ଗର୍ଭରେ ଶିଶୁ କାହିଁକି ହୋଇଥାଏ ବିକଳାଙ୍ଗ, ଜାଣନ୍ତୁ ଏହାର କାରଣ ଓ ନିରାକରଣ

ଡାକ୍ତରଙ୍କ କହିବାନୁସାରେ କିଛି ଏପରି କାରଣ ରହିଛି ଯାହାଦ୍ୱାରା ଏଭଳି ଅଘଟଣ ଘଟିଥାଏ । ଯେଉଁଥିରେ ପିଲାଟି ଦିବ୍ୟାଙ୍ଗ ହୋଇ ଜନ୍ମ ନିଏ।

ଗର୍ଭରେ ଶିଶୁକୁ ଧାରଣ କରିବା ସମୟରେ ପୁର୍ବ ଅପେକ୍ଷା ଅଧିକ ଯତ୍ନବାନ ହୋଇଯାଏ ମାଆ। ପ୍ରତ୍ୟେକ ଗର୍ଭବତୀ ମା’ ଚାହାଁନ୍ତି ଯେ ଗର୍ଭରେ ଥିବା ସନ୍ତାନ ସୁସ୍ଥ ସବଳ ହୋଇ ଜନ୍ମ ହେଉ । କୌଣସି ମା’ ଚାହିଁବନି ତା’ର ପିଲା ଠାରେ କୌଣସି ପ୍ରକାରର ଖୁଣ ରହୁ ବା ଦିବ୍ୟାଙ୍ଗ, ବିକଳାଙ୍ଗ ଶିଶୁ ଜନ୍ମ ହେଉ । ମାତ୍ର ଡାକ୍ତରଙ୍କ କହିବାନୁସାରେ କିଛି ଏପରି କାରଣ ରହିଛି ଯାହାଦ୍ୱାରା ଏଭଳି ଅଘଟଣ ଘଟିଥାଏ । ଯେଉଁଥିରେ ପିଲାଟି ଦିବ୍ୟାଙ୍ଗ ହୋଇ ଜନ୍ମ ନିଏ।

ଡାକ୍ତରଙ୍କ ଅନୁଯାୟୀ, ଶିଶୁଟି ମା’ ଗର୍ଭରେ ଥିବା ସମୟରେ ଯଦି କ୍ୟାଲସିୟମ୍ ଏବଂ ଭିଟାମିନ୍ ଡି ର ଅଭାବ ରହେ ତେବେ ପିଲାଟି ଦିବ୍ୟାଙ୍ଗ ହୋଇ ଜନ୍ମନିଏ । ଏହାବ୍ୟତୀତ ଗର୍ଭବତୀ ମହିଳାଙ୍କ ମଧ୍ୟରେ ମଧ୍ୟ ଅନେକ ହର୍ମୋନରେ ପରିବର୍ତ୍ତନ ଦେଖାଯିବା କାରଣରୁ ତାଙ୍କୁ ଅନେକ କିଛି ଖାଇବାକୁ ଇଛା ହୋଇଥାଏ । ଯାହା ମାଆ ପାଟିକୁ ତ ସୁଆଦିଆ ଲାଗିଥାଏ କିନ୍ତୁ ପେଟରେ ଥିବା ଶିଶୁ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ । ଯାହାର ପରିଣାମ ସ୍ୱରୁପ ପିଲାଟି ବିକଳାଙ୍ଗ ଏବଂ ଦିବ୍ୟାଙ୍ଗ ହୋଇ ଜନ୍ମ ନିଏ ।

ଜାଣନ୍ତୁ କେଉଁ ଦିଗ ପ୍ରତି ଧ୍ୟାନ ଦେଲେ ଗର୍ଭସ୍ଥ ଶିଶୁ ଦିବ୍ୟାଙ୍ଗ ହେବାର ଆଶଙ୍କା କମ୍ ଥାଏ

ସୁସ୍ଥ ଛୁଆଟିଏ ପାଇବା ପାଇଁ ଅଧିକ ସତର୍କତା ଏବଂ ସୁରକ୍ଷାକୁ ଧ୍ୟାନରେ ରଖନ୍ତୁ । ଗର୍ଭଧାରଣ ସମୟରେ ମହିଳାଙ୍କୁ ନିଜ ଖାଦ୍ୟପେୟ ପ୍ରତି ଯଥେଷ୍ଟ ଧ୍ୟାନ ଦେବା ଆବଶ୍ୟକ । ତାଜା ତଟକା ଫଳ ସହ ସବୁଜ ପନିପରିବା ଖାଇବା ଆବଶ୍ୟକ ।

ଫାଷ୍ଟପୁଡ୍ ବର୍ଜନ କରିବା ଆବଶ୍ୟକ ଏବଂ ଫଲିକ୍ ଏସିଡ୍ ଯୁକ୍ତ ଖାଦ୍ୟ ଖାଇବା ଉଚିତ । ଯାହାଦ୍ୱାରା ମା’ ଏବଂ ପିଲା ମଧ୍ୟରେ ରକ୍ତ ଅଭାବର କୌଣସି ଲକ୍ଷଣ ଦେଖାଯିବ ନାହିଁ । ଗର୍ଭବତୀ ଥିବା ସମୟରେ ମହିଳାଙ୍କୁ ସଂକ୍ରମଣଯୁକ୍ତ ଲୋକଙ୍କ ଠାରୁ ଦୂରେଇ ରହିବା ନିତାନ୍ତ ଆବଶ୍ୟକ ।

ଏହାସହ ଗର୍ଭବତୀ ମହିଳା ଜନଗହଳି ପୂର୍ଣ୍ଣ ସ୍ଥାନ ତଥା ଗାଡିର ହର୍ଣ୍ଣ ସାଉଣ୍ଡରୁ ଦୂରେଇ ରହିବା ଆବଶ୍ୟକ । ସହରଠାରୁ ଦୂରରେ ରହିଲେ ଗର୍ଭରେ ଥିବା ଛୁଆଟି ସୁସ୍ଥ ହୋଇଥାଏ । କିନ୍ତୁ ଅଧିକ ଶବ୍ଦ ଛୁଆଟି ଉପରେ ପଡିଲେ ସେ କାଲା ହୋଇ ଜନ୍ମ ହୋଇଥାଏ । ଫାଷ୍ଟଫୁଡ୍ ଏବଂ ମଦ,ସିଗାରେଟ୍ ଭଳି କିଛି ବି ନିଶାକୁ ସେବନ କଲେ ଏହାର ସିଧାସଳଖ ପ୍ରଭାବ ଛୁଆର ମସ୍ତିଷ୍କ ଉପରେ ପଡିଥାଏ । ତେଣୁ ଏଥିପାଇଁ ଗର୍ଭବତୀ ମହିଳା ଗର୍ଭାବସ୍ଥା ସମୟରେ ଏହି ସବୁ ଦିଗ ପ୍ରତି ବେଶ୍‌ ସତର୍କ ଏବଂ ସଚେତନ ରହିବା ଆବଶ୍ୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.