ଆଜି ବୈକୁଣ୍ଠ ଚତୁର୍ଦଶୀ: ଜାଣନ୍ତୁ ପୂଜା-ବିଧି, ମହତ୍ୱ ସମ୍ପର୍କରେ

ଆଜି ବୈକୁଣ୍ଠ ଚତୁର୍ଦଶୀ। ଆଜିର ଦିନରେ ଭଗବାନ ବିଷ୍ଣୁ ଏବଂ ଶିବଙ୍କର ପୂଜା କରାଯାଇଥାଏ। ଏହି ଚତୁର୍ଦଶୀ କାର୍ତ୍ତିକ ମାସର ଶୁକ୍ଳ ପକ୍ଷ ଚତୁର୍ଦଶୀ ନାମରେ ମଧ୍ୟ ପରିଚିତ। ଏହି ଦିନ ମଧ୍ୟ ରାତ୍ରୀରେ ପୂଜା କରାଯାଇଥାଏ। ମାନ୍ୟତା ରହିଛି ଏହି ଦିନ ପୁରା ବିଧି-ବିଧାନର ସହ ପୂଜା କଲେ ବୈକୁଣ୍ଠ ବା ସ୍ୱର୍ଗ ପ୍ରାପ୍ତି ହୋଇଥାଏ। ପୌରାଣିକ କଥା ଅନୁଯାୟୀ ଆଜିର ଦିନରେ ମହାଭାରତ ଯୁଦ୍ଧରେ ମୃତ୍ୟୁ ହୋଇଥିବା ଲୋକମାନଙ୍କୁ ଭଗବାନ ଶ୍ରୀକୃଷ୍ଣ ଆଜି ଶ୍ରାଦ୍ଧ ଦେଇଥିଲେ। ଏହି କାରଣରୁ ଆଜିର ଦିନରେ ଶ୍ରାଦ୍ଧ ତର୍ପଣ କରିବାର ମଧ୍ୟ ବିଶେଷ ମହତ୍ୱ ରହିଛି।

sibaବୈକୁଣ୍ଠ ଚତୁର୍ଦଶୀ ପୂଜା ବିଧି:

-ବୈକୁଣ୍ଠ ଚତୁର୍ଦଶୀ ଦିନ ଭଗବାନ ବିଷ୍ଣୁ ଏବଂ ଶଙ୍କରଙ୍କୁ ପୂଜା କରାଯାଇଥାଏ।

-ଆଜିର ଦିନରେ ଭଗବାନଙ୍କ ଷୋଡଶୋଉପଚାର ପୂଜା କରିବା ଉଚିତ।

-ପୂଜାରେ ଶ୍ୱେତ କମଳ, ଚନ୍ଦନ, କେସର, କ୍ଷୀର, ଦହି, ମିଶ୍ରି ଏବଂ ମହୁରେ ଭଗବାନଙ୍କ ଅଭିଷେକ କରନ୍ତୁ।

-ପୂଜା ସମୟରେ ଶ୍ରୀମଦ୍‌ ଭାଗବତଗୀତା ଏବଂ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।

-ଏହି ବ୍ରତ କରିବା ଦ୍ୱାରା ସୁକ-ସମୃଦ୍ଧି ପ୍ରାପ୍ତ ହେବା ସହ ଆରୋଗ୍ୟ ପ୍ରାପ୍ତି ହୋଇଥାଏ।

-ଆଜିର ଦିନରେ ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶିବଲିଙ୍ଗରେ କ୍ଷୀର, ଦହି ଆଦିରେ ଅଭିଷେକ କରନ୍ତୁ।

-ଏହା ବ୍ୟତୀତ ବୈକୁଣ୍ଠ ଚତୁର୍ଦଶୀ ଦିନ ସପ୍ତଋଷିଙ୍କର ମଧ୍ୟ ଆରାଧନା କରାଯାଇଥାଏ।

-ଏହି ପବିତ୍ର ଦିନରେ କୌଣସି ପବିତ୍ର ନଦୀକୁ ଯାଇ ପୂର୍ବ-ପୁରୁଷଙ୍କୁ ମଧ୍ୟ ତର୍ପଣ କରାଯାଇଥାଏ।

baikunthଜାଣନ୍ତୁ ବୈକୁଣ୍ଠ ଚତୁର୍ଦଶୀର କଥା:

ପୌରାଣିକ ମତାନୁସାରେ ଥରେ ଭଗବାନ ବିଷ୍ଣୁ ଦେବାଧିଦେବ ମହାଦେବଙ୍କ ପୂଜା କରିବା ପାଇଁ କାଶୀ ଆସିଥିଲେ। ସେଠାରେ ମଣିକର୍ଣ୍ଣିକା ଘାଟରେ ସ୍ନାନ କରି ଭଗବାନ ବିଷ୍ଣୁ ଏକ ହଜାର ସ୍ୱର୍ଣ୍ଣ କମଳ ପୁଷ୍ପରେ ଭଗବାନ ବିଶ୍ୱନାଥଙ୍କ ପୂଜା କରିବା ପାଇଁ ସଂକଳ୍ପ କରିଥିଲେ। ଅଭିଷେକ ପରେ ଯେତେବେଳେ ଭଗବାନ ବିଷ୍ଣୁ ପୂଜା କରିବାକୁ ଲାଗିଥିଲେ ସେତେବେଳେ ଭଗବାନ ଶିବ ବିଷ୍ଣୁଙ୍କର ଭକ୍ତି ପରୀକ୍ଷା କରିବା ପାଇଁ ଗୋଟିଏ ପୁଷ୍ପ କମ କରିଦେଇଥିଲେ। କିନ୍ତୁ ଭଗବାନ ଶ୍ରୀହରିଙ୍କୁ ପୂଜାରେ ଏକ ହଜାର ପୁଷ୍ଦପ ଅର୍ପଣ କରିବା କରିବାର ଥିଲା ତେଶୁ ଭଗବାନ ଗୋଟିଏ ପୁଷ୍ପ କମ ଥିବା ଦେଖି ଚିନ୍ତା କରିଥିଲେ ମୋ ଆଖି ତ ପଦ୍ମ ଫୁଲ ତୁଲ୍ୟ। ମତେ ‘କମଳ ନୟନ’ ଏବଂ ‘ପଣ୍ଡୁରୀକାକ୍ଷ’ ମଧ୍ୟ କୁହାଯାଇଥାଏ। ଏହା ବିଚାର କରି ଭଗବାନ ଶ୍ରୀହରି ନିଜର ନେତ୍ର ଦୁଇଟି ଅର୍ପଣ କରିବା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ।

ଏହାସହ ପଢନ୍ତୁ: ନିଜ ଭାଇ ରାବଣଙ୍କ ଗୁଣକୁ ପସନ୍ଦ କରୁ ନଥିଲେ କୁମ୍ଭକର୍ଣ୍ଣ, ଜାଣନ୍ତୁ ପୂରା କାହାଣୀ

ଭଗବାନ ବିଷ୍ଣୁଙ୍କର ଏପରି ଆରାଧନାରେ ଭଗବାନ ଶଙ୍କର ପ୍ରସନ୍ନ ହୋଇ କହିଥିଲେ- ହେ ବିଷ୍ଣୁ, ତୁମ ପରି ଭକ୍ତ ମୋର ଆଉ ସଂସାରରେ ନାହିଁ। ଆଜିର ଏହି ଶୁକ୍ଳ ପକ୍ଷ ଚତୁର୍ଦଶୀକୁ ଆଜିଠାରୁ ‘ବୈକୁଣ୍ଠ ଚତୁର୍ଦଶୀ’ ନାମରେ ପରିଚିତ ହେବ ଏବଂ ଆଜିର ଦିନରେ ଯେଉଁ ଭକ୍ତମାନେ ଆପଣଙ୍କ ପୂଜା କରିବେ ସେମାନେ ବୈକୁଣ୍ଠ ପ୍ରାପ୍ତି ହେବେ। ଏହି ବୈକୁଣ୍ଠ ଚତୁର୍ଦଶୀରେ ଭଗବାନ ଶଙ୍କର କୋଟି ସୂର‌୍ୟ୍ୟଙ୍କର କାନ୍ତି ସମାନ ସୁଦର୍ଶନ ଚକ୍ର ଶ୍ରୀହରିଙ୍କୁ ପ୍ରଦାନ କରିଥିଲେ। ଏହି ଦିନ ମୃତ୍ୟୁ ଲୋକରେ ଥିବା ବ୍ୟକ୍ତ ଯଦି ବ୍ରତ କରିଥାଏ ତେେବେ ସେହି ବ୍ୟକ୍ତି ମଧ୍ୟ ସୁନିଶ୍ଚିନ୍ତ ବୈକୁଣ୍ଠ ଧାମ ପ୍ରାପ୍ତି କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.