ଅଯୋଧ୍ୟା ରାମ ମନ୍ଦିର ତଳେ ପୋତାହେବ ‘ଟାଇମ୍‌ କ୍ୟାପ୍‌ସୁଲ’, ଜାଣନ୍ତୁ ପ୍ରକୃତରେ ଏହା କ’ଣ ଓ କେମିତି କରେ କାମ

ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କ ନଗରୀରେ ଅଗଷ୍ଟ ୫ରେ ହେବ ଶ୍ରୀରାମ ମନ୍ଦିର ପାଇଁ ଭୂମି ପୂଜନ। ଏଥିପାଇଁ ଉତ୍ସବ ମୁଖରିତ ହୋଇଛି ଅଯୋଧ୍ୟା। ଅଯୋଧ୍ୟାବାସୀ ବହୁ ଉତ୍ସାହର ସହ ଏହି ଦିନକୁ ଅପେକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୫ ତାରିଖରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରିବେ। ଏ ଅବସରରେ ସମସ୍ତ ଅଯୋଧ୍ୟାବାସୀ ନିଜ ଘରେ ଦୀପ ଜାଳିବାକୁ ମନ୍ଦିରର ମହନ୍ତ ଅନୁରୋଧ କରିଛନ୍ତି।

ଇତିମଧ୍ୟରେ ଆଉ ଏକ କଥା ଚର୍ଚ୍ଚାକୁ ଆସିଛି। କୁହାଯାଉଛି ଯେ ରାମ ମନ୍ଦିର ତଳେ ଟାଇମ୍‌ କ୍ୟାପ୍‌ସୁଲ ଲାଗିବ। ରାମ ମନ୍ଦିରର ୨୦୦ ଫୁଟ୍‌ ତଳେ ଏହି କ୍ୟାପ୍‌ସୁଲ ଲଗାଯିବ। ତେବେ ଟାଇମ୍‌ କ୍ୟାପ୍‌ସୁଲ ଲାଗିବା ନେଇ ସୂଚନା ମିଳିବା ପରେ ଏହା କ’ଣ ଓ କେମିତି କାମ କରେ ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି। ଆପଣ ବି ଯଦି ଏ ସମ୍ପର୍କରେ ଜାଣିବାକୁ ଚାହୁଁଛନ୍ତି ତେବେ ଆସନ୍ତୁ ଜାଣିବା ପ୍ରକୃତରେ କ’ଣ ଏହି ଟାଇମ୍‌ କ୍ୟାପ୍‌ସୁଲ…

What is a 'Time Capsule' and why it will be placed 2000 ft under ...

ଟାଇମ୍‌ କ୍ୟାପ୍‌ସୁଲ ଦେଖିବାକୁ ଏକ ଡବା ଭଳି। ମାତ୍ର ଏହାକୁ କେତେକ ସ୍ୱତନ୍ତ୍ର ଜିନିଷରେ ତିଆରି କରାଯାଏ। ଏହା ସବୁ ପ୍ରକାରର ପରିସ୍ଥିତି ଓ ପାଣିପାଗକୁ ସାମ୍ନା କରିବାକୁ ସକ୍ଷମ। ଟାଇମ୍‌ କ୍ୟାପ୍‌ସୁଲକୁ ମାଟିର ବହୁତ ତଳେ ପୋତାଯାଏ। ମାଟି ତଳେ ରହିବା ପରେ ମଧ୍ୟ ହଜାର ହଜାର ବର୍ଷ ଯାଏଁ ଏହାର କୌଣସି କ୍ଷତି ହୋଇନଥାଏ। ଏଥିରେ ବର୍ତ୍ତମାନ ସମୟର ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ସ୍ଥିତି ସମ୍ପର୍କରେ ଉଲ୍ଲେଖ ଥାଏ। ଖାସ୍‌ କରି କେତେବେଳେ ଉକ୍ତ ମନ୍ଦିର କିମ୍ବା ମୂର୍ତ୍ତିର ନିର୍ମାଣ ହୋଇଛି, କିଏ ନିର୍ମାଣ କରିଛି, ଏହା ପଛରେ କ’ଣ କିମ୍ବଦନ୍ତୀ ରହିଛି ସେସବୁ ଏଥିରେ ଲେଖାଥାଏ।

Ram Mandir जमीन के नीचे लगाया जाएगा टाइम ...

ଭାରତରେ ପୂର୍ବରୁ ମଧ୍ୟ ଏହି ଟାଇମ୍‌ କ୍ୟାପ୍‌ସୁଲକୁ ଐତିହାସିକ ସ୍ଥାପତ୍ୟ ତଳେ ପୋତାଯାଇଛି। ୧୯୭୩ ମସିହା ଅଗଷ୍ଟ ୧୫ ତାରିଖରେ ଇନ୍ଦିରା ଗାନ୍ଧୀ ସରକାର ଲାଲକିଲ୍ଲା ତଳେ ଏଭଳି ଏକ ଟାଇମ୍‌ କ୍ୟାପ୍‌ସୁଲ ପୋତିଥିଲେ। ଏହାକୁ କାଳପତ୍ର କୁହାଯାଏ।

Indira Gandhi placed time capsule 50 feet below in Red Fort

୧୯୭୦ ମସିହାରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜଣେ ଶକ୍ତିଶାଳୀ ମହିଳାଭାବେ ପ୍ରତିଷ୍ଠିତ ହୋଇଥିଲେ। ସେ ଭାରତୀୟ ରାଜନୀତିକୁ ନୂଆ ରୂପରେଖ ଦେଇଥିଲେ। ସେହି ସମୟରେ ସେ ଲାଲକିଲ୍ଲା ତଳେ ଟାଇମ୍‌ କ୍ୟାପ୍‌ସୁଲ ପୋତିଥିଲେ। ଏହି କାରଣରୁ ସେ ବିବାଦରେ ଛନ୍ଦି ହୋଇଯାଇଥିଲେ। ସେତେବେଳେ ତାଙ୍କ ବିରୋଧରେ ବିରୋଧୀ ଦଳର ନେତା ଅଭିଯୋଗ କରିଥିଲେ ଯେ କାଳପତ୍ରରେ ଇନ୍ଦିରା ଦେଶର ଇତିହାସ ନଲେଖି ନିଜ କାହାଣୀ ଲେଖିଛନ୍ତି। ଟାଇମ୍‌ କ୍ୟାପ୍‌ସୁଲରେ ସେ ଗାନ୍ଧୀ ପରିବାରକୁ ପ୍ରଶଂସା କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ମାତ୍ର କାଳପତ୍ରରେ ପ୍ରକୃତରେ କ’ଣ ଲେଖାଥିଲା ଆଜି ପର୍ଯ୍ୟନ୍ତ ତାହାର ଖୁଲାସା ହୋଇନାହିଁ।

राम मंदिर से पहले इंदिरा ने लाल किले ...

କେବଳ ଇନ୍ଦିରା ଗାନ୍ଧୀ ନୁହେଁ ନରେନ୍ଦ୍ର ମୋଦିଙ୍କ ଉପରେ ମଧ୍ୟ ୨୦୧୧ରେ ଟାଇମ୍‌ କ୍ୟାପ୍‌ସୁଲ ପୋତିବା ନେଇ ଆରୋପ ଲାଗିଥିଲା। ଗାନ୍ଧୀନଗରରେ ନିର୍ମିତ ମହାତ୍ମାଗାନ୍ଧୀ ମନ୍ଦିରର ତଳେ ଟାଇମ୍‌ କ୍ୟାପ୍‌ସୁଲ ପୋତା ହେବା ପରେ ବିରୋଧୀ ଦଳର ନେତା ଏନେଇ ଅଭିଯୋଗ କରିଥିଲେ। ବିରୋଧୀ ଦଳର ଲୋକେ କହିଥିଲେ ଯେ ମୋଦି ନିଜ ଉପଲବ୍ଧି ଏଥିରେ ଲେଖିଥିଲେ।

ସୂଚନାଯୋଗ୍ୟ ଯେ ୨୦୧୭ ନଭେମ୍ବର ୩୦ ତାରିଖରେ ସ୍ପେନ୍‌ର ବର୍ଗୋସରେ ପ୍ରାୟ ୪୦୦ ବର୍ଷ ପୁରୁଣା ଟାଇମ୍‌ କ୍ୟାପ୍‌ସୁଲ ମିଳିଥିଲା। ଏହା ଯୀଶୁଙ୍କ ମୂର୍ତ୍ତି ରୂପରେ ଥିଲା। ମୂର୍ତ୍ତି ଭିତରେ ଏକ ଦସ୍ତାବିଜ୍‌ ଥିଲା। ସେଥିରେ ୧୭୭୭ ମସିହା ବେଳର ଆର୍ଥିକ, ରାଜନୈତିକ ଓ ସାଂସ୍କୃତିକ ସ୍ଥିତି ସମ୍ପର୍କରେ ସୂଚନା ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.