ମା ସତୀଙ୍କର ମାସିକ ଧର୍ମରେ ମନ୍ଦିରରେ ଲାଗେ ଲକ୍ଷ ଲକ୍ଷ ଭକ୍ତଙ୍କର ଗହଳି, ଆପଣ ବି ଥରେ ବୁଲି ଯାନ୍ତୁ

ମାତା ସତୀଙ୍କର ଅନେକ କାହାଣୀ ଆପଣମାନେ ନିଶ୍ଚୟ ଶୁଣିଥିବେ। ଭାରତର ବିଭିନ୍ନ ସ୍ଥାନରେ ମା ସତୀଙ୍କର ଏହିଭଳି ଅନେକ ମନ୍ଦିର ରହିଛି ସେ ମଧ୍ୟରୁ ଆସାମର କାମାକ୍ଷା ମନ୍ଦିର ଅନ୍ୟତମ। ଆସାମର ଗୁଆହାଟିରୁ ପାଖାପାଖି ୮ କିଲୋମିଟର ଦୁରରେ ଅବସ୍ଥିତ ମା ସତୀଙ୍କ କାମାକ୍ଷ ମନ୍ଦିର। ଏହି ମନ୍ଦିରକୁ ନେଇ ଅନେକ କଥା ପ୍ରଚଳିତ ରହିଛି। ଆଜିଆମେ ଆପଣଙ୍କୁ ଏହି ମନ୍ଦିରର ରହସ୍ୟ ବିଷୟରେ ଜଣାଇବୁ।୫୧ଟି ଶକ୍ତିପୀଠ ମଧ୍ୟରୁ ସର୍ବଶ୍ରେଷ୍ଠ ମନ୍ଦିର ଭାବେ ମାନ୍ୟତା ପାଇଥିବା ଏହି ମନ୍ଦିରର ପଥର ଉପରେ ତିଆରି ହୋଇଥିବା ଯୋନୀରୁ ରକ୍ତ ପ୍ରବାହିତ ହୋଇଥାଏ।

ପ୍ରଚଳିତ କଥା ଅନୁସାରେ ଦେବୀ ସତୀ ମହାଦେବଙ୍କ ସହିତ ବିବାହ କରିଥିଲେ କିନ୍ତୁ ସତୀଙ୍କ ପିତା ରାଜା ଦକ୍ଷ ଏହି ବିବାହରେ ଖୁସି ନଥିଲେ। ଦିନେ ରାଜା ଦକ୍ଷ ଏକ ଯଜ୍ଞର ଆୟୋଜନ କରିଥିଲେ କିନ୍ତୁ ସେହି ଯଜ୍ଞରେ ମାତା ସତିଙ୍କ ସ୍ୱାମୀ ମହାଦେବଙ୍କୁ ନିମନ୍ତ୍ରଣ ଦେଇନଥିଲେ।ଏହି କଥାରୁ ମାତା ସତୀ ଅଭିମାନ କରିଥିଲେ ଓ ବିନା ନିମନ୍ତ୍ରଣରେ ମଧ୍ୟ ସ୍ୱାମୀ ମହାଦେବଙ୍କୁ ନେଇ ସେଠାରେ ପହଞ୍ଚି ଯାଇଥିଲେ।ଏହା ଦେଖି ରାଜା ଦକ୍ଷ ଉଭୟଙ୍କୁ ଅପମାନିତ କରିଥିଲେ। ନିଜ ସ୍ୱାମୀଙ୍କର ଅପମାନକୁ ସହି ନ ପାରି ମାତା ଅଗ୍ନି କୁଣ୍ଡକୁ ଡେଇଁ ପଡିଥିଲେ।

kamakhya

ଏହି ଖବର ପାଇଁ ମହାଦେବ ସେଠାରେ ପହଞ୍ଚିଥିଲେ ଓ ମାତା ସତୀଙ୍କର ମୃତ ଶରୀରକୁ ନେଇ ଆକାଶରେ ତାଣ୍ଡବ କରିବାକୁ ଲାଗିଲେ। ମହାଦେବଙ୍କ ରାଗକୁ ଶାନ୍ତ କରିବା ପାଇଁ ଭଗବାନ ବିଷ୍ଣୁ ସୁର୍ଦଶନ ଚକ୍ର ଚଲାଇଥିଲେ ଓ ସେହି ଚକ୍ରର ପ୍ରହାରରେ ମାତାଙ୍କ ଶରୀର ୫୧ ଖଣ୍ଡ ହୋଇ ବିଭିନ୍ନ ସ୍ଥାନରେ ଯାଇ ପଡିଥିଲା। ସେହି ଖଣ୍ଡ ମଧ୍ୟରୁ ମାତାଙ୍କର ଯୋନୀ ଓ ଗର୍ଭ ଏହି କାମାକ୍ଷା ମନ୍ଦିର ସ୍ଥାନରେ ଅର୍ଥାତ ନିଳାଚଳ ପର୍ବତରେ ଯାଇ ପଡିଥିଲା। ସେହି ସମୟରେ ୧୭ଶ ଖ୍ରୀଷ୍ଟାବ୍ଦର ବିହାରର ରାଜା ନାରା ନାରାୟଣ ଏହି ସ୍ଥାନରେ ମନ୍ଦିର ନିର୍ମାଣ କରିଥିଲେ।

ଏହି ମନ୍ଦିରରେ ପ୍ରତିବର୍ଷ ଅମ୍ବୁଭାଚି ମେଳାର ଆୟୋଜନ କରାଯାଇଥାଏ ଯେଉଁଥିରେ ଦେଶର କୋଣ ଅନୁକୋଣରୁ ସମସ୍ତ ତାନ୍ତ୍ରିକ ଭାଗ ନେବା ପାଇଁ ଆସିଥାନ୍ତି। ଏହି ତିନି ଦିନ ମାତା ସତୀଙ୍କର ଋତୁସ୍ରାବ ହୋଇଥାଏ ବୋଲି ମାନ୍ୟତା ରହିଛି ଏବଂ ଜଳ କୁଣ୍ଡରେ ପାଣି ବଦଳରେ ରକ୍ତ ପ୍ରବାହିତ ହୋଇଥାଏ।ଏହି ତିନି ଦିନ ମନ୍ଦିରର କବାଟ ବନ୍ଦ ରହିଥାଏ ଓ ତିନି ଦିନ ପରେ ଖୁବ ଆଡମ୍ବରର ସହିତ ମନ୍ଦିରର କବାଟ ଖୋଲା ଯାଇଥାଏ। ପ୍ରତିବର୍ଷ ମାତଙ୍କର ଋତୁସ୍ରାବ ଯୋଗୁଁ ବ୍ରହ୍ମପତ୍ର ନଦୀର ପାଣି ମଧ୍ୟ ଲାଲ ହୋଇଯାଇଥାଏ ବୋଲି ମାନ୍ୟତା ରହିଛି।

kamakhya2

ଏହି ତିନ ଦିନରେ ମନ୍ଦିର କବାଟ ବନ୍ଦ ହେବା ସମୟରେ ସେଠାରେ ଏକ ଧଳା କପଡା ବିଛାଯାଏ ଯାହା ତିନି ଦିନ ପରେ ନାଲି ରଙ୍ଗରେ ପରିଣତ ହୋଇଥାଏ। ଏହି ନାଲି ରଙ୍ଗର କପଡାକୁ ମେଳାରେ ଆସୁଥିବା ଭକ୍ତ ମାନଙ୍କୁ ପ୍ରସାଦ ଆକାରରେ ଦିଆଯାଇଥାଏ ଯାହାକୁ ଅମ୍ବୁଭାଚି କୁହାଯାଏ। ଏହି ମନ୍ଦିରରେ କୌଣସି ବି ମୂର୍ତ୍ତି ନାହିଁ ଓ ଯୋନୀ ରୂପରେ ରହିଥିବା ଏକ ସମତଳ ଚଟ୍ଟାଣକୁ ଏଠାରେ ପୂଜା କରାଯାଏ।ଏହି ମନ୍ଦିର ନିକଟରେ ତିଆରି ହୋଇ ରହିଥିବା ଅନ୍ୟ ଏକ ମନ୍ଦିରରେ ମୂର୍ତ୍ତି ପୂଜା କରାଯାଏ।ଏଠାରେ ପଶୁମାନଙ୍କର ବଳି ମଧ୍ୟ ଦିଆଯାଇଥାଏ କିନ୍ତୁ କୌଣସି ପୁରୁଷ ପଶୁର ବଳି ଦିଆଯାଇନଥାଏ।ଏହି ରଜସ୍ୱାଲା ରକ୍ତର ପୂଜା ହେଉଛି ମନ୍ଦିରର ମୁଖ୍ୟ ଆର୍କଷଣ କେନ୍ଦ୍ର ଯାହାକୁ ଦେଖିବା ପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ଏଠାକୁ ଆସିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.