ଭାରତୀୟ ଧାର୍ମିକ ଏବଂ ସାଂସ୍କ୍ତିକ ଇତିହାସର ଏକ ମହତ୍ବପୂର୍ଣ୍ଣ ଅଧ୍ଯାୟ ମହାଭାରତ। ସେହି ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କ ମୁଖରୁ ବାହାରିଥିବା ବାଣୀ ଆଜି ମଧ୍ଯ ଗୀତା ରୂପରେ ଭାରତୀୟ ସମାଜକୁ ଧାର୍ମିକ ଏବଂ ଆଧ୍ଯାତ୍ମିକ ବଳ ଦେଇଥାଏ। ସେହି ସମୟରେ ସ୍ଥାପିତ ଅନେକ ତୀର୍ଥ ଆଜି ମଧ୍ଯ ଲୋକମାନଙ୍କ ଶ୍ରଦ୍ଧାର କେନ୍ଦ୍ର ହୋଇପାରିଛି। ଏପରି ସ୍ଥିତିରେ ଆଜି ମଧ୍ଯ ଅନେକ ବୃକ୍ଷର ପତ୍ର ସେ ସମୟର ଗାଥା ଶୁଣାଇଥାନ୍ତି। ତେବେ ଆଜି ଆମେ ଆପଣଙ୍କୁ ଏଭଳି କିଛି ବୃକ୍ଷ ବିଷୟରେ କହିବୁ ଯାହା ମହାଭାରତର ପାଖାପାଖି ୫ ହଜାର ବର୍ଷରୁ ଅଧିକ ସମୟରୁ ପୃଥିବୀରେ ଅବସ୍ଥିତ ଏବଂ ନିଜ ଭିତରେ ମହାଭାରତ କାଳୀନ ରହସ୍ୟରେ ପୂରି ରହିଛି।
ବାରାବଂକୀର କିଂତୁର ଗାଁରେ ସ୍ଥାପିତ ପାରିଜାତର ଇତିହାସ ମାତା କୁନ୍ତୀ ଏବଂ ଶ୍ରୀକୃଷ୍ଣଙ୍କ ପାଟରାଣୀ ସତ୍ଯଭାମାଙ୍କ ସହ ଯୋଡି ହୋଇ ରହିଛି। ପୌରାଣିକ କଥା ଅନୁଯାୟୀ ଅଜ୍ଞାତବାସ ସମୟରେ ପାଣ୍ଡବମାନେ ନିଜର ମାତା କୁନ୍ତୀଙ୍କ ସହ କିଂତୁର ବନରେ ନିବାସ କରିଥିଲେ। ନିବାସ ସମୟରେ ପାଣ୍ଡବମାନେ ବନରେ ମହାଦେବଙ୍କ ମନ୍ଦିର ସ୍ଥାପନା କରିଥିଲେ। ଏହିକାରଣରୁ ଏଠାରେ ଅବସ୍ଥିତ ବାବା ଭୋଳେନାଥଙ୍କ ମନ୍ଦିରର ନାଁ କୁନ୍ତେଶ୍ବର ମହାଦେବ ନାଁରେ ପରିଚିତ। ପାରିଜାତ ବୃକ୍ଷ ଅତ୍ଯନ୍ତ ସୁଗନ୍ଧଶାଳୀ ହୋଇଥାଏ। କିନ୍ତୁ ଏହି ବୃକ୍ଷ ସର୍ବଦା ରାତି ସମୟରେ ଖେଳିଥାଏ। ସକାଳ ହେବା ମାତ୍ରେ ମଉଳି ଯାଇଥାଏ। ଏହି ବୃକ୍ଷ ୧ ରୁ ୫ ବର୍ଷ ପର୍ଯ୍ଯନ୍ତ ବଞ୍ଚିଥାଏ।
ମୁଜାଫରନଗରର ମୋରନାରେ ସ୍ଥାପିତ ଅକ୍ଷୟ ବଟର ମହତ୍ବର ଇତିହାସ ଋଷି ବ୍ଯାସ ପୁତ୍ର ଶ୍ରୀ ସୁକଦେବ ମୁନି ମହାରାଜଙ୍କ ସହ ଜଡିତ ହୋଇ ରହିଛି। ମାନ୍ଯତା ଅନୁଯାୟୀ ଏହି ସ୍ଥାନରେ ଏବଂ ବୃକ୍ଷର ତଳେ ଶ୍ରୀ ସୁକଦେବ ହସ୍ତିନାପୁରର ତତ୍କାଳୀନ ମହାରାଜା ପରୀକ୍ଷୀତଙ୍କୁ ଶ୍ରୀମଦ ଭାଗବତ ଶୁଣାଇଥିଲେ। ଏହି ବୃକ୍ଷ କେବେ ମଧ୍ଯ ପତ୍ର ଝଡା ଦେଇନଥାଏ। ଏହାବ୍ଯତୀତ ଏହି ବିଶାଳ ବକ୍ଷରେ କୌଣସି ପ୍ରକାର ଜଟା ରହିନଥାଏ।
ମଥୁରାରେ ସ୍ଥାପିତ ବଂଶୀବଟର ମଧ୍ଯ ସ୍ବତନ୍ତ୍ର। ମାନ୍ଯତା ଅନୁଯାୟୀ ଏହି ବୃକ୍ଷ ତଳେ ଭଗବାନ ଶ୍ରୀକୃଷ୍ଣ ଗାଈ ଚରାଇବାକୁ ଆସୁଥିଲେ। ଏହାବ୍ଯତୀତ ଶ୍ରୀ ରାଧାରାଣୀଙ୍କ ଶୃଙ୍ଗାର ମଧ୍ଯ ଏହି ବୃକ୍ଷ ତଳେ ହେଉଥିଲେ। ମାନ୍ଯତା ରହିଛି ଯଦି ଆଜି ମଧ୍ଯ ଏହି ବୃକ୍ଷରେ କାନ ଲଗାଯାଇଥାଏ ତେବେ ଶ୍ରୀକୃଷ୍ଣଙ୍କ ବଂଶୀ ସ୍ବର ଶୁଣାଯାଇଥାଏ।
ଏହାସହ ପଢନ୍ତୁ: ନୂଆବର୍ଷ ଆସିବା ପୂର୍ବରୁ ଘରକୁ ଆଣନ୍ତୁ ଏହିସବୁ ଜିନିଷ, ଭବିଷ୍ୟତ ହେବ ମଙ୍ଗଳମୟ
କୁରୁକ୍ଷେତ୍ରର ୮ କିଲୋମିଟର ଦୂରରେ ଅବସ୍ଥିତ ଜ୍ଯୋତିସର। ଏହି ସ୍ଥାନରେ ଅବସ୍ଥିତ ଅକ୍ଷୟ ବଟ। ଏହି ଗଛ ତଳେ ଭଗବାନ ଶ୍ରୀକୃଷ୍ଣ ଗୀତାର ୧୮ତମ ଅଧ୍ଯାୟ ଶୁଣାଇଥିଲେ।