Prayagraj Kumbh 2019 : କୁମ୍ଭ ମେଳାକୁ ଯିବା ପୂର୍ବରୁ ଏହା ଉପରେ ନିଶ୍ଚିତ ରଖନ୍ତୁ ଧ୍ୟାନ

Prayagraj Kumbh 2019 : ପ୍ରୟାଗରାଜର ପାବନ ସଂଗମତଟରେ ମକର ସଂକ୍ରାନ୍ତି ପୂର୍ବରୁ ଶାହୀ ସ୍ନାନ ସହିତ ଆସ୍ଥାର ଭବ୍ୟ କୁମ୍ଭର ଆରମ୍ଭ ହୋଇସାରିଛି। ଏହା ସହିତ ଏହି ପାବନ ନଗରୀରେ ଦେଶ-ବିଦେଶରୁ ସନ୍ଥ, ଶ୍ରଦ୍ଦାଳୁ ଏବଂ ପର୍ଯ୍ୟଟକଙ୍କର ବହୁତ ଭିଡ ଲାଗିଥାଏ। ଯଦି ଆପଣ ମଧ୍ୟ ବିଶ୍ବର ସବୁଠୁ ବଡ ମେଳାରେ ଯିବାକୁ ପ୍ରସ୍ତୁତ କରୁଛନ୍ତି। ତେବେ କୁମ୍ଭ ମେଳାକୁ ଯିବା ପୂର୍ବରୁ ଏହି କଥାର ନିଶ୍ଚୟ ଧ୍ୟାନ ରଖନ୍ତୁ।
ଠିକଣା, ପରିବହନ ଏବଂ ମାର୍ଗର ରଖନ୍ତୁ ପୂରା ସୂଚନା
ମେଳାରେ କୌଣସି ବ୍ୟକ୍ତି ସଂସ୍ଥା ବା ସ୍ଥାନକୁ ଯିବା ପାଇଁ ହେଲେ ସେହି ସମ୍ବଦ୍ଧୀୟ ସମସ୍ତ ସୂଚନା ନିଜ ପାଖରେ ଦାୟିତ୍ବରେ ରଖନ୍ତୁ। ଯଦି ଆପଣଙ୍କୁ କୁମ୍ଭ ମେଳାରେ କୌଣସି ବ୍ୟକ୍ତି ବା ସଂସ୍ଥା ପାଖକୁ ଯିବାକୁ ଥାଏ ତେବେ ବିଶେଷ ମାର୍ଗ, ସେକ୍ଟର, ଅଖାଡେ କିମ୍ବା କୌଣସି ଧାର୍ମିକ ସନ୍ଥଙ୍କ ନିକଟରେ ଥାଓ ତେବେ ଏହାର ସମସ୍ତ ସୂଚନା ରଖନ୍ତୁ।
ଗମନାଗମନ ନିୟମର ଅଣଦେଖା କରନ୍ତୁ ନାହିଁ
ଶ୍ରଦ୍ଧାଳୁଙ୍କର ବଡ ସଂଖ୍ୟାର ଭିଡକୁ ଦେଖି ପ୍ରଶାସନ ଯାତାୟତକୁ ନେଇ ବିଶେଷ ବ୍ୟବସ୍ଥା କରିଛନ୍ତି। ଯଦି ଆପଣ ନିଜର ଗାଡିରେ କୁମ୍ଭ ମେଳାକୁ ଯାଇଥାନ୍ତି ତେବେ ନିଜ ଗାଡିକୁ ପାର୍କିଙ୍ଗ ସ୍ଥଳରେ ରଖନ୍ତୁ।
ଗୁରୁତ୍ବପୂର୍ଣ୍ଣ ନମ୍ବରକୁ ପାଖରେ ରଖନ୍ତୁ
କୁମ୍ଭ ମେଳାରେ ସୁରକ୍ଷା ସମ୍ବଦ୍ଧୀୟ ସାବଧାନ ବହୁତ ଜରୁରୀ ଅଟେ। ଏମିତିରେ କୁମ୍ଭ ମେଳାରେ ଯାତ୍ରା କରିବା ସମୟରେ ନିଜର ପରିଜନ, ପୋଲିସ, ଅଗ୍ନିଶମ ବିଭାଗର ନମ୍ବର ନିଶ୍ଚୟ ରଖନ୍ତୁ। ଯାହାଦ୍ବାରା ହଜି ଯିବା ସମୟରେ ଏହି ନମ୍ବରର ସଦୂପଯୋଗ କରିପାରିବେ। ପ୍ରଶାସନ ପକ୍ଷରୁ ହଜି ଯାଇଥିବା ଲୋକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ତାଙ୍କ ପରିଜନ ସହିତ ମିଶାଇବାରେ ମଧ୍ୟ ପ୍ରଶାସନ ସାହାଯ୍ୟ କରିବ। ମେଳାରେ ମାଇକର ସୂଚନା କେନ୍ଦ୍ରକୁ ନିଶ୍ଚୟ ଧ୍ୟାନରେ ରଖନ୍ତୁ।
ଏହା ସହ ପଢ଼ନ୍ତୁ : ଭାତ ଡାଲି ଖାଉଥିବା କୁମ୍ଭୀର ‘ଗଙ୍ଗାରାମ’ର ମୃତ୍ୟୁରେ କାନ୍ଦିଲା ସାରା ଗାଁ, ଦେଲେ ଶେଷ ଶ୍ରଦ୍ଧାଞ୍ଜଳି
ଅଜଣା ଲୋକଙ୍କ ଠାରୁ ସତର୍କ ରୁହନ୍ତୁ
କୁମ୍ଭ ମେଳା ଯାତ୍ରାରେ କମ୍ ଜିନିଷ ନେଇ ଯାତ୍ରା କରନ୍ତୁ ଏବଂ ପାଖରେ କୌଣସି ଦାମୀ ଜିନିଷ ରଖନ୍ତୁ ନାହିଁ। ଜିନିଷକୁ ଦାୟିତ୍ବରେ ରଖନ୍ତୁ। କୌଣସି ଅଜଣା ବସ୍ତୁକୁ ଛୁଅଁନ୍ତୁ ନାହିଁ।
ନଦୀରେ ଯାତ୍ରା କରିବା ସମୟରେ ରଖନ୍ତୁ ଏହା ଉପରେ ଧ୍ୟାନ
ଡଙ୍ଗାରେ ଯାତ୍ରା କରିବା ସମୟରେ ମଧ୍ୟ ସାବଧାନୀ ରଖନ୍ତୁ। ଯଦି କୌଣସି ଡଙ୍ଗାରେ ଆବଶ୍ୟକରୁ ଅଧିକ ଲୋକ ବସିଛନ୍ତି ତେବେ ସେହିଭଳି ଡଙ୍ଗାରେ ଯାତ୍ରା କରନ୍ତୁ ନାହିଁ। ଯଦି କୌଣସି ଦୁର୍ଘଟଣା ଘଟେ ତେବେ ତୁରନ୍ତ ପୋଲିସକୁ ସୂଚନା ଦିଅନ୍ତୁ।
ମର୍ଯ୍ୟଦା ଉପରେ ଧ୍ୟାନ ରଖନ୍ତୁ
କୁମ୍ଭ ମେଳାରେ ସ୍ନାନ କରିବା ସମୟରେ ଲୋକଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ମର୍ଯ୍ୟଦାର ପୂରା ଧ୍ୟାନ ରଖନ୍ତୁ। କୌଣସି ବି ସାଧୁ ସନ୍ଥ ବା କୌଣସି ବିଦେଶୀ ପର୍ୟ୍ୟଟକଙ୍କ ସହିତ ନମ୍ରତାର ସହିତ କଥା ହୁଅନ୍ତୁ। ତାଙ୍କ ବିନା ଅନୁମତିରେ ଫଟୋ ଉଠାନ୍ତୁ ନାହିଁ।
ସଫା-ସୁତୁରାରେ ରଖନ୍ତୁ ଧ୍ୟାନ
କୁମ୍ଭ ମେଳା କ୍ଷେତ୍ରକୁ ସଫା-ସୁତୁରା ରଖିବାରେ ସହଯୋଗ କରନ୍ତୁ। ପବିତ୍ର ନଦୀରେ ପଲିଥିନ ବ୍ୟବହାର କରନ୍ତୁ ନାହିଁ। ଅଳିଆ କରନ୍ତୁ ନାହିଁ। ନଦୀ ତଟରେ ବର୍ଜ୍ୟବସ୍ତୁ ପକାନ୍ତୁ ନାହିଁ।