ଜାଣନ୍ତୁ ଧନତେରସ୍‌ରେ କ’ଣ କିଣିବେ, କ’ଣ କିଣିବେ ନାହିଁ; ଦୁର୍ଭାଗ୍ୟକୁ ଡାକି ଆଣିଥାଏ ଏହି ଜିନିଷର କ୍ରୟ

କାର୍ତ୍ତିକ ମାସ ଆରମ୍ଭ ହୋଇ ଯାଇଛି। ଏଥି ସହିତ ଘରେ ଘରେ ଦୀପାବଳିର ପ୍ରସ୍ତୁତି ମଧ୍ୟ ଜୋର୍‌ସୋରରେ ଆରମ୍ଭ ହୋଇ ଗଲାଣି। ଲୋକେ ନିଜ ନିଜ ଘରକୁ ସଫାସୁତରା କରିବା ସହିତ ଶପିଙ୍ଗ୍‌ ମଧ୍ୟ ଆରମ୍ଭ କରି ଦେଲେଣି। ଖାସ୍‌ କରି ଧନତେରସ୍‌ ପାଇଁ କ’ଣ ସବୁ କିଣାକିଣି କରିବେ, ତାକୁ ନେଇ ଏବେଠୁ ଯୋଜନା କଲେଣି। ଏମିତିରେ ଆପଣ ମଧ୍ୟ ଏହି କଥା ନିଶ୍ଚୟ ଜାଣି ରଖିବା ଉଚିତ ଯେ ଧନତେରସ୍‌ରେ କ’ଣ କିଣିବା ଶୁଭ ହୋଇଥାଏ ଏବଂ କେଉଁ ଜିନିଷ କିଣିଲେ ଧନହାନି ହୋଇଥାଏ। ଚଳିତ ବର୍ଷ ନଭେମ୍ବର ୨ରେ ଧନତେରସ୍‌ ପଡ଼ୁଛି।

-ଧନତେରସ୍‌ ଦିନ କିଣାକିଣି କରିବା ବହୁତ ଶୁଭ ହୋଇଥାଏ। ଏହି ଦିନ କିଣା ଯାଇଥିବା କିଛି ଜିନିଷ ଆପଣଙ୍କୁ ଶୁଭ ଫଳ ଦେଇଥାଏ। ମା’ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଧନତେରସ୍‌ ଦିନ କିଛି ଖାସ୍‌ ଜିନିଷ କିଣିବାର ପରମ୍ପରା ରହି ଆସିଛି। ଯଦି ଏହି ଦିନ ଆପଣ ସେହି ଜିନିଷ କିଣିବେ, ତ ପୂରା ବର୍ଷ ଆପଣଙ୍କ ପାଖରେ ପଇସାର ଅଭାବ ରହିବ ନାହିଁ। ଏହି ଜିନିଷ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଚାନ୍ଦି ଓ ପିତ୍ତଳ ବାସନ।

-ଧନତେରସ୍‌ରେ କୁବେର ଯନ୍ତ୍ର ଏବଂ ମହାଲକ୍ଷ୍ମୀ ଯନ୍ତ୍ର କିଣିବା ମଧ୍ୟ ବହୁତ ଶୁଭ ହୋଇଥାଏ। ଏହିଦିନ ଶ୍ରୀଯନ୍ତ୍ରକୁ ଘର କିମ୍ବା ଦୋକାନର ଆଲମିରାରେ ରଖିବା ଦ୍ୱାରା ବର୍ଷ ସାରା ଆପଣଙ୍କ ପାଖକୁ ପଇସା ଆସିବାରେ ଲାଗିଥାଏ।

-ଏହାଛଡ଼ା ଧନତେରସ୍‌ରେ ମା’ ଲକ୍ଷ୍ମୀ ଏବଂ ଗଣେଶ ଭଗବାନଙ୍କର ମୂର୍ତ୍ତି କିଣିବା ମଧ୍ୟ ବହୁତ ଶୁଭ ବୋଲି ବିବେଚନା କରାଯାଏ। ଯଦି ଏମିତି ସମ୍ଭବ ହେଉ ନାହିଁ, ତା’ହେଲେ ଲକ୍ଷ୍ମୀ-ଗଣେଶଙ୍କ ଫଟୋ ଥିବା ଚାନ୍ଦି କିମ୍ବା ସୁନାର ମୁଦ୍ରା କିଣନ୍ତୁ। ଏହାଦ୍ୱାରା ଧନର ଦେବୀ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି।

-ଧନତେରସ୍‌ ଦିନ ଧନିଆ ମଞ୍ଜି କିଣିବା ମଧ୍ୟ ବହୁତ ଶୁଭ ହୋଇଥାଏ। ଏହାଦ୍ୱାରା ପୂରା ବର୍ଷ ଆପଣଙ୍କ ଉପରେ ଭଗବାନଙ୍କ ଆଶୀର୍ବାଦ ରହିଥାଏ। ପୂଜାରେ ବ୍ୟବହାର କରାଯାଇଥିବା ଧନିଆର ମଞ୍ଜିକୁ ଆଲମିରାରେ ରଖିବା ମଧ୍ୟ ବହୁତ ଭଲ ବୋଲି ବିଶ୍ୱାସ କରାଯାଏ।

-ଧନତେରସ୍‌ରେ ନୂଆ ଝାଡ଼ୁ କିଣନ୍ତୁ। କାରଣ, ଏହା ବହୁତ ଶୁଭ ହୋଇଥାଏ। କିଣା ଯାଇଥିବା ଏହି ଝାଡ଼ୁ ପଇସାର ଅଭାବ, ରୋଗ ଆଦିକୁ ନଷ୍ଟ କରି ଦେଇଥାଏ ଏବଂ ଧନସମ୍ପତ୍ତି ପ୍ରଦାନ କରିଥାଏ।

ଭୁଲ୍‌ରେ ବି କିଣନ୍ତୁ ନାହିଁ ଏହି ଜିନିଷ

ଧନତେରସ୍‌ରେ କିଛି ନିୟମ ମଧ୍ୟ ପାଳନ କରିବା ଉଚିତ୍‌। ଯେମିତିକି, ଏହି ଦିନ ଭୁଲ୍‌ରେ ବି କେବେ ଲୁହା ଜିନିଷ କିଣିବା ଉଚିତ ନୁହେଁ। ଏମିତି କରିବା ଦୁର୍ଭାଗ୍ୟକୁ ଡାକି ଆଣିବା ଭଳି ହୋଇଥାଏ। ଏହାଛଡ଼ା ଚିନା ମାଟିରେ ତିଆରି ଜିନିଷ ମଧ୍ୟ ଆଦୌ କିଣନ୍ତୁ ନାହିଁ। କାରଣ, ଏହାଦ୍ୱାରା ଦାରିଦ୍ର୍ୟତା ବଢ଼ିଥାଏ।

Leave A Reply

Your email address will not be published.