ସ୍ପେଶାଲ

ନୂଆ ବର୍ଷର କ୍ୟାଲେଣ୍ଡର ଘରକୁ ଆଣିବା ପୂର୍ବରୁ ଜାଣିନିଅନ୍ତୁ ଏହି ଜରୁରୀ କଥା, ନଚେତ ହେବେ ହଇରାଣ

ଆଉ କିଛି ଦିନ ଆସିବ ନୂଆ ବର୍ଷ। ନୂଆ ବର୍ଷ ସମସ୍ତଙ୍କ ପାଇଁ ନୂଆ ଆଶାର କିରଣ ନେଇ ଆସିଥାଏ। ନୂଆ ଇଚ୍ଛା, ଆକାଂକ୍ଷା ଏବଂ ନୂଆ ଯୋଜନା ନେଇ ଆସିଥାଏ ନୂଆ ବର୍ଷ। ତେବେ ନୂଆ ବର୍ଷରେ ପ୍ରଥମେ ଘରକୁ ଆସିଥାଏ ନୂତନ ବର୍ଷର କ୍ୟାଲେଣ୍ଡର। ପୁରୁଣା କ୍ୟାଲେଣ୍ଡର୍ସକୁ ଟାଟା ବାୟ ବାୟ କରିଦିଆଯାଏ। କିନ୍ତୁ ବାସ୍ତୁ ଶାସ୍ତ୍ର ମୁତାବକ ସଠିକ ଦିଗରେ କ୍ୟାଲେଣ୍ଡର ଲଗାଇବା ଦ୍ୱାରା ଉନ୍ନତିର ନୂଆ ରାସ୍ତା ଖୋଲିଥାଏ। ସମସ୍ୟା ଦୂର ହୋଇଥାଏ ଏବଂ ଭାଗ୍ୟ ବି ମଜବୁତ ହୋଇଥାଏ। ଯଦି ଆପଣ ଚାହୁଁଛନ୍ତି ନ୍ୟୁ ଇୟର ୨୦୨୩ ୨୦୨୨ରୁ ଅଧିକ ଫାଇଦାୟକ ହେଉ ତାହେଲେ ଆମେ ଆପଣଙ୍କୁ କ୍ୟାଲେଣ୍ଡର ସହ ଜଡିତ କିଛି ବାସ୍ତୁ ଟିପ୍ସ ଜଣାଇବୁ ଯାହାକୁ ଜାଣିବା ଆପଣ ବହୁତ ଜରୁରୀ।

ବହୁତ ଲୋକ ଅଛନ୍ତି ଯେଉଁମାନେ ନୂଆ କ୍ୟାଲେଣ୍ଡର ଆଣି ପୁରୁଣା କ୍ୟାଲେଣ୍ଡର ଉପରେ ହିଁ ଟାଙ୍ଗି ଦିଅନ୍ତି। ବହୁତ ଦିନ ପର୍ଯ୍ୟନ୍ତ ପୁରୁଣା କ୍ୟାଲେଣ୍ଡର କାନ୍ଥରେ ସେମିତି ଟଙ୍ଗା ହୋଇଥିବା ନଜର ଆସିଥାଏ। ଯଦି ଆପଣ ବି ଏମିତି କରୁଛନ୍ତି ତାହେଲେ ସାବଧାନ୍‌ ହୋଇଯାନ୍ତୁ। ଏପରି କରିବା ଠାରୁ ବିରତ ରୁହନ୍ତୁ। ଏମିତି କରିବା ଦ୍ୱାରା ନୂଆ କାମ କରିବାରେ ଏନର୍ଜିି କମ୍‌ ହେବା ଭଳି ଅନୁଭ ହୋଇଥାଏ।

ନ୍ୟୁ ଇୟର ୨୦୨୩ର କ୍ୟାଲେଣ୍ଡରକୁ ଘରର ପୂର୍ବ, ପଶ୍ଚିମ କିମ୍ବା ଉତ୍ତର ଦିଗରେ ଲଗାଇବା ଭଲ ହୋଇଥାଏ। ବାସ୍ତୁ ଶାସ୍ତ୍ର ମୁତାବକ ଦୋକାନ, ଘର କିମ୍ବା ଅଫିସରେ ଏହି ଦିଗରେ କ୍ୟାଲେଣ୍ଡର ଲଗାଇବା ଦ୍ୱାରା ଭାଗ୍ୟର ତାଲା ଖୋଲି ଯାଇଥାଏ। ଏଥିସହିତ ସମସ୍ତ ବାଧାବିଘ୍ନ ମଧ୍ୟ ଦୂର ହୋଇଯାଇଥାଏ। ଧ୍ୟାନ ରଖିବେ ଦକ୍ଷିଣ ଦିଗରେ କେବେବି କ୍ୟାଲେଣ୍ଡର ଲଗାଇବେ ନାହିଁ। ଏପରି କରିବା ଦ୍ୱାରା ଘରର ମୁଖ୍ୟଙ୍କର ସବୁବେଳେ ଦେହ ଖରାପ ରହିଥାଏ ଏବଂ ଉନ୍ନତି ବି ହୋଇପାରେନାହିଁ।

ଯଦି ପୂର୍ବ ଦିଗରେ କ୍ୟାଲେଣ୍ଡର ଲଗାଇବେ ତାହେଲେ ଏହାଦ୍ୱାରା ଆପଣଙ୍କୁ ନୂଆ ଅବସର ମିଳିବ ଏବଂ ଉନ୍ନତିର ରାସ୍ତା ବି ଖୋଲିଯିବ। ଏହି ଦିଗରେ କ୍ୟାଲେଣ୍ଡର ଲଗାଇବା ଦ୍ୱାରା ପିଲାଙ୍କ ଜୀବନରେ ମଧ୍ୟ ଉନ୍ନତି ହୋଇଥାଏ।

କେବେବି ଘରେ ଏମିତି କ୍ୟାଲେଣ୍ଡର ଲଗାଇବେନାହିଁ ଯେଉଁଥିରେ ଦୁଃଖୀ ଚେହେରା, ହିଂସ୍ର ପଶୁଙ୍କ ଛବି ଥିବ। ଏହାଦ୍ୱାରା ଘରେ ନେଗେଟିଭିଟୀ ସର୍ବଦା ରହିଥାଏ। ଉଦିୟମାନ ସୂର୍ଯ୍ୟ ଏବଂ ଖୁସି ସହ ଜଡିତ କ୍ୟାଲେଣ୍ଡର ଘରେ ଲଗାଇବା ଦ୍ୱାରା ଶୁଭ ହୋଇଥାଏ। କ୍ୟାଲେଣ୍ଡରର ରଙ୍ଗ ନୀଳ, ଧଳା, ଗୋଲାପୀ, ସବୁଜ ନଚେତ୍‌ ଲାଲ୍‌ ହେବା ଉଚିତ। ଏହାଦ୍ୱାରା ଘରେ ପଜିଟିଭ୍‌ ଏନର୍ଜିର ପ୍ରସାର ହୋଇଥାଏ।

ଯଦି ନୂଆ ବର୍ଷରେ ବହୁତ ଟଙ୍କା କମାଇବାର ଇଚ୍ଛା ରଖିଛନ୍ତି ତାହେଲେ ଉତ୍ତର ଦିଗ କୁବେରଙ୍କର ହୋଇଥାଏ। ଏଥିପାଇଁ ଏହି ଦିଗରେ ବିବାହ ସହ ଜଡିତ କିଛି ଫଟୋ ଥିବା କ୍ୟାଲେଣ୍ଡର ଲଗାନ୍ତୁ। ମାନ୍ୟତା ରହିଛି ଧଳା ଏବଂ ସବୁଜ ରଙ୍ଗର କ୍ୟାଲେଣ୍ଡର ଉତ୍ତର ଦିଗରେ ଲଗାଇବା ଦ୍ୱାରା ସୁଖ-ସୌଭାଗ୍ୟରେ ଉନ୍ନତି ହୋଇଥାଏ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ କ୍ୟାଲେଣ୍ଡରକୁ କେବେବି ଘରର ମେନ ଗେଟ କିମ୍ବା ଗେଟ୍‌ ସାମ୍ନାରେ ଲଗାଇବା ଅନୁଚିତ। କବାଟ ପଛରେ ମଧ୍ୟ କ୍ୟାଲେଣ୍ଡରକୁ ଟଙ୍ଗାନ୍ତୁନାହିଁ। ଏମିତି କରିବା ଦ୍ୱାରା ଘରର ସଦସ୍ୟଙ୍କର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିଥାଏ ଏବଂ ବୟସ କମିଯାଇଥାଏ।

Pritiparna

Recent Posts

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

34 mins ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

2 hours ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

2 hours ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

2 hours ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

2 hours ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

2 hours ago