ଶବ ବ୍ୟବଚ୍ଛେଦ କରିବାର ନୂଆ ଟେକନିକ୍‌ ‘ଭର୍ଚୁଆଲ ଅଟୋପ୍ସି’, କେମିତି ହୁଏ ଜାଣନ୍ତୁ..

ସମସ୍ତଙ୍କୁ ହସାଉଥିବା କମେଡି କିଙ୍ଗ ରାଜୁ ଶ୍ରୀବାସ୍ତବ ଆଉ ହସାଇବାକୁ ନାହାନ୍ତି। ୪୨ ଦିନ ପର୍ଯ୍ୟନ୍ତ ଜୀବନ ସହିତ ସଂଘର୍ଷ କରି ଶେଷରେ ଗତକାଲୀ ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ରାଜୁଙ୍କୁ ୫୮ ବର୍ଷ ହୋଇଥିଲା। ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଏହା ପୂର୍ବରୁ ଦିଲ୍ଲୀ ଏମ୍ସରେ ରାଜୁଙ୍କ ଶବ ବ୍ୟବଚ୍ଛେଦ ପାଇଁ ନୂଆ ଟେକନିକର ବ୍ୟବହାର କରାଯାଇଛି। ଯାହାକୁ ଭର୍ଚୁଆଲ ଅଟୋପ୍ସି କୁହାଯାଏ। ତେବେ ଏହା କ’ଣ, କେମିତି କରାଯାଏ, ପାରମ୍ପରିକ ଶବ ବ୍ୟବଚ୍ଛେଦ ଠାରୁ କେମିତି ଅଲଗା, ତାହା ଜାଣିବା…

’ଭର୍ଚୁଆଲ ଅଟୋପ୍ସି’ କ’ଣ ?

ଏହି ପ୍ରକ୍ରିୟାରେ ଶବକୁ ପୁରୁଣା ବ୍ୟବଚ୍ଛେଦ ଶୈଳୀରେ କଟାଯାଏ କିମ୍ବା ଚିରାଯାଏ ନାହିଁ। ଏହା ପ୍ରକ୍ରିୟା ସଂପୂର୍ଣ୍ଣ ଭାବେ ମେସିନ ସାହାଯ୍ୟରେ ହୋଇଥାଏ। ଏଥିରେ ମୃତଦେହକୁ ଏମଆରଆଇ ଏବଂ ସିଟି ସ୍କାନମେସିନ ମାଧ୍ୟମରେ ଆଧୁନିକ ପ୍ରଣାଳୀରେ ସ୍କାନ୍‌ କରାଯାଇଥାଏ। ଏହି ମେସିନ ସଂପୂର୍ଣ୍ଣ ମୃତଦେହକୁ ଟିକିନିଖି କରି ଯାଞ୍ଚ କରେ। ଏହି ପ୍ରକ୍ରିୟା ଦ୍ୱାରା ଶବ ବ୍ୟବଚ୍ଛେଦ ବହୁତ କମ୍‌ ସମୟରେ ହୋଇଥାଏ ଏବଂ ମୃତ୍ୟୁର କାରଣ ସ୍ପଷ୍ଟ ଭାବେ ଜଣାପଡିଥାଏ। ମାତ୍ର କେଇ ମିନିଟରେ ଏହି ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଥାଏ। ତା’ପରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଏ।

ଏହାକୁ ଇଂରାଜୀରେ ଭିର୍ଟୋପ୍ସି ବୋଲି କୁହାଯାଏ। ଏହି ଶବ୍ଦ ଇଂରାଜୀ ଶବ୍ଦ ଭର୍ଚୁଆଲ୍ ଏବଂ ଅଟୋପ୍ସି ଶବ୍ଦ ମିଶି ତିଆରି ହୋଇଛି। ଏହାକୁ ଭର୍ଚୁଆଲ୍ ଅଟୋପ୍ସି ମଧ୍ୟ କୁହାଯାଏ। ଏଥିରେ ମୃତ ଶରୀରରେ କୌଣସି ଅଂଶ କଟାଯାଏ ନାହିଁ।

ସୂଚନାଯୋଗ୍ୟ,  ତେବେ ସମସ୍ତଙ୍କୁ ହସାଉଥିବା ରାଜୁଙ୍କୁ ମୃତ୍ୟୁରେ ଆଜି ସମସ୍ତେ କାନ୍ଦୁଛନ୍ତି। ରାଜୁଙ୍କ ମୃତ୍ୟୁ ସମଗ୍ର ଦେଶ ସ୍ତବ୍ଧ ହୋଇପଡିଛି। ଦିଲ୍ଲୀରେ ଆଜି ସକାଳ ୯.୩୦ରେ ରାଜୁଙ୍କର ଅନ୍ତିମ ସଂସ୍କାର କରାଯାଇଛି। ରାଜୁଙ୍କୁ ଅନ୍ତିମ ସଂସ୍କାର ଦିଲ୍ଲୀରେ ବ ହେବ ବୋଲି ପରିବାର ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଦିଲ୍ଲୀର ନିଗମ ବୋଧ ଘାଟରେ ହେଇଛି ଶେଷକୃତ୍ୟ । ରାଜୁଙ୍କ ପତ୍ନୀ ଶିଖା ଶ୍ରୀବାସ୍ତବ, ଝିଅ ଅନ୍ତରା ଶ୍ରୀବାସ୍ତବ ଏବଂ ପୁଅ ଆୟୁଷ୍ମାନ ଶ୍ରୀବାସ୍ତବ ଦିଲ୍ଲୀରେ ରାଜୁଙ୍କୁ ଅନ୍ତିମ ସଂସ୍କାର କରିବେ ବୋଲି ସୂଚନା ଦେଇଥିଲେ।  ରାଜୁଙ୍କ ଅନ୍ତିମ ଶୋଭାଯାତ୍ରା ବଡବଡ ସେଲିବ୍ରିଟି ଯୋଗ ଦେଇଥିଲେ । ଦିଲ୍ଲୀ ଏମ୍ସରେ ଗତକାଲି ସକାଳ ୧୦.୨୦ରେ ରାଜୁ ଶ୍ରୀବାସ୍ତବଙ୍କ ପରଲୋକ ହୋଇଛି। ଅଗଷ୍ଟ ୧୦ ତାରିଖରେ ଜିମରେ ଥିବା ବେଳେ ରାଜୁଙ୍କୁ ହୃଦ୍‌ଘାତ ହୋଇଥିଲା। ଫଳରେ ସେ ଟ୍ରେଡମିଲରୁ ତଳକୁ ପଡିଯାଇଥିଲେ।

୧୯୯୩ ମସିହାରୁ କ୍ୟାରିୟର ଆରମ୍ଭ କରିଥିବା ରାଜୁ ଭାରତ ଏବଂ ଭାରତ ବାହାରେ ଅନେକ ଷ୍ଟେଜ୍‌ ଶୋ’ କରି ଲୋକପ୍ରିୟତା ହାସଲ କରିଛନ୍ତି। ରାଜୁ ଶ୍ରୀବାସ୍ତବଙ୍କୁ କମେଡିର ବାଦ୍‌ଶାହ କୁହାଯାଏ। ଲୋକଙ୍କ ମଧ୍ୟରେ ‘ଗଜୋଧର ଭୈୟା’ ନାମରେ ରାଜୁ ନିଜର ଏକ ଅଲଗା ପ୍ରକାର ପରିଚୟ ସୃଷ୍ଟି କରିଛନ୍ତି। ସେ ଅନେକ ଫିଲ୍ମ ଏବଂ ଟିଭି ଶୋ’ରେ କାମ କରିଛନ୍ତି।

Also Read : ଆଜି ହେବ କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କ ଅନ୍ତିମ ସଂସ୍କାର, ଦିଲ୍ଲୀର ନିଗମ ବୋଧଘାଟରେ ହେବ ଶେଷକୃତ୍ୟ

Leave A Reply

Your email address will not be published.