ଜାଣନ୍ତୁ କେବେ ପଡ଼ୁଛି ସୋମବତୀ ଅମାବାସ୍ୟା, କ’ଣ ରହିଛି ଏହାର ମହତ୍ତ୍ୱ

ହିନ୍ଦୁ ଧର୍ମରେ ସୋମବତି ଅମାବାସ୍ୟାର ବିଶେଷ ମହତ୍ତ୍ୱ ରହିଛି। ଯେଉଁ ଅମାବାସ୍ୟା ସୋମବାର ଦିନ ପଡିଥାଏ ତାହାକୁ ସୋମବତୀ ଅମାବାସ୍ୟା କୁହାଯାଇଥାଏ। ବର୍ଷକ ଭିତରେ ୨ ରୁ ୩ଟି ସୋମବତୀ ଅମାବାସ୍ୟା ପଡିଥାଏ। ମାର୍ଗଶିର ମାସ କୃଷ୍ଣପକ୍ଷର ଶେଷ ତାରିଖ ଅର୍ଥାତ  ୧୪ ଡିସେମ୍ବର ସୋମବାର ଦିନ ପଡୁଛି ଅମବାସ୍ୟା । ଏହି ଦିନ ଦାନ ଏବଂ ସ୍ନାନ କରିବାର ଅନେକ ମହତ୍ତ୍ୱ ରହିଛି। ଏହି ଦିନ ଲୋକମାନେ ନିଜ ପିତୃପୁରୁଷଙ୍କ ଆତ୍ମା ଶାନ୍ତି ପାଇଁ ନଦୀରେ ସ୍ନାନ କରି ପ୍ରାର୍ଥନା କରିଥାନ୍ତି। ସ୍ନାନ ପରେ ପିତୃପୁରୁଷଙ୍କ ନାଁରେ ଦାନ ମଧ୍ୟ କରିଥାନ୍ତି। ଏଥିସହ ଏହି ଦିନ ପତିଙ୍କ ଦୀର୍ଘାୟୁଷ ପାଇଁ ମଧ୍ୟ ବ୍ରତ ରଖାଯାଇଥାଏ। ତେବେ ଜାଣନ୍ତୁ ସୋମବତୀ ଅମାବାସ୍ୟାର କ’ଣ ରହିଛି ମହତ୍ତ୍ୱ ଏବଂ ପୂଜା କରିବାର ବିଧି-ବିଧାନ।

pujaସୋମବତୀ ଅମାବାସ୍ୟାର ମହତ୍ତ୍ୱ

ସୋମବତୀ ଅମାବାସ୍ୟାର ପ୍ରଚଳିତ କଥା ଅନୁଯାୟୀ, ମହାଭାରତରେ ଭୀଷ୍ମ ଯୁଧିଷ୍ଟିରଙ୍କୁ ଏହି ଦିନର ମହତ୍ତ୍ୱ ବିଷୟରେ ବୁଝାଇବା ସହ କହିଥିଲେ, ଯେଉଁ ବ୍ୟକ୍ତି ଏହି ଦିନ ପବିତ୍ର ନଦୀରେ ସ୍ନାନ କରିବେ ତାଙ୍କୁ ସମସ୍ତ ପ୍ରକାର ସୁଖ-ସମୃଦ୍ଧି ପ୍ରାପ୍ତି ହେବ। ଏଥିସହ ସମସ୍ତ ରୋଗ ଏବଂ ଦୁଃଖରୁ ମଧ୍ୟ ମୁକ୍ତି ମିଳିବ। ମାନ୍ୟତା ରହିଛି ଏହି ଦିନ ପବିତ୍ର ନଦୀରେ ସ୍ନାନ କରିବା ପରେ ଦାନ କରିବା ଦ୍ୱାରା ପିତୃପୁରୁଷଙ୍କ ଆତ୍ମା ଶାନ୍ତି ପ୍ରାପ୍ତ ହୋଇଥାଏ। ଏହି ଦିନ ଉପବାସ କରିବାର ମଧ୍ୟ ବିଧି ରହିଛି। ତେବେ ଜାଣନ୍ତୁ, କାହିଁକି କରାଯାଏ ଏହି ବ୍ରତ।
ସୋମବତୀ ଅମାବାସ୍ୟାରେ ମୌନ ବ୍ରତ କରିବାର ବିଧାନ ରହିଛି। ମାନ୍ୟତା ରହିଛି ଯେଉଁ ବ୍ୟକ୍ତି ଏହି ଦିନ ମୌନ ବ୍ରତ କରିଥାନ୍ତି ତାଙ୍କୁ ସହସ୍ର ଗୋଦାନ ସମାନ ଫଳ ପ୍ରାପ୍ତି ହୋଇଥାଏ। ଏଥିସହ ଏହିଦିନ ବିବାହିତ ମହିଳାମାନେ ସ୍ୱାମୀଙ୍କର ଦୀର୍ଘ ଆୟୁଷ ପାଇଁ ଉପବାସ ରଖିଥାନ୍ତି।

Amavasyaପୂଜା ବିଧି

-ସୋମବତୀ ଅମାବାସ୍ୟା ଦିନ ସୋମବାର ପଡିବାରୁ ଭଗବାନ ଶଙ୍କରଙ୍କ ନିକଟରେ ପତିଙ୍କ ଦୀର୍ଘାୟୁ କାମନା କରିଥାନ୍ତି। -ଏଥିସହ ସେମାବତୀ ଅମାବାସ୍ୟା ଦିନ ଅଶ୍ୱତ୍ଥ ବୃକ୍ଷର ପୂଜା କରନ୍ତୁ।
-ବିବାହିତ ମହିଳାମାନେ ଅଶ୍ୱତ୍ଥ ବୃକ୍ଷରେ କ୍ଷୀର, ଜଳ, ଫୁଲ, ଅକ୍ଷତ ଏବଂ ଚନ୍ଦନ ଲଗାଇ ପୂଜା କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.