ଶବ ପାଣିରେ ଭାସେ କାହିଁକି କଣ ଏହି ପ୍ରଶ୍ନ ଆପଣଙ୍କ ମନରେ ବି କେବେ ଆସିଛି କି? ଜାଣନ୍ତୁ ଏହାର ଉତ୍ତର

ଶବ ପାଣିରେ ଭାସେ କାହିଁକି? କଣ ଏହି ପ୍ରଶ୍ନ ଆପଣଙ୍କ ମନରେ ବି କେବେ ଆସିଛି କି? ଆପଣ ଦେଖିଥିବେ ଜୀବିତ ଲୋକ ଯଦି ପାଣି ଭିତରକୁ ଚାଲିଯାଆନ୍ତି ତାହେଲେ ସେ ବୁଡି ଯାଆନ୍ତି କିନ୍ତୁ ଶବ ପାଣିରେ ଭାଷିଥାଏ। ଏପରି କାହିଁକି ହୋଇଥାଏ? କଣ ଏହାର କାରଣ? ଏସବୁ ପ୍ରଶ୍ନର ଉତ୍ତର ଆଜି ମୁଁ ଆପଣଙ୍କୁ ଜଣାଇବି। କିନ୍ତୁ ଏଥିପାଇଁ ଆପଣଙ୍କୁ ଭିଡିଓକୁ ଆରମ୍ଭରୁ ଶେଷ ଯାଏଁ ଦେଖିବାକୁ ହେବ।

ଆପଣ ମାନେ କେବେ ନା କେବେ ପାଣିରେ ପହଁରିଥିବେ ନିଶ୍ଚୟ ସେହି ସମୟରେ ଆପଣ ମାନେ ଭାସନ୍ତି ନାହିଁ । ହେଲେ ଜଣେ ବ୍ୟକ୍ତି ମୃତ ଅବସ୍ଥାରେ କାହିଁକି ପାଣିରେ ଭାସିବାକୁ ଲାଗେ ? ଏହାର କାରଣ ହେଉଛି ବସ୍ତୁର ଘନତ୍ୱ। ସାଧାରଣତଃ କୌଣସି ବସ୍ତୁ ପାଣିରେ ଭାସିବା ଏହାର ଘନତ୍ୱ ଉପରେ ନିର୍ଭର କରେ । ଯେଉଁ ବସ୍ତୁର ଘନତ୍ୱ ଅଧିକ ହୋଇଥାଏ ତାହା ବୁଡ଼ିଯାଏ । କୌଣସି ମଣିଷ ଜୀବିତ ଅବସ୍ଥାରେ ବୁଡ଼ିବା ସମୟରେ ତାର ଶରୀରର ଘନତ୍ୱ ଅଧିକ ରହିଥାଏ । ଆଉ ଏହି ସମୟରେ ଫୁସଫସ୍ ରେ ଅଧିକ ମାତ୍ରାରେ ପାଣି ପଶିଯାଏ । ଯାହା ଫଳରେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଏ ।

waterଏଠାରେ ପ୍ରଶ୍ନ ଉଠୁଛି ଯେ, ମଣିଷର ମୃତ୍ୟୁ ପରେ ତାର ଶରୀର ଭାସିବାକୁ ଲାଗେ କାହିଁକି? ଯେତେବେଳେ ଫୁସଫୁସ୍ ରେ ପାଣି ଭରିଯାଏ ସେହି ସମୟରେ ମଣିଷ ମରିଯାଏ । ଆଉ ଶରୀରଟି ପାଣିର ଏକଦମ୍ ଉପରକୁ ଆସି ଭାସିବାକୁ ଲାଗେ । ବୈଜ୍ଞାନିକ ଆର୍କିମିଡିଜ୍‌ ଙ୍କ କହିବା ଅନୁସାରେ, ଗୋଟିଏ ବସ୍ତୁ ପାଣିରେ ସେତେବେଳେ ବୁଡ଼ିଯାଏ ଯେତେବେଳେ ନିଜର ଭାର ତୁଳନାରେ ପାଣିକୁ ହଟାଇପାରେ ନାହିଁ । ଆଉ ଯଦି ଭାର କମ୍ ହୋଇଥାଏ ତାହା ଭାସିବାକୁ ଲାଗେ ।

ଯେତେବେଳେ କୌଣସି ମଣିଷ ମରିଯାଏ ସେତେବେଳେ ତାର ଶରୀର ଭିତରେ ଗ୍ୟାସ ବାହାରିବା ଆରମ୍ଭ ହୁଏ । ଯାହାଦ୍ୱାରା ଶରୀର ଫୁଲିବାକୁ ଲାଗେ । ଆଉ ଫୁଲିବା ଫଳରେ ଶରୀରର ଆୟତନ ବି ବଢ଼ିବାକୁ ଲାଗେ । ଯାହା ଫଳରେ ଶରୀରର ଘନତ୍ୱ କମିଯାଏ । ଆଉ ମୃତ ଶରୀରଟି ପାଣିରେ ଭାସିବାକୁ ଲାଗେ ।

deadbodyଏହାବ୍ୟତୀତ ଯେତେବେଳେ ବ୍ୟକ୍ତି ମରିଯାଏ, ଶରୀରର ପ୍ରତିରକ୍ଷା ପ୍ରଣାଳୀ କାମ କରିବା ବନ୍ଦ କରିଦିଏ । ଶରୀର ଡିଙ୍କମ୍ପୋଜ୍ ହେବାକୁ ଲାଗେ । ମୃତ ଶରୀରରେ ଥିବା ବ୍ୟାକ୍ଟେରିୟା ଏହାର କୋଷିକା ଏବଂ ଟିସୁକୁ ନଷ୍ଟ କରିବା ଆରମ୍ଭ କରିଦିଏ। ବ୍ୟାକ୍ଟେରିୟା କାରଣରୁ ଶରୀର ଭିତରେ ଥିବା ବିଭିନ୍ନ ଗ୍ୟାସ ଯଥା ମିଥେନ, ଆମୋନିଆ, କାର୍ବନ ଡାଇଅକ୍ସାଇଡ୍, ହାଇଡ୍ରୋଜେନ ଇତ୍ୟାଦି ବାହାରିବା ଆରମ୍ଭ ହୁଏ । ତା’ପରେ ଏହା ପାଣିରେ ଭାଷିବାକୁ ଆରମ୍ଭ କରେ ।

ସାଧାରଣତଃ ଆମେ ପାଣିରେ ବହୁତ ସାରା ଜିନିଷକୁ ପାଣିରେ ଭାଷୁଥିବା ଦେଖିଥାନ୍ତି। ଯେମିତିକି କାଠ, କାଗଜ,ପତ୍ର ଏବଂ ଏମିତିକି ବରଫ ବି ପାଣିରେ ଭାଷିବାକୁ ଲାଗେ। ଏହା ଏଥିପାଇଁ ହୋଇଥାଏ କାରଣ ସାମାନ୍ୟ ନିୟମ ହେଉଛି ଯେ ଭାରି ଜିନିଷ ପାଣିରେ ବୁଡିଯାଏ କିନ୍ତୁ ହାଲକା ଜିନିଷ ପାଣିରେ ଭାଷିଥାଏ।