Categories: ସ୍ପେଶାଲ

ସ୍କୁଲ ଫିସ ଭରିବା ପାଇଁ ମା’ ଅନ୍ୟ ଘରେ ବାସନ ମାଜୁଥିଲେ କିନ୍ତୁ ପୁଅ ଆଜି IPS ଅଫିସର

ଯଦି ମନରେ ଦୃଢ ଇଚ୍ଛା ଶକ୍ତି ଥାଏ ତେବେ ବୟସ ମଧ୍ୟ ତା’ ସାମ୍ନାରେ ହାର ମାନିଯାଏ । କୌଣସି ଅସମ୍ଭବକୁ ସମ୍ଭବ କରି ଦେଖାଇ ପାରନ୍ତି ଏହି ବ୍ୟକ୍ତି ମାନେ । ଏମିତି ହିଁ ଏକ ଅସମ୍ଭବ କାମ କରି ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟି ପାରିଛନ୍ତି । ଗୁଜୁରାଟ କନୋଦୟ ଗ୍ରାମର ବାସିନ୍ଦା ସଫିନ ହାସନ ଦେଶର ସର୍ବକନିଷ୍ଠ ଆଇପିଏସ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ୨୨ ବର୍ଷିୟ ହସନଙ୍କ ଟ୍ରେନିଂ ଶେଷ ହେବା ପରେ ତାଙ୍କୁ ନିଜ ଜନ୍ମସ୍ଥାନ ଜାମନଗରରେ ପ୍ରଥମ ପୋଷ୍ଟିଙ୍ଗ ମିଳିଛି । ଆସନ୍ତା ଡିସେମ୍ବର ୨୩ ତାରିଖରେ ଏହି ଯୁବ ଆଇପିଏସ ଅଧିକାରୀ ଜଣକ ଜାମନଗରର ସହାୟକ ପୋଲିସ ଅଧିକାରୀର ପଦଭାର ସମ୍ଭାଳିବେ । ଖୁବ କମ ବୟସରେ ସଫଳତା ପାଇଥିବା ଏହି ଯୁବକ ଜଣଙ୍କର ପିଲାବେଳ କିନ୍ତୁ ବହୁ ସଂଘର୍ଷମୟ ଥିଲା । ଏମିତିକି ସ୍କୁଲ ବେଳର ପାଠପଢା ଖର୍ଚ୍ଚ ପାଇଁ ତାଙ୍କ ମା’ଙ୍କୁ ଅନ୍ୟ ଘରେ ୧୪ ବର୍ଷ କାଳ ବାସନ ମାଜିବାକୁ ପଡିଥିଲା ।

ତାଙ୍କ ପିତା ମୁସ୍ତାଫା ଏକ ଇଲେକ୍ଟ୍ରୋସିୟାନ ଭାବେ କାମ କରୁଥିଲେ । ଗାଁରେ ହିଁ ସେ ନିଜ ସ୍କୁଲ ପାଠପଢା ଶେଷ କରିଥିଲେ । ଦ୍ୱାଦଶ ଶ୍ରେଣୀ ପଢା ଶେଷ କରିବା ପରେ ତାଙ୍କ ଇଂଜିନିୟରିଂ ପଢା ପାଇଁ ସମ୍ପର୍କୀୟ ମାନେ ସହାୟତାର ହାତ ବଢାଇଥିଲେ । ୟୁପିଏସସି ପ୍ରସ୍ତୁତି ପାଇଁ ଦିଲ୍ଲୀ ଯିବାକୁ ପଇସା ନଥିବା ବେଳେ ଗାଁର ଜଣେ ବ୍ୟକ୍ତି ହିଁ ତାଙ୍କର ସହାୟତା କରିଥିଲେ । ୧୦ ବର୍ଷର ହୋଇଥିବା ବେଳେ ନିଜ ମାଉସୀଙ୍କ ସହ ଏକ ମେଳାକୁ ଯାଇଥିଲେ ହାସନ । ସେହିଠାରେ ଜଣେ କଲେକ୍ଟରଙ୍କ ନାଲିବତୀ ଗାଡି ଦେଖି ହିଁ ତାଙ୍କ ମନରେ ସେହି ପରି ଏକ ଅଫିସର ହେବାର ନିଶା ପିଲା ବୟସର ମନରେ ଜାଗି ଉଠିଥିଲା । ଏକ ସମ୍ବାଦ ପତ୍ରକୁ ଦେଉଥିବା ସାକ୍ଷାତ୍କାର ସମୟରେ ହାସନ କହିଥିଲେ କି ନିଜ ଉପରେ ବିଶ୍ୱାସ ରଖି ଭୁଲ ସୁଧାରି ଆଗେଇଲେ ଯେକୌଣସି ପରୀକ୍ଷାରେ ବି ସଫଳତା ଅର୍ଜନ କରାଯାଇପାରିବ । ସୂଚନା ଅନୁଯାୟୀ
ହାସନ ୨୦୧୬ ମସିହା ଜୁନ ମାସରେ ହିଁ ନିଜ ପ୍ରସ୍ତୁତି ଆରମ୍ଭ କରିଥିଲେ ।

ୟୁପିଏସସି ପରୀକ୍ଷାରେ ୫୭୦ ସ୍ଥାନ ରଖି ପାସ କରିଥିଲେ । ହସନଙ୍କ ଅନୁଯାୟୀ ଅନ୍ୟ ମାନଙ୍କ କଥାରେ ପ୍ରଭାବିତ ନ ହୋଇ ବରଂ ନିଜର ବିଶ୍ଳେଷଣ କରିବା ହିଁ ଜରୁରୀ ଅଟେ । ନିଜ ପ୍ରଥମ ପ୍ରଚେଷ୍ଟାରେ ହିଁ ହସନ ଏହି ସଫଳତା ପାଇଥିଲେ । ପରୀକ୍ଷା ସମୟ ବି ତାଙ୍କର ସେତେଟା ସୁରୁଖୁରୁରେ ବିତି ନ ଥିଲା । ଶରୀର ଗଭୀର ଭାବେ ଅସୁସ୍ଥ ହୋଇଥିବା ସତ୍ୱେ ସେ ପରୀକ୍ଷା ଦେବାକୁ ପଛଘୁଞ୍ଚା ଦେଇ ନ ଥିଲେ । ୟୁପିଏସସି ମେନ୍ସ ପରୀକ୍ଷାର ଠିକ ପୂର୍ବରୁ ହାସନ ଏକ ଆକ୍ସିଡେଣ୍ଟର ସାମ୍ନା କରିଥିଲେ । କିନ୍ତୁ ପରେ ପେନକିଲର ଖାଇ ପରୀକ୍ଷା ଦେବାକୁ ଯାଇଥିଲେ | ଡାକ୍ତରୀ ପରୀକ୍ଷାରୁ ଜଣା ପଡିଥିଲା କି ତାଙ୍କ ଗୋଡ଼ର ଲିଗାମେଣ୍ଟ ଖୁବ ଜୋରରେ ମାଡ ହୋଇଛି । ଏଣୁ ଇଣ୍ଟରଭିଉ ଶେଷ ହେବା ପରେ ନିଜର ଅପରେସନ କରାଇଥିଲେ ।

ଏମିତିକି ୨୦୧୮ ମସିହା ମାର୍ଚ୍ଚ ମାସ ଇଣ୍ଟରଭିଉ ସମୟରେ ବି ହାସନଙ୍କୁ ଖୁବ ଜୋରରେ ଜ୍ୱର ହୋଇଥିଲା । ଶରୀରର ଡବ୍ଲୁବିସିର ପରିମାଣ କମିଯାଉଥିଲା । ଗଭୀର ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ମଧ୍ୟ ଡିସ୍ଚାର୍ଜ ହୋଇ ସାକ୍ଷାତ୍କାର ପରୀକ୍ଷା ଦେବାକୁ ଯାଇଥିଲେ । ମାତ୍ର ଗୋଟିଏ ସପ୍ତାହର ପ୍ରସ୍ତୁତିରେ ହିଁ ସେ ଇଣ୍ଟରଭିଉର ସାମ୍ନା କରିଥିଲେ । କିନ୍ତୁ ରେଜଲ୍ଟ ବାହାରିବାରୁ ଜଣା ପଡିଥିଲା କି ଦେଶ ମଧ୍ୟରେ ତାଙ୍କର ହିଁ ସେକେଣ୍ଡ ହାଇଏଷ୍ଟ ମାର୍କ ଥିଲା । ମନରେ ଦୃଢ ଇଚ୍ଛା ଶକ୍ତି ରଖି କର୍ତ୍ତବ୍ୟନିଷ୍ଠ ହୋଇ କାମ କଲେ ସଫଳତା ଯେ ବେଶୀ ଦୂର ନୁହେଁ ବୋଲି ହସନଙ୍କ ଉଦାହରଣରୁ ସହଜରେ ଅନୁମେୟ ।

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

5 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

7 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

13 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

22 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

22 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

40 mins ago