ସମୟ ସରିବା ପୂର୍ବରୁ କାହିଁକି ମରିଯାଏ ମଣିଷ, ଜାଣନ୍ତୁ କାହିଁକି ହୁଏ ଅକାଳ ମୃତ୍ୟୁ

ଯିଏ ବି ଏ ଦୁନିଆକୁ ଆସିଛନ୍ତି ସେ ନିଶ୍ଚିତ ଭାବେ ମୃତ୍ୟୁକୁ ପ୍ରାପ୍ତି ହେବ ଏଇଟା ସମସ୍ତେ ଜାଣନ୍ତି। କିନ୍ତୁ ଆପଣମାନେ ଏହା ବି ଦେଖିଥିବେ ଯେ କିଛି ଲୋକଙ୍କ ମୃତ୍ୟୁ ଅଚାନକ ହୋଇଯାଇଥାଏ। ଏବଂ ଆଉ କିଛି ତ ଜନ୍ମ ହେଉ ହେଉ ହିଁ ମରିଯାଆନ୍ତି। ଆପଣ ଏହା ବି ଦେଖିଥିବେ କିଛି ଲୋକ ଗାଡି କିମ୍ବା ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରନ୍ତି। ତେବେ ଏସବୁଥିରେ ସେମାନଙ୍କର କିଛି ଭୁଲ ଥାଏ ନା ଭଗବାନଙ୍କ ଇଚ୍ଛାରେ ଏମିତି ହୁଏ। ଆପଣଙ୍କ ମନକୁ କେବେ ପ୍ରଶ୍ନ ଆସିନି ଯେ ଅକାଳ ମୃତ୍ୟୁ କାହିଁକି ହୁଏ? ଯଦି ଜାଣିନାହାଁନ୍ତି ତାହେଲେ ଆସନ୍ତୁ ଜାଣିବା ଏହି ପ୍ରଶ୍ନର ଉତ୍ତର।

yammବେଳେବେଳେ ଆପଣ ଦେଖିଥିବେ ଯେ ପିଲାଟି ଜନ୍ମ ହେବା ସଙ୍ଗେ ସଙ୍ଗେ ହିଁ ମରିଯାଏ, କିମ୍ବା ଦୁଇ ଚାରି ବର୍ଷ ଜୀବିତ ରହିବା ପରେ ମରିଯାନ୍ତି। ତ ଏମାନେ କିଏ ଅଟନ୍ତି? କିଛି ପୌରାଣିକ ଗ୍ରନ୍ଥ ଅନୁସାରେ ଯିଏ ଅଳ୍ପ ସମୟରେ ହିଁ ମୃତ୍ୟୁକୁ ପ୍ରାପ୍ତ ହୁଅନ୍ତି ସେମାନେ ପୁଣ୍ୟ ଆତ୍ମା ଅଟନ୍ତି। ଯିଏ କି ଏହି ଦୁନିଆକୁ ଆସନ୍ତି ଆଉ ନିଜର କାର୍ଯ୍ୟ ସମ୍ପାଦନ କରି ଚାଲିଯାନ୍ତି। କାହାର ମୃତ୍ୟୁ ପାଇଁ ଭଗବାନ କେବେ ମଧ୍ୟ ଦାୟୀ ନୁହଁନ୍ତି। ସମସ୍ତେ ନିଜର କର୍ମ ଅନୁସାରେ ହିଁ ଏହି ମତ୍ତ୍ୟର୍ମଣ୍ଡଳରେ ଜନ୍ମ ନିଅନ୍ତି ଆଉ ନିଜର କର୍ମ ସରିଗଲା ପରେ ମର୍ତ୍ତ୍ୟ ଲୋକରୁ ଚାଲିଯାନ୍ତି। ସେ ତେଣିକି ମୁଁ ହୁଏ କିମ୍ବା ଆପଣ ଆମେ କେତେ ବର୍ଷ ବଞ୍ଚିବା ଏହି କଥା କେହିବି ଜାଣିନାହାଁନ୍ତି, କିନ୍ତୁ ମରିବା ପୂର୍ବରୁ ଆମେ ଯେତିକି ବି ପୁନ୍ୟ କାମ କରିଥିବା ଆଉ ପାପ କାମ କରିଥିବା ସେ ସବୁର ହିସାବ ରହିଥାଏ। ଆଉ ଯେଉଁଦିନ ମଣିଷର ପାପ ପୁନ୍ୟର ହିସାବ ଶୂନ ହୋଇଯିବ ସେହିଦିନ ହିଁ ମଣିଷର ମୃତ୍ୟୁ ହୋଇଯାଏ।

krushnaଭଗବାନ ଶ୍ରୀକୃଷ୍ଣ ଗୀତାରେ ଅର୍ଜୁନଙ୍କୁ କହିଛନ୍ତି ଯେ ତୁମେ ଯାହା ବି କର୍ମ କର ସେସବୁକୁ ମୋତେ ସମର୍ପଣ କରିଦିଅ। ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଏହି କଥା ମଧ୍ୟ କହିଛନ୍ତି ଯେ ‘ହେ ଅର୍ଜୁନ ଏହା କହିଦିଅ ଯେ ମୁଁ କିଛି ବି ନୁହେଁ, ଯାହା ତୁମେ କରୁଛ ତାହା ହିଁ ଘଟୁଛି, ଯଦି ମୋ ଆଖିର ପଲକ ପଡୁଛି ତାହେଲେ ସେଇଟା ତୁମ ଇଚ୍ଛାରେ ହେଉଛି ଏବଂ ଯଦି ମୋ ମନରେ ବାଣୀ ଚାଲୁଛି ତାହେଲେ କେବଳ ତୁମରି ଇଚ୍ଛାରେ, ଏଠାରେ ଯାହା ବି କିଛି ହେଉଛି ସବୁକିଛି ଆପଣଙ୍କ ଇଚ୍ଛାରେ ହେଉଛି। ଏଥିପାଇଁ ସବୁ ମଣିଷଙ୍କୁ ନିଜର ସୁଖ ଦୁଃଖକୁ ଭଗବାନଙ୍କ ପାଖରେ ସମର୍ପିତ କରିଦେବା ଉଚିତ। ଏବଂ ଭଗବାନଙ୍କୁ କେବେବି ଦୋଷ ଦେବା ଉଚିତ ନୁହେଁ। କିଛି ଲୋକ କୁହନ୍ତି ଯେ ତାର ଆକ୍ସିଡେଣ୍ଟରେ ମୃତ୍ୟୁ ହେଲା, ତ ଏହା ଭଗବାନଙ୍କର ଇଚ୍ଛାରେ ହୋଇଛି। କିନ୍ତୁ ଏପରି ହୋଇନଥାଏ, ସମସ୍ତେ ନିର୍ଦ୍ଧିଷ୍ଟ ବୟସ ନେଇ ଜନ୍ମ ହୁଅନ୍ତି, କେବେବି ଭଗବାନ କାହାର ବି ମୃତ୍ୟୁ ପାଇଁ ଦାୟୀ ନୁହଁନ୍ତି। ନା ହିଁ କୌଣସି ମଣିଷର ଭୁଲ ଯୋଗୁଁ ସେ ମୃତ୍ୟୁବରଣ କରିଥାଏ। ଯାହାର ଯେତିକି ବୟସ ସେ ସେତିକି ଆୟୁଷରେ ହିଁ ଦୁନିଆ ଛାଡି ଚାଲିଯାଏ। ଏଥିପାଇଁ କେହି ବି ଦାୟୀ ନୁହଁନ୍ତି, କାହିଁକିନା ମଣିଷର ଜନ୍ମ ସମୟରୁ ହିଁ ତାର ମୃତ୍ୟୁର ସମୟ ଲେଖା ହୋଇଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.