ସ୍ପେଶାଲ

କେଉଁମାନେ କରିବା କଥା ମଙ୍ଗଳବାର ବ୍ରତ, ଜାଣନ୍ତୁ ବ୍ରତ ସମ୍ପର୍କରେ ୯ ଜରୁରୀ କଥା

ମଙ୍ଗଳବାରର ଗ୍ରହ ହେଉଛନ୍ତି ମଙ୍ଗଳ ଗ୍ରହ । ମଙ୍ଗଳବାର ପ୍ରକୃତି ଉଗ୍ର ଅଟେ । ଭଗବାନ ହନୁମାନ ଓ ମଙ୍ଗଳଦେବଙ୍କ ହେଉଛି ଏହି ଦିନ । ମାନ, ସମ୍ମାନ, ପଦ ପ୍ରତିଷ୍ଠା, ଭଲ ସ୍ୱାସ୍ଥ୍ୟ ଓ ତେଜସ୍ୱୀତା ପାଇବାକୁ ହେଲେ ରବିବାର ଦିନ ଉପବାସ କରିବା ଉଚିତ୍‌ । ଯଦି କଣ୍ଡଳୀରେ ସୂର୍ଯ୍ୟଙ୍କ ସ୍ଥିତି ନିମ୍ନଲଖିତ ଅନୁସାରେ ରହିଥାଏ ତେବେ ମଙ୍ଗଳବାର ବ୍ରତ କରିବା ଉଚିତ୍‌ । ଆସନ୍ତୁ ଜାଣିବା କେଉଁମାନଙ୍କୁ ମଙ୍ଗଳବାର ବ୍ରତ ରଖିବା ଦରକାର ।

photo credit: hindi.webdunia.com

୧. ଜ୍ୟୋତିଷଙ୍କ ଅନୁଯାୟୀ ମେଷ ଓ ବିଛା ରାଶିର ସ୍ୱାମୀ ମଙ୍ଗଳ ଗ୍ରହ ଅଟନ୍ତି । ତେଣୁ ଏହି ରାଶି ଲୋକଙ୍କୁ ମଙ୍ଗଳବାର ବ୍ରତ ରଖିବା ଦରକାର ।

୨. କୁଣ୍ଡଳୀ ଅନୁସାରେ ଲଗ୍ନ, ୨ୟ, ୪ର୍ଥ, ୮ମ ଓ ୧୨ଶ ଭାବରେ ମଙ୍ଗଳ ଥିଲେ ଏହାକୁ ମାଙ୍ଗଳିକ କୁଣ୍ଡଳୀ ବୋଲି ଧରାଯାଏ । ଏହି ସ୍ଥିତିରେ ମଙ୍ଗଳବାର ବ୍ରତ କରିବା ଉଚିତ୍‌ ।

୩. ମଙ୍ଗଳ ମକର ରାଶିରେ ଉଚ୍ଚ ଓ କର୍କଟ ରାଶିରେ ନୀଚ୍ଚ ବୋଲି ଧରାଯାଏ । ଯଦି ନୀଚ୍ଚ ମଙ୍ଗଳ କୁଣ୍ଡଳୀରେ ଥାଏ ତେବେ ମଙ୍ଗଳବାର ବ୍ରତ କରିବା ଉଚିତ୍‌ ।

୪. ଯଦି ଆପଣଙ୍କ ରକ୍ତ ଖରାପ କିମ୍ବା କମ୍‌ ହୋଇଯାଉଥାଏ ତେବେ ଆପଣ ମଙ୍ଗଳ ଖରାପ ବୋଲି ଧରିବାକୁ ହେବ । ତେଣୁ ଆପଣଙ୍କୁ ମଙ୍ଗଳଙ୍କ ଉପାୟ ଓ ବ୍ରତ କରିବା ଉଚିତ୍‌ ।

୫. ସନ୍ତାନ ଉତ୍ପତ୍ତିରେ ବାଧା ଦେଖାଦେଲେ କିମ୍ବା ମଙ୍ଗଳ ୫ମରେ ଥିଲେ ଓ ସନ୍ତାନଙ୍କୁ ଖୁସି ଦେଉ ନଥିଲେ । ପିଲା ଜନ୍ମ ପରେ ମରିଯାଉଥିଲେ ମଙ୍ଗଳଙ୍କ ଉପାୟ କରିବା ସହ ମଙ୍ଗଳବାର ବ୍ରତ କରିବା ଉଚିତ୍‌ ।

୬. ମଙ୍ଗଳ ବହୁତ ଅଶୁଭ ରହିଥିଲେ ବଡ଼ ଭାଇ ରହି ନଥାନ୍ତି କିମ୍ବା ଥିଲେ ସମ୍ପର୍କ ଭଲ ରହିନଥାଏ । ଶରୀରର ଜଏଣ୍ଟ ସ୍ଥାନରେ ଅସୁବିଧା ହୋଇଥାଏ । ରକ୍ତ କମ ଓ ଅଶୁଦ୍ଧି ହୋଇଥାଏ । ଏହି ବ୍ୟକ୍ତିଙ୍କୁ ମଙ୍ଗଳଙ୍କ ଉପାୟ ମଙ୍ଗଳବାର ବ୍ରତ କରିବା ଉଚିତ୍‌ ।

୭. ୪ର୍ଥ ଓ ୮ମ ଭାବ ମଙ୍ଗଳଙ୍କୁ ଅଶୁଭ ବୋଲି ମନାଯାଏ । କୌଣସି ଭାବରେ ମଙ୍ଗଳ ଯଦି ଏକା ଥାଏ ତେବେ ଏହା ବନ୍ଦ ପିଞ୍ଜରାରେ ସିଂହ ଥିବା ଭଳି ଅବସ୍ଥାରେ ରହିଥାଏ । ସୂର୍ଯ୍ୟ ଓ ଶନି ମିଶି କରି ମଙ୍ଗଳକୁ ଦୋଷ କରିଥାଏ । ମଙ୍ଗଳ ସହ କେତୁ ଅଶୁଭ ହୋଇଥାଏ । ମଙ୍ଗଳ ସହ ବୁଧ ମଧ୍ୟ ଥିଲେ ଭଲ ଫଳ ମିଳି ନଥାଏ । ମଙ୍ଗଳ ସହ ଶୁକ୍ର ଥିଲେ ମଧ୍ୟ ଭଲ ଫଳ ମିଳି ନଥାଏ । ଏମିତି ସ୍ଥିତି ଥିଲେ ମଙ୍ଗଳଙ୍କ ଉପାୟ ସ ହ ବ୍ରତ ରଖିବା ଉଚିତ୍‌ ।

୮. ଯଦି ଆପଣ ସେନା ଓ ପୁଲିସରେ ଉଚ୍ଚ ପଦବୀରେ ଯିବାକୁ ଚାହାଁନ୍ତି କିମ୍ବା ଖେଳାଳୀ ହେବାକୁ ଚାହାଁନ୍ତି କିମ୍ବା ରାଜନୀତିରେ ସଫଳ ହେବାକୁ ଚାହାଁନ୍ତି । ତେବେ ନିରନ୍ତର ହନୁମାନଜୀଙ୍କ ଶରଣରେ ରହି ମଙ୍ଗଳବାର ବ୍ରତ କରିବା ଉଚିତ୍‌ ।

୯. ଯଦି ଶନି ସାଢ଼େ ସାତି , କିମ୍ବା କୌଣସି ଶନି ପୀଡ଼ା ଥାଏ କିମ୍ବା ଜୀବନରେ ମୃତ୍ୟୁ ତୁଲ୍ୟ ପୀଡ଼ା ଥିଲେ ନିରନ୍ତର ହନୁମାନଜୀଙ୍କ ଶରଣରେ ରହି ମଙ୍ଗଳବାର ବ୍ରତ କରିବା ଉଚିତ୍‌ ।

Niharanjan

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago