ଶରତ ପୂର୍ଣ୍ଣିମାରେ ଭଗବାନ ବିଷ୍ଣୁ ଏବଂ ମା’ ଲକ୍ଷ୍ମୀଙ୍କୁ ପୂଜା କଲେ ମିଳିବ ଅପାର ଧନ ଓ ବୈଭବ

ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ବର୍ଷକୁ ୧୨ଟି ପୂର୍ଣ୍ଣିମା ପଡିଥାଏ। ଯେଉଁଥିରେ ଶରତ ପୂର୍ଣ୍ଣିମା ବା କୁମାର ପୂର୍ଣ୍ଣିମାର ବିଶେଷ ମହତ୍ତ୍ୱ ରହିଛି। ଆଶ୍ୱିନ ମାସ ଶୁକ୍ଲ ପକ୍ଷ ପୂର୍ଣ୍ଣିମାକୁ ଶରତ ପୂର୍ଣ୍ଣିମା କୁହାଯାଏ। ଶରତ ପୂର୍ଣ୍ଣିମାରେ ହିଁ ଚନ୍ଦ୍ର ୧୬ କଳାରେ ପରିପୂର୍ଣ୍ଣ ରହିଥାଏ। ଏଥର କୁମାର ପୂର୍ଣ୍ଣିମା ୯ ଅକ୍ଟୋବର ୨୦୨୨ରେ ପଡୁଛି। ମାନ୍ୟତା ଅନୁସାରେ, ଏହି ରାତିରେ ଚନ୍ଦ୍ରମା କିରଣ ଅମୃତ ସମାନ ହୋଇଥାଏ। ଶରତ ପୂର୍ଣ୍ଣିମା ରାସ ପୂର୍ଣ୍ଣିମା ବୋଲି କୁହାଯାଏ। କିନ୍ତୁ ସବୁ ପୂର୍ଣ୍ଣିମା ଠାରୁ ଶରତ ପୂର୍ଣ୍ଣିମାକୁ ବିଶେଷ କଲ୍ୟାଣକାରୀ ବୋଲି କୁହାଯାଏ। ଶରତ ପୂର୍ଣ୍ଣିମା ଜାଗ୍ରତ ପୂର୍ଣ୍ଣିମା ନାମରେ ମଧ୍ୟ ଜଣାଶୁଣା।

କୁହାଯାଏ, ବର୍ଷର କେବଳ ଶରତ ପୂର୍ଣ୍ଣିମାରେ ହିଁ ଚନ୍ଦ୍ରମା ନିଜର ଷୋଳ କଳାରେ ପରିପୂର୍ଣ୍ଣ ରହିଥାଏ। ଏହି ଦିନ ଚନ୍ଦ୍ର ଦେବଙ୍କ ପୂଜା ସହିତ ମାତା ଲକ୍ଷ୍ମୀଙ୍କୁ ପୂଜା କରାଯାଏ ଏବଂ ତାପରେ ଚନ୍ଦ୍ର ଦର୍ଶନ କରାଯାଏ। ଏହା ଏକ ଧାର୍ମିକ ବିଶ୍ୱାସ ଯେ ଏହାଦ୍ୱାରା ଧନଧାନ୍ୟ ପ୍ରାପ୍ତି ହୋଇଥାଏ ଓ ଶରୀର ନିରୋଗୀ ରହେ। ଶରତ ପୂର୍ଣ୍ଣିମାରେ ମା’ ଲକ୍ଷ୍ମୀଙ୍କ ପୂଜା କରିବା ଦ୍ୱାରା ମନ ମୁତାବକ ଫଳ ମିଳିଥାଏ। ତେବେ ଶରତ ପୂର୍ଣ୍ଣିମାର ଶୁଭ ମୁହୂର୍ତ୍ତ ଏବଂ ସମୟ ଏବଂ ମହତ୍ତ୍ୱ କ’ଣ ଜାଣନ୍ତୁ…

ଶୁଭ ମୁହୂର୍ତ୍ତ : ଆଶ୍ୱିନ ଶୁକ୍ଲ ପକ୍ଷ ପୂର୍ଣ୍ଣିମା ଅର୍ଥାତ୍‌ ଶରତ ପୂର୍ଣ୍ଣିମା ଚଳିତଥର ୯ ଅକ୍ଟୋବର ୨୦୨୨ ସକାଳ ୩ଟା ୪୧ ମିନିଟରୁ ଆରମ୍ଭ ହେବ। ପୂର୍ଣ୍ଣିମା ଆଗାମୀ ଦିନ ୧୦ ଅକ୍ଟୋବର ୨୦୨୨ ସକାଳ ୨ଟାରୁ ୨୫ ମିନିଟ୍‌ ରେ ସମାପ୍ତ ହେବ।

ଚନ୍ଦ୍ର ଉଦୟ ସମୟ : ସନ୍ଧ୍ୟା ୫ଟା ୫୮ ମିନିଟ୍‌।

ପୂଜା ମୁହୂର୍ତ୍ତ:

ପୂର୍ଣ୍ଣିମା ତିଥି ୧୯ ଅକ୍ଟୋବର ସନ୍ଧ୍ୟା ୭ଟା ୩ମିନିଟରୁ ଆରମ୍ଭ ହୋଇ ୨୦ ଅକ୍ଟୋବର ରାତି ୮ଟା ୨୬ ମିନିଟ ପର୍ଯ୍ଯନ୍ତ ରହିଛି। ମାନ୍ୟତା ରହିଛି କି ଏହି ଦିନ କ୍ଷୀରରେ ଗାଧୋଇବା ଦ୍ବାରା ଶରୀର ନିରୋଗ ରୁହେ। ଶରତ ପୂର୍ଣ୍ଣିମା ଦିନ ଏହି ପ୍ରତିକାର କରିବା ଦ୍ବାରା ଅନେକ ଲାଭ ମିଳିବ।

ଶରତ ପୂର୍ଣ୍ଣିମା ଦିନ ଚନ୍ଦ୍ର ଆଲୋକରେ ବସିଲେ ସମସ୍ତ ଶାରୀରିକ ରୋଗରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି। ଶ୍ୱାସ ସମ୍ବନ୍ଧୀୟ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ।

ଆୟୁର୍ବେଦ ଅନୁସାରେ ଶରତ ପୂର୍ଣ୍ଣିମା ଦିନ ଚନ୍ଦ୍ରମା କିରଣ ଅମୃତ ସହ ସମାନ। ଶରତ ପୂର୍ଣ୍ଣିମା ରାତିରେ ଚନ୍ଦ୍ର ଦର୍ଶନ କରିବା ଦ୍ୱାରା ନେତ୍ର ସମ୍ବନ୍ଧୀ ରୋଗ ମଧ୍ୟ ଦୂର ହୋଇଥାଏ।

ଶରତ ପୂର୍ଣ୍ଣିମାକୁ କୁମାର ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଏହି ଦିନ ଚନ୍ଦ୍ର ପୂଜା କଲେ କୁମାରୀଙ୍କୁ ମନ ମୁତାବକ ଓ ଯୋଗ୍ୟ ବର ପ୍ରାପ୍ତି ହୋଇଥାଏ।

ଶରତ ପୂର୍ଣ୍ଣିମା ଦିନ ଖିରି ତିଆରି କରି ରାତିରେ ଚନ୍ଦ୍ର ଆଲୋକରେ ରଖନ୍ତୁ। ତା ’ପରଦିନ ଏହାକୁ ସେବନ କରନ୍ତୁ। ବିଶ୍ୱାସ କରାଯାଏ ଯେ ଏହା କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।

ଶରତ ପୂର୍ଣ୍ଣିମା ଦିନ ରାତିରେ ଜାଗରଣ କରନ୍ତୁ ଓ ମାତା ଲକ୍ଷ୍ମୀଙ୍କ ମନ୍ତ୍ର ଜପ କଲେ ଧନଧାନ୍ୟ ପ୍ରାପ୍ତ ହୁଏ।

ଶରତ ପୂର୍ଣ୍ଣିମା ଦିନ ମାତା ଲକ୍ଷ୍ମୀଙ୍କୁ ପୂଜା କଲାବେଳେ ଗୋଲାପୀ ରଙ୍ଗର ଫୁଲ, ଅତର, ସୁଗନ୍ଧ ନିଶ୍ଚୟ ଅର୍ପଣ କରନ୍ତୁ। ଏହାଦ୍ୱାରା ମା’ ପ୍ରସନ୍ନ ହୋଇଥାନ୍ତି ଓ ଧନଧାନ୍ୟ ପ୍ରାପ୍ତି ହୋଇଥାଏ।

Also Read : କନ୍ୟା ରାଶିରେ ପ୍ରବେଶ କରୁଛନ୍ତି ଶୁକ୍ର, ୨୪ ସେପ୍ଟେମ୍ବରରୁ ଏହି ରାଶିର ବଦଳିଯିବ ଭାଗ୍ୟ

You might also like