ଖାଲି ଲାଲ ନୁହେଁ ରକ୍ତର ବି ଅଛି ରଙ୍ଗ, ଜାଣନ୍ତୁ ମଣିଷ ଏବଂ ପଶୁଙ୍କ ଭିତରେ ଥିବା ରଙ୍ଗର ପ୍ରଭେଦ

ବିଭିନ୍ନ ସମୟରେ ଶରୀର ଏବଂ ଶରୀରର ବିଭିନ୍ନ ଅଙ୍ଗକୁ ନେଇ ରିସର୍ଚ୍ଚ ଜାରି ରହିଛି । ଏହି ରିସର୍ଚ୍ଚ ଭିତରେ ରକ୍ତ ଏବଂ ଏହାର ରଙ୍ଗକୁ ନେଇ ବର୍ତ୍ତମାନ ଆସିଛି ଏକ ନୂଆ ତଥ୍ୟ । ରକ୍ତର ରଙ୍ଗ ଲାଲ୍ ବୋଲି ଆମେ ସମସ୍ତେ ଜାଣିଛନ୍ତି ଆଉ ଦେଖିଛନ୍ତି ମଧ୍ୟ । କିନ୍ତୁ ଏହା ଭୁଲ ବୋଲି ବୈଜ୍ଞାନିକ ମତ ଦେଇଛନ୍ତି । ରକ୍ତ କେବଳ ଲାଲ ନୁହେଁ, ବରଂ ଏହାର ୪ଟି ରଙ୍ଗ ଥାଏ ବୋଲି ରିସର୍ଚ୍ଚରୁ ଜଣାପଡିଛି ବୋଲି ରିସର୍ଚ୍ଚର ଦାବି କରିଛନ୍ତି। କିନ୍ତୁ ଏହା ଅଲଗା ଅଲଗା ଜୀବଙ୍କ ଶରୀରରେ ଦେଖାଯାଇଥାଏ ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ରକ୍ତ ୪ଟି ରଙ୍ଗରେ ବହିଥାଏ । ଲାଲ ବ୍ୟତୀତ ନୀଳ ରକ୍ତ, ସବୁଜ ରକ୍ତଏବଂ ବାଇଗଣୀ ରକ୍ତ ମଧ୍ୟ ରହିଛି । ତେବେ ଅଲଗା ଅଲଗା କାମ ପାଇଁ ଅଲଗା ରଙ୍ଗର ଏବଂ ଭିନ୍ନ ଭିନ୍ନ ଜୀବଙ୍କ ଦେହରେ ରକ୍ତ ପ୍ରବାହିତ ହୋଇଥାଏ । ମଣିଷ ବ୍ୟତୀତ ଅଧିକାଂଶ ମେରୁଦଣ୍ଡୀ ପ୍ରାଣୀମାନଙ୍କ ଦେହରେ ପ୍ରବାହିତ ହୋଇଥାଏ ଲାଲ ରକ୍ତ । ହିମୋଗ୍ଲୋବିନ ହେଉଛି ଏହି ରକ୍ତର ରାସାୟନିକ ମିଶ୍ରଣ । ଏହାର ସବ ୟୁନିଟ ହିମରେ ଅଧିକ ପରିମାଣରେ ଆଇରନ ଭରି ରହିଥାଏ । ଏଥିପାଇଁ ଅକ୍ସିଜେନ ନେବା ବେଳେ ଏଥିରେ ପ୍ରସ୍ତୁତ ହେଉଥିବା ରାସାୟନିକ ଆକୃତି ଏହାକୁ ଲାଲ ରଙ୍ଗ ଦେଇଥାଏ ।

ତେବେ ସାମୁଦ୍ରିକ ଜୀବମାନଙ୍କ ଦେହରେ ପ୍ରାୟତଃ ନୀଳ ରକ୍ତ ଦେଖାଯାଇଥାଏ । ଅକ୍ଟୋପସ୍, ସ୍କ୍ୱିଡ, ମୋଲସ୍କ, କ୍ରଷ୍ଟେସିୟନ ଏବଂ ବୁଡିଆଣୀ ଇତ୍ୟାଦି ଜୀବମାନଙ୍କ ଦେହରେ ନୀଳ ରକ୍ତ ଚିହ୍ନଟ ହୋଇଛି । ହିମୋସାଇନିନ ହେଉଛି ଏହି ନୀଳ ରକ୍ତର ମୁଖ୍ୟ କାରଣ । ଲାଲ ରକ୍ତ ସହିତ ହିମୋଗ୍ଲୋବିନ ଲାଗି ରହୁଥିବା ବେଳେ ହିମୋସାଇନିନ ରକ୍ତରୁ ଅଲଗା ଭାବରେ ପ୍ରବାହିତ ହୁଏ । ଲୁହା ପରିବର୍ତ୍ତେ ହିମୋସାଇନିନରେ କପର ରହିଥାଏ ।

ସବୁଜ ରକ୍ତ ମୁଖ୍ୟତଃ ଜୋକ ତଥା ଛୋଟ ବା କ୍ଷୁଦ୍ର ଜୀବ ମାନଙ୍କ ଶରୀରରେ ଦେଖାଯାଇଥାଏ । ଏମାନଙ୍କ ଶରୀରରେ ମିଳିଥାଏ କ୍ଲୋରୋକ୍ରୁଓରିନ । ତେବେ ରାସାୟନିକ ତତ୍ତ୍ୱରେ ଏହା ବିଶେଷ କରି ହିମୋଗ୍ଲୋବିନ ସହ ମେଳ ଖାଇଥାଏ । ତେବେ କିଛି ଜୀବଙ୍କ ଦେହରେ ଉଭୟ ହିମୋଗ୍ଲୋବିନ ଏବଂ କ୍ଲୋରୋକ୍ରୁଓରିନ ଦେଖିବାକୁ ମିଳିଥାଏ । ଅକ୍ସିଜେନ ମିଳିବା ଏହା ଗାଢ ସବୁଜ ରଙ୍ଗରେ ପରିଣତ ହୋଇଯାଏ ।

ବାଇଗଣୀ ରକ୍ତ ପ୍ରାୟତଃ ସାମୁଦ୍ରିକ କୀଟଙ୍କ ଦେହରେ ରହିଥାଏ । ଏମାନଙ୍କ ଦେହରେ ହେମିଇରିଥ୍ରୀନ ମିଳିଥାଏ । ହିମୋଗ୍ଲୋବିନ ତୁଳନାରେ ଅମ୍ଳଜାନର ଏକ ଚତୁର୍ଥାଂଶ ଯୋଗାଇବାରେ ସକ୍ଷମ ହୋଇଥାଏ ହେମିରିଥ୍ରିନ୍ । ଅମ୍ଳଜାନ ଉପଲବ୍ଧ ନହେବା ପର୍ୟ୍ୟନ୍ତ ହେମିରିଥ୍ରିନ୍ ରଙ୍ଗହୀନ ରହିଥାଏ। ଏହା ଅମ୍ଳଜାନ ପାଇବା ମାତ୍ରେ ଏହା ବାଇଗଣୀ-ଗୋଲାପୀ ରଙ୍ଗରେ ପରିଣତ ହୁଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.