ବିଶ୍ବରେ ଏମିତି ଅନେକ ଘଟଣା ଘଟିଥାଏ ଯାହାକୁ ଶୁଣିଲେ ହସ ଲାଗିବା ସହ ଆଶ୍ଚର୍ୟ୍ୟ ଲାଗିଥାଏ । ଯେମିତି କି ଭାରତୀୟ ସିନେମାରେ ଦେଖାଯାଇଥାଏ ଅଦାଲତରେ ସାକ୍ଷ୍ୟ ଦେବା ସମୟରେ ଗୀତା ଛୁଇଁ ଶପଥ ନିଆଯାଇଥାଏ । କିନ୍ତୁ ଅସଲରେ ସେମିତି କିଛି ହୋଇନଥାଏ । ଠିକ୍ ସେମିତି କିଛି ଦିନ ତଳେ ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଯେଉଁଥିରେ ଅଦାଲତରେ ବିଚାରପତିଙ୍କ ସାମ୍ନାରେ ଏକ ଗଦା ରଖାଯାଇଥିଲା । ଆଉ କୁହାଯାଇଥିଲା ଏହି ଅଦାଲତ ହେଉଛି ହୁକୁମତ – ଏ- ପାକିସ୍ତାନର । ହେଲେ କେବେ ଚିନ୍ତା କରିଛନ୍ତି ପାକିସ୍ତାନରେ କାହିଁକି ସଂସଦରେ କାହିଁକି ହନୁମାନଙ୍କ ଗଦା ରଖାଯାଇଛି ।
ହିନ୍ଦୁ ଧର୍ମ ଅନୁସାରେ ଏହି ଗଦାକୁ ଧାରଣ କରିବା ପାଇଁ କ୍ରୋଧ, ଲୋଭ, ଅହଙ୍କାର, ବାସନା ଏବଂ ମୋହ ଠାରୁ ଦୂରରେ ରହି ଏହାକୁ ନିୟନ୍ତ୍ରଣ କରିବା ଉଚିତ୍ । କାରଣ ପ୍ରାଚୀନ କାଳରେ ଗଦାକୁ ନାକେବଳ ଏକ ଅସ୍ତ୍ର ଭାବରେ ବିବେଚନା କରାଯାଉଥିଲା ବରଂ ବ୍ୟକ୍ତିର ଶାସନ କରିବା ଶକ୍ତିର ପ୍ରତୀକ ଭାବେ ଗଣାଯାଏ । ତେବେ ପାକିସ୍ତାନରେ ଏହି କାରଣରୁ ଗଦା ରଖାଯାଇଥାଏ ତେଣିକି ଏହାର ସଂପର୍କ ହନୁମାନଙ୍କ ସହ ଥାଉ ବା ନଥାଉ ।
କେବଳ ପାକିସ୍ତାନରେ ନୁହେଁ ବରଂ ବିଶ୍ବର ପ୍ରାୟ ସମସ୍ତ ଲୋକତାନ୍ତ୍ରିକ ଦେଶରେ ଏହି ଭଳି ଗଦା ବିଧାନସଭାରେ ଦେଖିବାକୁ ମିଳେ । ଏହି ଗଦାର ରଙ୍ଗ ଏବଂ ରୂପ ଦେଶ ହିସାବରେ ଅଲଗା ଅଲଗା ହୋଇଥାଏ । ଖାସକରି ବ୍ରିଟେନ ଅଧୀନରେ ଥିବା କମନୱେଲ୍ଥ ରାଷ୍ଟ୍ର ସଦନରେ ସଭାପତିଙ୍କ ସାମ୍ନାରେ ଏହି ଗଦାକୁ ରଖାଯାଇଥାଏ । ଏହାର ଅର୍ଥ ହେଉଛି ମଣିଷର କ୍ରୋଧ, ଲୋଭ, ଅହଙ୍କାର, ବାସନା ଏବଂ ମୋହ ନାହିଁ । ଏବଂ ତା ନିକଟରେ ଶାସନ କରିବାର ଶକ୍ତି ଅଛି ।
ସ୍ବାଧୀନତା ପୂର୍ବରୁ ଆମ ଦେଶର ସଂସଦରେ ମଧ୍ୟ ଏଭଳି ଗଦା ରଖାଯାଉଥିଲା । କିନ୍ତୁ ସ୍ବାଧୀନତା ପରେ ଏହାକୁ ହଟା ଯାଇଥିଲା । କିନ୍ତୁ ଆଜି ବି କିଛି ବିଧାନସଭାରେ ଗଦା ରଖାଯାଉଛି ।
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…