କରୋନା ଦାଉରୁ ରକ୍ଷା ପାଇବା ପାଇଁ ଜାଣନ୍ତୁ ମାସ୍କ ପିନ୍ଧିବାର ସଠିକ୍ ପ୍ରଣାଳୀ ଏବଂ କେଉଁ ପରିସ୍ଥିତି ଏହାକୁ କରିବେ ବ୍ୟବହାର

କରୋନା ଦାଉରୁ ରକ୍ଷା ପାଇବା ପାଇଁ ପ୍ରାୟତଃ ଲୋକେ ମାସ୍କର ବ୍ୟବହାର କରୁଛନ୍ତି । କଣ ଆପଣ ଜାଣିଛନ୍ତି କି ମାସ୍କ ପିନ୍ଧିବାର ସଠିକ୍ ପ୍ରଣାଳୀ ଏବଂ କେଉଁ ପରିସ୍ଥିତି ଏହାକୁ ପିନ୍ଧିବେ । ଯଦି ଜାଣିନାହାନ୍ତି ତେବେ ନିହାତି ଜାଣନ୍ତୁ ।

maskଜାଣନ୍ତୁ ମାସ୍କ ପିନ୍ଧିବାର ସଠିକ୍ ପ୍ରଣାଳୀ:

-ଯେତେବେଳେ ବି ମାସ୍କ ପିନ୍ଧୁଛନ୍ତି ତାକୁ କାଢିବାପରେ ସତର୍କତା ସହିତ ଏପରି ଭାଙ୍ଗିକି ରଖନ୍ତୁ ଯେପରି ମୁହଁ ପଟେ ଥିବା ପାର୍ଶ୍ବଟି ଭିତରେ ପଟେ ରହିବ ।

-ମାସ୍କ ପିନ୍ଧିବାବେଳେ ଧ୍ଯାନ ଦିଅନ୍ତୁ ଯେପରି ତାହା ସମ୍ପୂର୍ଣ୍ଣ ଭାବେ ନାକ, ମୁହଁ ଏବଂ ଥୋଡିକୁ ଘୋଡାଇ ହୋଇ ରହୁଥିବ । ମାସ୍କରେ ଯେପରି କୌଣସି ଗ୍ଯାପ୍ ନଥିବ ।

mask use-ପ୍ରତି ଛଅ ଘଣ୍ଟାକୁ ଥରେ ମାସ୍କ ପରିବର୍ତନ କରନ୍ତୁ । ଷ୍ଟ୍ରିଙ୍ଗ୍ ଦ୍ବାରା ମାସ୍କକୁ ଧରନ୍ତୁ ଏବଂ ପିନ୍ଧିବା ସମୟରେ ମାସ୍କକୁ ଛୁଇଁବାଠାରୁ ଦୁରେଇ ରୁହନ୍ତୁ।

-ମାସ୍କର ବାହାର ପାର୍ଶ୍ବକୁ ଛୁଅନ୍ତୁ ନାହିଁ । କାରଣ ଏହା ଦୂଷିତ ହେବାର ଭୟ ରହିଥାଏ ।

– ବେକରେ ମାସ୍କକୁ ଓହଳେଇ ରଖିବାକୁ ଦିଅନ୍ତୁ ନାହିଁ । ୟୁଜ୍ ଆଣ୍ଡ ଥ୍ରୋ ମାସ୍କର ପୁନଃ ବ୍ଯବହାର କରନ୍ତୁ ନାହିଁ । ଏହାକୁ ଏମିତି ସ୍ଥାନରେ ପକାନ୍ତୁ ଯେପରି ଏହା ନଷ୍ଟ ହୋଇଯାଉଥିବ ।

ଜାଣନ୍ତୁ କେଉଁ ପରିସ୍ଥିତି ପିନ୍ଧିବେ ମାସ୍କ:

mask -ଯଦି ଆପଣଙ୍କୁ ଜ୍ବର,କଫ ଏବଂ ନିଶ୍ବାସ ନେବାରେ ଅସୁବିଧା ତାହା ହେଲେ ମାସ୍କ ପିନ୍ଧନ୍ତୁ ।
-ଯଦି ଆପଣ କୌଣସି କରୋନା ରୋଗୀ କିମ୍ବା ସନ୍ଦିଗ୍ଧଙ୍କ ସେବା କରୁଛନ୍ତି ତେବେ ମାସ୍କ ପିନ୍ଧନ୍ତୁ ।

-ଯଦି ଆପଣ କୌଣସି ସ୍ବାସ୍ଥ୍ଯ ସେବିକା ତେବେ ଆପଣ ମାସ୍କ ପିନ୍ଧନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.