୟ ମିଠା ଥାଏ । କିନ୍ତୁ ଥରେ ଭଗବାନ ଗଣେଷ ଏଭଳି ରାଗିଥିଲେ କି ତାର ସୀମା ନାହିଁ । ତିନି ଲୋକରେ ଏକ ଭୟଙ୍କର ଘଟଣା ଘଟିଲା ଯାହା ଗଣେଷ ଙ୍କୁ କ୍ରୋଧିତ କରିଥିଲା। ସେତେବେଳେ ତାଙ୍କୁ ମହାକାୟ ବକ୍ରତୁଣ୍ଡ ଅବତାର ନେବାକୁ ପଡିଥିଲା ।

ଇନ୍ଦ୍ର ଦେବତାଙ୍କ ଏକ ଭୁଲ ପାଇଁ ମତ୍ସରାସୁର ନାମକ ଏକ ଅସୁର ଜନ୍ମ ନେଲା । ପରେ ଏହି ଅସୁର ଦୈତ୍ୟ ଗୁରୁ ଶୁକ୍ରାଚାରଙ୍କ ଠାରୁ ଭଗବାନ ଶିବଙ୍କ ପଞ୍ଚାକ୍ଷରି ମନ୍ତ୍ରର ଦୀକ୍ଷା ପ୍ରାପ୍ତି କଲା ଏବଂ ଗୋଟିଏ ଗୋଡ଼ରେ ଠିଆ ହୋଇ ଅନେକ ବର୍ଷ ପର୍ଯ୍ୟନ୍ତ ଭଗବାନ ଶିବଙ୍କ ତପସ୍ୟା କଲେ । ମତ୍ସରାସୁରର ତପସ୍ୟା ଦେଖି ଭଗବାନ ଶିବ ପ୍ରସନ୍ନ ହେଲେ ଓ ବର ମାଗିବାକୁ କହିଲେ । ଏହି ଅସୁର ବର ମାଗିଲେ ତାଙ୍କୁ କୌଣସି ଦେବତା, ରାକ୍ଷସ କି ମନୁଷ୍ୟ ସଂଘାର କରି ପାରିବେ ନାହିଁ । ମାନେ ସେ ଅଭୟ ରହିବାର ବର ମାଗିଲେ । ଭଗବାନ ଶିବ ମତ୍ସରାସୁରର ଇଚ୍ଛା ପୂର୍ଣ୍ଣ ପାଇଁ ଅଭୟ ବର ପ୍ରଦାନ କଲେ ।

ବରଦାନ ମିଳିବା ମାତ୍ରେ ଗୁରୁ ଶୁକ୍ରାଚାର୍ଯ୍ୟ ଖୁବ ପ୍ରସନ୍ନ ହେଲେ ଓ ତାଙ୍କୁ ଦୈତ୍ୟ ରାଜା କରିଦେଲେ । ତା’ପରେ ଦୈତ୍ୟ ରାଜା ମତ୍ସରାସୁର ପୃଥିବୀରେ ଆକ୍ରମଣ କରିବା ଆରମ୍ଭ କରିଦେଲା । କୌଣସି ରାଜା ମତ୍ସରାସୁର ଆଗରେ ଜିତି ପାରିଲେ ନାହିଁ । ସାରା ପୃଥିବୀ ଦୈତ୍ୟର ଅଧୀନକୁ ଆସିଗଲା । ଏହା ପରେ ସେ ପାତାଳ ଓ ସ୍ୱର୍ଗ ଲୋକରେ ମଧ୍ୟ ଆକ୍ରମଣ କରିଲା । ସମସ୍ତ ଦେବତା ପରାସ୍ତ ହେଲେ ।

ତାପରେ ସେ ତିନି ଲୋକର ରାଜା ହୋଇଗଲା । ଏହାପରେ ସବୁ ଦେବତା ବ୍ରହ୍ମା ବିଷ୍ଣୁ ଙ୍କୁ ସାଙ୍ଗରେ ନେଇ ଶିବଙ୍କ ନିକଟରେ ପହଞ୍ଚିଲେ । ହେଲେ ଭଗବାନ ଶିବ କିଛି କରିପାରିଲେ ନାହିଁ କାରଣ ସେ ନିଜେହିଁ ମତ୍ସରାସୁରକୁ ଅଭୟ ବର ପ୍ରଦାନ କରିଥିଲେ । ମତ୍ସରାସୁର ନିଜ ଶକ୍ତି ବଳରେ କୈଳାସ ପର୍ବତ ଉପରେ ହିଁ ଆକ୍ରମଣ କରିଦେଲା । ଯେତେବେଳେ ଶିବ ଚାହିଁଲେ ତାଙ୍କ ଅହଙ୍କାରୀ ଭକ୍ତକୁ ବୁଝାଇବାକୁ ସେ ଶିବଙ୍କୁ ପ୍ରହାର କରିବାକୁ ଲାଗିଲା । ଏହାପରେ ଶିବ ମଧ୍ୟ ମତ୍ସରାସୁର ଉପରେ ପ୍ରହାର କରିବା ଆରମ୍ଭ କରିଦେଲେ । ହେଲେ ଶିବଙ୍କ ଶକ୍ତି ନିଷ୍ଫଳ ହୋଇଯାଉଥିଲା । କାରଣ ଶିବ ହିଁ ଅଭୟବର ଦେଇଥିଲେ।।

ଶେଷରେ ସେହି ସମୟରେ ଭଗବାନ ଦତତ୍ରେୟ ସେଠାରେ ପହଁଚିଲେ । ଦେବତାଙ୍କୁ ବକ୍ରତୁଣ୍ଡ ଏକାକ୍ଷରି ମନ୍ତ୍ର ଉଚ୍ଚାରଣ କରିବାକୁ ଉପଦେଶ ଦେଲେ । ଏହାପରେ ସମସ୍ତ ଦେବତା ମନ୍ତ୍ର ଜପିବା ଆରମ୍ଭ କରିଦେଲେ । ସମସ୍ତ ଦେବତାଙ୍କ ଆରଧନାରେରେ ସନ୍ତୁଷ୍ଟ ହୋଇ ଭଗବାନ ଶ୍ରୀ ଗଣେଷ ବକ୍ରତୁଣ୍ଡ ଅବତାରରେ ପ୍ରକଟ ହେଲେ।

ମତ୍ସରାସୁରର ଅହଂକାର ଭାଙ୍ଗିବା ପାଇଁ ଓ ତାର ବିନାଶର ଦାଇତ୍ୱ ନେଲେ ବକ୍ରତୁଣ୍ଡ । ଏହାପରେ ବକ୍ରତୁଣ୍ଡ ମତ୍ସରାସୁର ନଗର ଉପରେ ଆକ୍ରମଣ ଆରମ୍ଭ କରିଦେଲେ । ଏହି ଆକ୍ରମଣରେ ଅସୁରର ଦୁଇ ପୁଅ ସୁନ୍ଦର ପ୍ରିୟ ଓ ବିଷ ପ୍ରିୟର ବଦ୍ଧ କରିଦେଲେ । ଯେତେବେଳେ ଏହି ସମାଚାର ମତ୍ସରାସୁର ଶୁଣିଲା, ରାଗରେ ପୁତ୍ର ମୃତ୍ୟୁର ପ୍ରତିଶୋଧ ନେବାପାଇଁ ସ୍ୱୟଂ ଯୁଦ୍ଧଭୂମୀକୁ ଆସିଗଲା । ବକ୍ରତୁଣ୍ଡଙ୍କୁ ଦେଖି ତାର ସବୁ ଶକ୍ତି ସାମାନ୍ୟ ହୋଇଗଲା। ଓ ତାର ଅହଂକାର ସେଇଠାରେ ଚୁର ମାର ହୋଇଗଲା ।

ସେ ସଂଗେ ସଂଗେ ବକ୍ରତୁଣ୍ଡଙ୍କ ସରଣରେ ଆସିଗଲା ଓ ତାଙ୍କ ସ୍ତୁତି ଗାଇବାକୁ ଲାଗିଲା ଓ ତାଙ୍କୁ କ୍ଷମା ପ୍ରାର୍ଥନା କଲା। ବକ୍ରତୁଣ୍ଡ ତାକୁ କହିଲେ ଯେ ସେ ସେତେବେଳେ କ୍ଷମା ଦେବେ ଯେବେ ସେ ତିନି ସ୍ୱର୍ଗ, ପାତାଳ, ମର୍ତ୍ତ୍ୟ ଲୋକକୁ ଛାଡ଼ିଦେଵ । ମତ୍ସରସୁର ବକ୍ରତୁଣ୍ଡଙ୍କ କଥା ମାନି ତିନି ଲୋକକୁ ତାଙ୍କ ଉତ୍ତରାଧିକାରୀଙ୍କୁ ଦେଇଦେଲା । ବକ୍ରତୁଣ୍ଡଙ୍କ ଆଶୀର୍ବାଦରେ ମତ୍ସରସୁର ପାତାଳରେ ଶାନ୍ତିପୂର୍ଣ୍ଣ ଜୀବନ ଅତିବାହିତ କଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.