ଜାଣନ୍ତୁ କାହିଁକି ପାଳନ କରାଯାଏ ମହାଶିବରାତ୍ରୀ, କଣ ରହିଛି ଏହାର ମହତ୍ତ୍ୱ

ପ୍ରତ୍ୟେକ ମାସରେ ଚର୍ତୁଦଶୀ ତିଥିରେ ଶିବରାତ୍ରୀ ପଡିଥାଏ କିନ୍ତୁ ଫାଲଗୁନ କୃଷ୍ଣପକ୍ଷକ୍ଷର ଚର୍ତୁଦଶୀକୁ ମହାରାତ୍ରୀ କୁହାଯାଇଥାଏ। ମହାଶିବରାତ୍ରୀ ଦିନ ଶିବଙ୍କ ଭକ୍ତ ଗଙ୍ଗାଜଳରେ ଭଗବାନ ଶିବଙ୍କର ଅଭିଷେକ କରିଥାନ୍ତି। ଏହିଦିନ ବ୍ରତ ରଖିବା ମହିଳାମାନଙ୍କ ପାଇଁ ଏକ ଖାସ୍ ମହତ୍ତ୍ୱ ରଖିଥାଏ। ମାନ୍ୟତା ରହିଛି ଯଦି ଅବିବାହିତ ଝିଅ ବିଧି ପୂର୍ବକ ଏହି ବ୍ରତ ରଖିଥାନ୍ତି ତେବେ ତାଙ୍କ ବିବାହ ଖୁବ୍ ଶୀଘ୍ର ହୋଇଯାଇଥାଏ। ସେହିଭଳି ବିବାହିତ ମହିଳାମାନେ ନିଜର ବୈବାହିକ ଜୀବନ ସୁଖମୟ ପାଇଁ ଏହି ବ୍ରତ ପାଳନ କରିଥାନ୍ତି। ଚଳିତ ବର୍ଷ ମହାଶିବରାତ୍ରୀ ଆସନ୍ତା ୨୧ ଫେବୃଆରୀ, ଶୁକ୍ରବାର ଦିନ ପାଳନ କରାଯିବ।
ମହାଶିବରାତ୍ରୀର ମହତ୍ତ୍ୱ:
ଇର୍ଶାନ ସଂହିତା ଅନୁଯାୟୀ ମହାଶିବରାତ୍ରୀ ଦିନ ଜ୍ୟୋର୍ତିଲିଙ୍ଗ ରୂପରେ ଶିବ ପ୍ରକଟ ହୋଇଥିଲେ। ଏହିକାରଣରୁ ଏହି ଦିନକୁ ମହାଶିବରାତ୍ରୀ ପର୍ବ ରୂପେ ପାଳନ କରାଯାଏ। ଉଲ୍ଲେଖ ରହିଛି ମହାଶିବରାତ୍ରୀ ବ୍ରତ ଦ୍ୱାରା ଜୀବନରୁ ପାପ ନାଶ ହୋଇଥାଏ। ଏହିକାରଣରୁ ବ୍ରତ ମାନଙ୍କ ମଧ୍ୟରେ ଏହି ବ୍ରତକୁ ରାଜା କୁହାଯାଇଛି।
ମହାଶିବରାତ୍ରୀରେ କଣ କରିବା ଉଚିତ:
ମହାଶିବରାତ୍ରୀ ଭଗବାନ ଶଙ୍କରଙ୍କର ସବୁଠାରୁ ଖାସ୍ ଦିନ। ଏହିକାରଣରୁ ଏହି ଦିନରେ ଭଗବାନ ଶଙ୍କରଙ୍କର ବିଧି ପୂର୍ବକ ପୂଜା କରିବା ଉଚିତ। ଭଗବାନ ଶଙ୍କରଙ୍କ ପୂଜା ପାଇଁ କୌଣସି ଶୁଦ୍ଧ ପାତ୍ରରେ ଜଳ ନେଇ ସେଥିରେ ଗାଈ କ୍ଷୀର, ବେଲପତ୍ର, କେଶର, ଅକ୍ଷତ ଆଦି ପକାଇ ଶିବଲିଙ୍ଗରେ ଅର୍ପଣ କରନ୍ତୁ। ଏହାବ୍ୟତୀତ ଏହିଦିନ ଭଗବାନ ଶଙ୍କରଙ୍କୁ କ୍ଷୀର କିମ୍ବା ଗଙ୍ଗାଜଳରେ ଅଭିଷେକ କରିବା ଅତ୍ୟନ୍ତ ଶୁଭ ହୋଇଥାଏ।
ଶିବ ପୂଜା ସମୟରେ ଏହିସବୁ କଥା ଉପରେ ଧ୍ୟାନ ରଖନ୍ତୁ :
ମହାଶିବରାତ୍ରୀ ଦିନ ବିଶେଷ ସାବଧାନତାର ସହ ଶିବଙ୍କ ପୂଜା କରିବା ଉଚିତ। ଶିବ ପୂଜା ସମୟରେ ଶିବଲିଙ୍ଗ ଉପରେ ଭସ୍ମ ଅର୍ପଣ କରିବା ଶୁଭ ହୋଇଥାଏ। ଏତିସହ ଶିବଙ୍କର ବେଲପତ୍ର ପ୍ରିୟ ହୋଇଥିବାରୁ ନିଶ୍ଚୟ ବେଲପତ୍ର ଅର୍ପଣ କରନ୍ତୁ।