ଜାଣନ୍ତୁ ଚଳିତ ବର୍ଷ କେବେ ପଡୁଛି ବିବାହ ପଞ୍ଚମୀ, କ’ଣ ରହିଛି ଏହାର ମହତ୍ତ୍ୱ ଏବଂ ପୂଜା ବିଧି

ମାର୍ଗଶିର ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିକୁ ବିବାହ ପଞ୍ଚମୀ ରୂପେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ପର୍ବ ୧୯ ଡିସେମ୍ବର ଦିନ ପାଳନ କରାଯିବ। ମାନ୍ୟତା ଅନୁଯାୟୀ ଏହି ଦିନ ଭଗବାନ ରାମ ଏବଂ ସୀତାଙ୍କ ବିବାହ ହୋଇଥିଲା। ହିନ୍ଦୁ ଧର୍ମରେ ବିବାହ ପଞ୍ଚମୀକୁ ଭଗବାନ ରାମ ଏବଂ ମାତା ସୀତାଙ୍କ ବିବାହ ଉତ୍ସବ ରୂପେ ମଧ୍ୟ ପାଳନ କରାଯାଇଥାଏ। ଉଲ୍ଲେଖ ରହିଛି ଏହି ଦିନ ତୁଳସୀ ଦାସ ରାମଚରିତ ମାନସ ସମ୍ପୂର୍ଣ୍ଣ କରିଥିଲେ। ଏହିକାରଣରୁ ବିବାହ ପଞ୍ଚମୀର ଖାସ୍‌ ମହତ୍ତ୍ୱ ରହିଛି। ତେବେ ଜାଣନ୍ତୁ ବିବାହ ପଞ୍ଚମୀର ମହତ୍ତ୍ୱ ଏବଂ ପୂଜା ବିଧି।

ramବିବାହ ପଞ୍ଚମୀର ମହତ୍ତ୍ୱ

ହିନ୍ଦୁ ଧର୍ମରେ ବିବାହ ପଞ୍ଚମୀର ଖାସ୍‌ ମହତ୍ତ୍ୱ ରହିଛି। ଏହିଦିନ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର ଏବଂ ମାତା ସୀତାଙ୍କୁ ବିଧି-ବିଧାନର ସହ ପୂଜା କରାଯାଇଥାଏ। ଯେଉଁ ବ୍ୟକ୍ତିଙ୍କ ଜୀବନରେ ବିବାହକୁ ନେଇ ସମସ୍ୟା ଦେଖାଯାଉଥାଏ ସେହି ବ୍ୟକ୍ତିଙ୍କ ପାଇଁ ବିବାହ ପଞ୍ଚମୀ ଦିନ ପୂଜା କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏପରି କରିବା ଦ୍ୱାରା ବିବାହକୁ ନେଇ ଦେଖାଯାଉଥିବା ସମସ୍ୟା ଦୂର ହେବା ସହ ଏକ ସୁଯୋଗ୍ୟ ଜୀବନସାଥୀ ପ୍ରାପ୍ତି ହୋଇଥାଏ। ଏହି ଦିନ ପୂଜା-ଅର୍ଚ୍ଚନା କରିବା ଦ୍ୱାରା ବୈବାହିକ ଜୀବନ ସୁଖମୟ ହୋଇଥାଏ। ଏଥିସହ ଦାମ୍ପତ୍ୟ ଜୀବନର ସମସ୍ତ ସମସ୍ୟା ଆପେ ଆପେ ଦୂର ହୋଇଯାଇଥାଏ।

ram sitaବିବାହ ପଞ୍ଚମୀର ପୂଜା ବିଧି

ବିବାହ ପଞ୍ଚମୀ ଦିନ ସକାଳୁ ଉଠି ନିତ୍ୟକର୍ମ ସାରି ସ୍ୱଚ୍ଛ ବସ୍ତ୍ର ଧାରଣ କରନ୍ତୁ। ଏହାପରେ ଭଗବାନଙ୍କସମ୍ମୁଖରେ ଶ୍ରୀ ରାମ ବିବାହର ସଂକଳ୍ପ କରନ୍ତୁ। ପୂଜା ସ୍ଥାନରେ ଏକ ଆସନ ଉପରେ ଭଗବାନ ରାମ ଏବଂ ମାତା ସୀତାଙ୍କ ପ୍ରତିମା ସ୍ଥାପନ କରନ୍ତୁ। ଏହି ଦିନ ଭଗବାନ ଶ୍ରୀ ରାମଙ୍କୁ ହଳଦିଆ ରଙ୍ଗ ଏବଂ ମାତା ସୀତାଙ୍କୁ ନାଲି ରଙ୍ଗର ବସ୍ତ୍ର ଅର୍ପଣ କରନ୍ତୁ। ଏଥିସହ ଧୂପ, ଦୀପ ଦେଇ ବିଧି-ବିଧାନର ସହ ପୂଜା କରନ୍ତୁ। ଶେଷରେ ବାଳକାଣ୍ଡରେ ଉଲ୍ଲେଖ ଥିବା ବିବାହ ପ୍ରସଙ୍ଗ ପାଠ କରନ୍ତୁ।

ବିବାହ ପଞ୍ଚମୀ ଦିନ ବାଳକାଣ୍ଡରେ ଉଲ୍ଲେଖ ଥିବା ଭଗବାନ ରାମଚନ୍ଦ୍ର ଏବଂ ସୀତାଙ୍କ ବିବାହ ପ୍ରସଙ୍ଗ ପାଠ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ଦିନ ରାମଚରିତ ମାନସ ପାଠ କରିବା ମଧ୍ୟ ବହୁତ ଶୁଭ ବୋଲି କୁହାଯାଇଥାଏ। ମାନ୍ୟତା ରହିଛି ଏହି ଦିନ ରାମଚରିତ ମାନସ ପାଠ କରିବା ଦ୍ୱାରା ପାରିବାରିକ ଜୀବନରେ ଦେଖାଯାଉଥିବା ସମସ୍ତ ସମସ୍ୟା ଶେଷ ହୋଇଯାଇଥାଏ ଏବଂ ପାରିବାରିକ ଜୀବନ ସୁଖମୟ ହୋଇଥାଏ।

Leave A Reply

Your email address will not be published.