ଘରେ କର୍ପୁରରେ କରନ୍ତୁ ଏମିତି ପ୍ରୟୋଗ, ସକରାତ୍ମକତା ଆସିବା ସହ ବଢ଼ିବ ଧନଧାନ୍ୟରେ ପୁରି ଯିବ ଘର

ହିନ୍ଦୁ ଧର୍ମରେ କର୍ପୁରର ବିଶେଷ ଯୋଗଦାନ ରହିଛି । କୁହାଯାଏ ଏହାର ପ୍ରୟୋଗ ଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଆପଣ ଯଦି ଚାହୁଁଛନ୍ତି ଯେ ଘରେ ସୁଖ ଶାନ୍ତିର ବାତାବରଣ ଲାଗି ରହୁ ତେବେ ପ୍ରଥମେ ଆପଣଙ୍କ ଘରେ ଥିବା ନକରାତ୍ମକ ଶକ୍ତିକୁ ସକରାତ୍ମକ ଶକ୍ତିରେ ପରିବର୍ତ୍ତନ କରନ୍ତୁ । ଏମିତି କରିବା ପାଇଁ ଆପଣଙ୍କୁ ବହୁତ ଅଧିକ ପରିଶ୍ରମ କରିବାକୁ ପଡ଼ିବ । ଗୋଟିଏ ଛୋଟ ଖଣ୍ଡ କର୍ପୁର ଏହି କାମକୁ ଅତି ସହଜରେ କରିପାରିବ । ଆସନ୍ତୁ ଜାଣିବା କର୍ପୁରର କିଛି ଏମିତି ଉପାୟ ।

ଏମିତି କର୍ପୁରର ପ୍ରୟୋଗ ଦ୍ୱାରା ବଦଳିଯିବ ଭାଗ୍ୟ-

ଗୋଲାପ ଫୁଲରେ କର୍ପୁର ଖଣ୍ଡ ରଖି ଦିଅନ୍ତୁ । ପୁଣି ସନ୍ଧ୍ୟାରେ ଏହାକୁ ଜଳାଇ ମା’ ଦୁର୍ଗାଙ୍କୁ ଧୂପ ଅର୍ପଣ କରନ୍ତୁ । ଏମିତି କରିବା ଦ୍ୱାରା ଅଚାନକ ଧନ ପ୍ରାପ୍ତି ହେବ ।

ରାତି ସମୟରେ ରୋଷେଇ କାର୍ଯ୍ୟ ପୂର୍ଣ୍ଣ କରିବା ପରେ ରୁପା ପାତ୍ରରେ ଲବଙ୍ଗ ଓ କର୍ପୁର ଜଳାଇ ଦିଅନ୍ତୁ । ଏମିତି କରିବା ଦ୍ୱାରା ଘରେ ଧନର କେବେ ବି ଅଭାବ ରହିବ ନାହିଁ ।

ସକାଳେ ଓ ସନ୍ଧ୍ୟାରେ ପୂଜା ସମୟରେ କର୍ପୁର ଜଳାନ୍ତୁ । ଏମିତି କରିବା ଦ୍ୱାରା ଜୀବନରେ କୌଣସି କଷ୍ଟ ରହିବ ନାହିଁ ।

ଘରେ ସୁଖ ଶାନ୍ତି ଜାରି ରହିବା ପାଇଁ ସକାଳେ ଓ ସନ୍ଧ୍ୟାରେ କର୍ପୁରକୁ ଘିଅରେ ଭିଜାଇ ଜଳାନ୍ତୁ । ଏମିତି କରିବା ଦ୍ୱାରା ଘର ଲୋକଙ୍କ ପାଇଁ ଉନ୍ନତିର ମାର୍ଗ ଖୋଲିଯିବ ।

ଗାଧୋଇବା ପାଣିରେ କିଛି ବୁନ୍ଦା କର୍ପୁର ତେଲ ପକାଇ ଗାଧାନ୍ତୁ । ଏମିତି କରିବା ଦ୍ୱାରା ଭାଗ୍ୟ ବୃଦ୍ଧି ଘଟିବ ।

ଯଦି ଆପଣଙ୍କ କୌଣସି କାମ ହେଉନାହିଁ, ତେବେ ରୁପା ପାତ୍ରରେ ଲଗାତାର ଲବଙ୍ଗ ଓ କର୍ପୁର ଜଳାନ୍ତୁ । ଆପଣଙ୍କ ସବୁ ଅଟକିଥିବା କାମ ହୋଇଯିବ ।

ବାଥରୁମରେ କର୍ପୁରର ୨-୨ ବୁନ୍ଦା ରଖନ୍ତୁ । ଏହାଦ୍ୱାରା ଦେବ ଦୋଷ ଓ ପିତୃ ଦୋଷ ଦୂର ହେବ ।

ପ୍ରତିଦିନ ସକାଳେ କୌଣସି ପାତ୍ରରେ କିଛି କର୍ପୁର ଅବଶ୍ୟ ଜଳାଇ ଘରର ମୁଖ୍ୟ ଦ୍ୱାରରେ ରଖନ୍ତୁ । ଏମତି କରିବା ଦ୍ୱାରା ସକରାତ୍ମକତା ବୃଦ୍ଧି ପାଇବ ।

ଘରେ ଯଦି ଏମିତି ରୁମ ଅଛି ଯାହାକୁ ଆପଣ କମ ବ୍ୟବହାର କରୁଛନ୍ତି,ତେବେ ସପ୍ତାହରେ ଅତି କମରେ ଥରେ କର୍ପୁର ଜଳାନ୍ତୁ । କର୍ପୁର ବାସ୍ନାରେ ସବୁ ପ୍ରକାର ନକରାତ୍ମକତା ଦୂର ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.