ଜାଣନ୍ତୁ କେବେ ଆରମ୍ଭ ହୋଇଥିଲା ଇଦ୍ ଏବଂ କାହିଁକି ପାଳନ କରାଯାଇଥାଏ ଏହି ପର୍ବ

ଇସଲାମ ଧର୍ମର ସବୁଠାରୁ ମହତ୍ୱପୂର୍ଣ୍ଣ ପର୍ବ ହେଉଛି ଇଦ୍। ଇସଲାମିକ୍ କ୍ୟାଲେଣ୍ଡର ଅନୁଯାୟୀ ନୂଆ ମାସକୁ ପବିତ୍ର ମାସ ରୂପେ ପାଳନ କରାଯାଇଥାଏ। ଏହି ମାସରେ ପୁରା ଦିନରେ କିଛି ନଖାଇ ସଂନ୍ଧ୍ୟାରେ ରୋଜା ଖୋଲିଥାନ୍ତି। ଗୋଟେ ମାସ ପୁରା ହେବା ପରେ ଯେଉଁ ଚନ୍ଦ୍ର ସମ୍ପୂର୍ଣ୍ଣ ନଜର ଆସିଥାନ୍ତି ତାହାଙ୍କୁ ଇଦ୍ ଚାନ୍ଦ କୁହାଯାଇଥାଏ। ଆଜି ବିଶ୍ବର ବିଭିନ୍ନ ସ୍ଥାନରେ ପାଳିତ ହେଉଛି ଇଦ୍ ପର୍ବ। ଏହି ଦିନ ଲୋକମାନେ ତାଙ୍କର ପୂର୍ବ ଶତ୍ରୁତାକୁ ଭୁଲି ପରସ୍ପରଙ୍କୁ ଆଲିଙ୍ଗନ କରିଥାନ୍ତି। ଛୋଟ ପିଲାମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକମାନେ ସମସ୍ତେ ଆଜି ଦିନରେ ଖୁବ୍ ଖୁସି ଥାନ୍ତି। ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏହି ପର୍ବ କିପରି ଆରମ୍ଭ ହୋଇଥିଲା।

eid-ଇସଲାମ ଧର୍ମର ପବିତ୍ର ଗ୍ରନ୍ଥ କୁରାନ ଶରୀଫ ଅନୁଯାୟୀ ରମଜାନର ପୁରା ମାସରେ ରୋଜା ରଖିବା ପରେ ଆଲ୍ହା ତାଙ୍କର ଭକ୍ତମାନଙ୍କୁ ଗୋଟିଏ ଦିନ ଉତ୍ସବ ପାଳନ କରିବା ପାଇଁ ଦେଇଥାନ୍ତି। ଏହି କାରଣରୁ ଏହି କାସ୍ ଦିନକୁ ଇଦ୍ କୁହାଯାଇଥାଏ। ଏହି ପର୍ବ ସମଗ୍ର ବିଶ୍ବରେ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥାଏ।
ମୁସଲିମ ଲୋକମାନେ ଏହି କାରଣରୁ ତାଙ୍କ ଭଗବାନଙକୁ ଧନ୍ୟବାଦ ଦେଇଥାନ୍ତି କାରଣ ଆଲ୍ହା ତାଙ୍କୁ ଗୋଟିଏ ମାସ ଉପବାସ ରହିବାର ଶକ୍ତି ପ୍ରଦାନ କରିଥାନ୍ତି। ଅନେକ ଲୋକମାନଙ୍କ ମତ ଅଦୁଯାୟୀ ରମଜାନ ଭଳି ପବିତ୍ର ମାସରେ ଦାନ କଲେ ତାହାର ଫଳ ଦ୍ବିଗୁଣା ମିଳିଥାଏ। ଏହି କାରଣରୁ ଲୋକମାନେ ଗରିବ ଲୋକମାନଙ୍କୁ କିଛି ଜିନିଷ ଦାନ ଦେଇଥାନ୍ତି।

eidପ୍ରଥମେ ଇଦ୍ ପର୍ବ ମହମ୍ମଦ ପ୍ରୋଫେଟ ୬୨୪ ମସିହାରେ ଯୁଦ୍ଧରେ ବିଜୟଲାଭ ହାସଲ କରବା ପରେ ଖୁସିରେ ଏହି ପର୍ବ ପାଳନ କରିଥିଲେ। ଏହି ଦିନ ସକାଳେ ନମାଜ ପାଠ କରାଯିବା ପରେ କିଛି ଜିନିଷ ଦାନ ଦିଆଯାଇଥାଏ। ଏଥିସହ ଏହି ଦିନରେ ଲୋକମାନେ ନୂଆ ଡ୍ରେସ ପିନ୍ଧି ପରସ୍ପରଙ୍କୁ ଆଲିଙ୍ଗନ କରିଥାନ୍ତି।
ରମାଜାନ ମାସରେ ରୋଜା ରଖିବାର ଉଦ୍ଦେଶ୍ୟ ହେଉଛି, ଲୋକମାନଙ୍କୁ ଭୋକ ଏବଂ ଶୋଷର ଅନୁଭବ ହୋଇଥାଏ। ଏହି ଦିନ ଘରେ ଅନେକ ପ୍ରକାର ସ୍ବାଦିଷ୍ଟ ଭୋଜନ ପ୍ରସ୍ତୁତ କରାଯାଇଥାଏ। ଇଦରେ ଘରକୁ ଆସିଥିବା ଅତିଥିମାନଙ୍କୁ ପିଠା ଖୁଆଯାଇଥାଏ ଏବଂ ଏଥିସହ ସେ ଯିବା ସମୟରେ ତାଙ୍କୁ କିଛି ଉପହାର ମଧ୍ୟ ଦିଆଯାଇଥାଏ।