ସ୍ପେଶାଲ

ରାଶି ଅନୁସାରେ ଜାଣନ୍ତୁ କେଉଁ ରୁଦ୍ରାକ୍ଷ ଆପଣଙ୍କ ପାଇଁ ଉତ୍ତମ, ଅନେକ ରୋଗରୁ ମିଳିବ ମୁକ୍ତି

ଭଗବାନ ଶିବଙ୍କ ସ୍ୱରୂପ ହେଉଛି ରୁଦ୍ରାକ୍ଷ। ମନୁଷ୍ୟକୁ ନିଜ ପାପରୁ ନିବୃତ୍ତ କରିବା ପାଇଁ ଭଗବାନ ଶଙ୍କର ଏହି ଦିବ୍ୟ ରୁଦ୍ରାକ୍ଷ ମାଳିର ବରଦାନ ଦେଇଛନ୍ତି। ଉଲ୍ଲେଖ ରହିଛି ରୁଦ୍ରାକ୍ଷ ଧାରଣ କରିବା ସହ ବ୍ୟକ୍ତିଙ୍କୁ ମହାଦେବଙ୍କୁ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ସେହିଭଳି ରାଶି ଅନୁଯାୟୀ ରୁଦ୍ରାକ୍ଷ ପରିଧାନ କରିବା ଦ୍ୱାରା ଅନେକ ଲାଭ ମିଳିଥାଏ। ରୁଦ୍ରାକ୍ଷ ଅନେକ ମୁଖ ବିଶିଷ୍ଟ ହୋଇଥାଏ। ତେବେ ଜାଣନ୍ତୁ ଆପଣ ନିଜ ରାଶି ଅନୁସାରେ କେଉଁ ରୁଦ୍ରାକ୍ଷ ପିନ୍ଧିବା ଉଚିତ।

ମେଷ: ଏହି ରାଶିର ବ୍ୟକ୍ତିମାନେ ତିନି ମୁଖୀ ରୁଦ୍ରାକ୍ଷ ଧାରଣ କରିବା ଆବଶ୍ୟକ। ଏହାର ସମ୍ବନ୍ଧ ଅଗ୍ନି ଦେବତାଙ୍କ ସହ ରହିଛି। ଏହି ରାଶିର ବ୍ୟକ୍ତିମାନେ ତିନିମୁଖୀ ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ପୂର୍ବ ଜନ୍ମ ଏବଂ ବର୍ତ୍ତମାନ ଜନ୍ମରୁ ସମସ୍ତ ପାପ କର୍ମରୁ ମୁକ୍ତି ମିଳିଥାଏ।ଏଥିସହ ଭୁଲ୍‌ ବିଚାର, ଅପରାଧ ଚିନ୍ତାଧାରା, ନିଚ ଭାବନା ଆଦି କମ ହେବା ସହ ବ୍ୟକ୍ତିତ୍ୱର ବିକାଶ ହୋଇଥାଏ।

ବୃଷ: ଏହି ରାଶିର ବ୍ୟକ୍ତିମାନେ ଛଅ ମୁଖୀ ରୁଦ୍ରାକ୍ଷ ପିନ୍ଧିବା ଉଚିତ। ଛଅ ମୁଖୀ ରୁଦ୍ରାକ୍ଷର ସୂଚକ ହେଉଛନ୍ତି ଭଗବାନ ଶିବଙ୍କ ପୁତ୍ର କାର୍ତ୍ତିକ। ଛଅ ମୁଖୀ ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ଇଛାଶକ୍ତି ବୃଦ୍ଧି ହେବା ସହ ଭଲପାଇବା ସଫଳ ହୋଇଥାଏ।

ମିଥୁନ: ଚର୍ତୁମୁଖୀ ଅର୍ଥାତ ଚାରି ମୁଖୀ ରୁଦ୍ରାକ୍ଷ ଧାରଣ କରିବା ଉଚିତ। ରାରିମୁଖୀ ରୁଦ୍ରାକ୍ଷକୁ ଭଗବାନ ବ୍ରହ୍ମାଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଛି। ଚର୍ତୁମୁଖୀ ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ମନୁଷ୍ୟକୁ ଗୁଣବନ୍ତ ଆଖି ପ୍ରାପ୍ତ ହୋଇଥାଏ। ଏଥିସହ ମନୁଷ୍ୟ ତେଜସ୍ୱୀ ହୋଇଥାଏ ଏବଂ ମାନସିକ ସନ୍ତୁଳନ ଭଲ ରହିଥାଏ।

କର୍କଟ: ଦୁଇ ମୁଖୀ ରୁଦ୍ରାକ୍ଷ ଧାରଣ କରିବା ଉଚିତ। ଦୁଇ ମୁଖୀ ରୁଦ୍ରାକ୍ଷରେ ଶିବ ଏବଂ ଶକ୍ତି ୁଭୟଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଉତ୍ତମ ପାରିବାରିକ ଜୀବନ, ସମସ୍ତଙ୍କ ସହ ସୁସମ୍ପର୍କ ଏବଂ ବିବାହ ସିଦ୍ଧି ପାଇଁ ଏହି ରୁଦ୍ରାକ୍ଷ ଧାରଣ କରାଯାଇଥାଏ।

ସିଂହ: ବାର ମୁଖୀ ରୁଦ୍ରାକ୍ଷ ଧାରଣ କରିବା ଉଚିତ। ବାରମୁଖୀ ରୁଦ୍ରାକ୍ଷକୁ ଭଗବାନ ସୂର୍ଯ୍ୟଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଛି। ଏହାକୁ ଧାରଣ କରିବା ଦ୍ୱାରା ସମସ୍ତ ପ୍ରକାର ଭୟରୁ ମୁକ୍ତି ମିଳିଥାଏ।

କନ୍ୟା: ଏକ ମୁଖୀ ରୁଦ୍ରାକ୍ଷ ଧାରଣ କରିବା ଉଚିତ। ଏକମୁଖୀ ରୁଦ୍ରାକ୍ଷ ସବୁଠାରୁ ଶୁଭ ହୋଇଥାଏ। ଏହି ରୁଦ୍ରାକ୍ଷ ଉପରେ ସ୍ୱଂୟ ଭଗବାନ ଶିବଙ୍କର ଆଶୀର୍ବାଦ ରହିଛି। ଏହି ରୁଦ୍ରାକ୍ଷ ଧାରଣ କରିଥିବା ବ୍ୟକ୍ତି ଏକାଗ୍ରତା, ମନରେ ଶାନ୍ତି ପ୍ରଦାନ କରିଥାଏ ଏବଂ ସମସ୍ତ ଇଛାଶକ୍ତି ପୂରଣ କରିଥାଏ।

ତୁଳା: ଆଠ ମୁଖୀ ରୁଦ୍ରାକ୍ଷ ଧାରଣ କରିବା ଶୁଭ ହୋଇଥାଏ। ଆଠମୁଖୀ ରୁଦ୍ରାକ୍ଷରେ ଭଗବାନ ଗଣେଶଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଛି। ଏହି ରୁଦ୍ରାକ୍ଷ ପିନ୍ଧିବା ଦ୍ୱାରା ବ୍ୟକ୍ତି ଯଶ, କଳାରେ ନିପୁଣତା ଏବଂ ସମୃଦ୍ଧି ପ୍ରାପ୍ତ ହୋଇଥାନ୍ତି।

ବିଛା: ପାଞ୍ଚ ମୁଖୀ ରୁଦ୍ରାକ୍ଷ ପିନ୍ଧିବା ଉଚିତ। ଉଲ୍ଲେଖ ରହିଛି ତିନଟି ବଡ ପଞ୍ଚମୁଖୀ ରୁଦ୍ରାକ୍ଷ ପିନ୍ଧିବା ଦ୍ୱାରା ଅକାଳ ମୃତ୍ୟୁ ମଧ୍ୟ ଟଳିଯାଇଥାଏ। ଏହାବ୍ୟତୀତ ମନ-ପ୍ରାଣ ଶୁଦ୍ଧ ହୋଇଥାଏ।

ଧନୁ: ନଅମୁଖୀ ରୁଦ୍ରାକ୍ଷ ପିନ୍ଧିବା ଉଚିତ। ନଅ ମୁଖୀ ରୁଦ୍ରାକ୍ଷରେ ଦେବୀ ଦୁର୍ଗାଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଏହି ରୁଦ୍ରାକ୍ଷ ଧାରଣ କରିଥିବା ବ୍ୟକ୍ତି ନିର୍ଭୟ ଏବଂ ଚିନ୍ତା ମୁକ୍ତ ହୋଇଥାନ୍ତି।

ମକର: ଦଶ ମୁଖୀ ରୁଦ୍ରାକ୍ଷ ପିନ୍ଧିବା ଉଚିତ। ଏହି ରୁଦ୍ରାକ୍ଷକୁ ଭଗବାନ ବିଷ୍ଣୁଙ୍କ ବରଦାନ ପ୍ରାପ୍ତ ହୋଇଛି। ଏହି ରୁଦ୍ରାକ୍ଷ ଭୂତ, ଗୁଣିଗାରେଡି, କ୍ରୋଧ ଏବଂ ଶଙ୍କଟ ଆଦିରୁ ରକ୍ଷା କରିଥାଏ।

କୁମ୍ଭ: ସାତ ମୁଖୀ ରୁଦ୍ରାକ୍ଷ ପିନ୍ଧିବା ଉଚିତ। ଏହି ରୁଦ୍ରାକ୍ଷକୁ ସପ୍ତମାତଅକାୟଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଏହି ରୁଦ୍ରାକ୍ଷ ଧାରଣ କରିଥିବା ବ୍ୟକ୍ତିଙ୍କ ଜୀବନରେ ପ୍ରଗତି, କିର୍ତ୍ତି ଏବଂ ଧନର ବର୍ଷା ହୋଇଥାଏ।

ମୀନ: ଏଗାର ମୁଖୀ ରୁଦ୍ରାକ୍ଷ ଧାରଣ କରିବା ଉଚିତ। ଏହି ରୁଦ୍ରାକ୍ଷରେ ବଜରଙ୍ଗବଲୀଙ୍କ କୃପା ପ୍ରାପ୍ତ ହୋଇଥାଏ। ଏହି ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ତୀବ୍ର ବୁଦ୍ଦି, ଆତ୍ମବିଶ୍ୱାସ, ଶାରୀରିକ ବଳ ଆଦି ପ୍ରାପ୍ତ ହୋଇଥାଏ।

KNews Bureau

Recent Posts

ଜିଓର ୯୦ ଦିନିଆ ରିଚାର୍ଜ ପ୍ଲାନ, ୟୁଜର୍ସଙ୍କୁ ମିଳିବ ୨୦୦ GB ଡାଟା

ରିଲାଏନ୍ସ ଜିଓ ହେଉଛି ଦେଶର ସବୁଠାରୁ ବଡ ଟେଲିକମ୍ କମ୍ପାନୀ । ଟେଲିକମ୍ ସେକ୍ଟରରେ ଜିଓର ଅଧିକ ୟୁଜର ଅଛନ୍ତି…

9 mins ago

ଏଥର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରିବେ ବଜେଟ ଉପସ୍ଥାପନ

ଭୁବନେଶ୍ୱର :   ଆଜି ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟରେ ଏହି ସମୀକ୍ଷା ବୈଠକ ହେବ । ଆସନ୍ତା 100 ଦିନ ଭିତରେ…

17 mins ago

ଜାଣନ୍ତୁ, ଭୁବନେଶ୍ୱରରେ ଆଜିର ପେଟ୍ରୋଲ ଦର

ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ ।…

1 hour ago

ଜାଣନ୍ତୁ କେତେ ରହିଛି ଆଜି ସୁନା ଦର

କେନ୍ୟୁଜ (ବ୍ୟୁରୋ) : ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ୍ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା…

1 hour ago

ବିଦ୍ୟୁତ ଆଘାତରେ ଦନ୍ତା ମୃତ, ଖାଦ୍ୟ ଅନ୍ବେଷଣରେ ଗାଁକୁ ପଶି ଆସିଥିଲା

ସମ୍ବଲପୁର : ବିଦ୍ୟୁତ ଆଘାତରେ ଦନ୍ତା ମୃତ। ସମ୍ବଲପୁର ସଦର ରେଞ୍ଜ ଫରେଷ୍ଟ ଡିଭଜନ ଯୁଯୁମୁରା ରେଞ୍ଜ ବସିଆପଡା ଗାଁରେ…

2 hours ago

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ, ଦୁଇ ଗୁରୁତର

ନୂଆପଡ଼ା(କେନ୍ୟୁଜ): ଭୟଙ୍କର ସଡ଼କ ଦୁର୍ଘଟଣାରେ ଗଲା ୪ ଜୀବନ । ଦୁଇ ଜଣ ଗୁରୁତର ହୋଇ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି…

2 hours ago