ସ୍ପେଶାଲ

କାହିଁକି ମୋଦକକୁ ବେଶି ଭଲପାଆନ୍ତି ଗଣପତି, ଜାଣନ୍ତୁ ?

ହିନ୍ଦୁ କ୍ଯାଲେଣ୍ଡର ହିସାବରେ ଏବେ ଚାଲିଛି ଭାଦ୍ରବ ମାସ। ଏହି ମାସ ଆସିଲେ ଲୋକେ ଗଣେଶ ଉତ୍ସବକୁ ଚାହିଁ ରହିଥାନ୍ତି। ଏହି ଉତ୍ସବ ଭାଦ୍ରବ ମାସର ଶୁକ୍ଳ ପକ୍ଷର ଚତୁର୍ଥୀ ତିଥିରୁ ଆରମ୍ଭ ହୋଇ ଅନନ୍ତ ଚତୁର୍ଦଶୀ ପର୍ଯ୍ଯନ୍ତ ଚାଲିଥାଏ। ଏହି ସମୟରେ ଭଗବାନ ଗଣେଶଙ୍କ ମୂର୍ତ୍ତିକୁ ଧୁମଧାମରେ ଘରକୁ ଆଣେ ଭକ୍ତ। ଶ୍ରୀଗଣେଶଙ୍କ ସ୍ଥାପନା କରିବା ପରେ ପେଡା, ମିଠା ଏବଂ ପ୍ରଭୁଙ୍କ ମନ ପସନ୍ଦର ଭୋଗ ଅର୍ପଣ କରନ୍ତି।

ଚଳିତବର୍ଷ ଗଣେଶ ପୂଜା ୧୦ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୧୯ ସେପ୍ଟେମ୍ବର ପର୍ଯ୍ଯନ୍ତ ଚାଲିବ। ସର୍ବଦା ଲୋକେ ଗଣପତି ବାପ୍ପାଙ୍କୁ ୫, ୭ କିମ୍ବା ୯ ଦିନ ପାଇଁ ଘରେ ସ୍ଥାପନା କରି ପୂଜା କରନ୍ତି। ଆଉ ଏହି ଉତ୍ସବ ମହାରାଷ୍ଟ୍ରରେ ବହୁତ ଧୁମଧାମରେ ପାଳନ କରାଯାଏ। ସେଠାରେ ଲୋକେ ଗଣପତିଙ୍କୁ ମୋଦକ ଭୋଗ ଲଗାଇଥାନ୍ତି। ଏହା ନଡିଆ ଏବଂ ଘିଅରେ ପ୍ରସ୍ତୁତ କରାଯାଏ। କୁହାଯାଏ କି, ପ୍ରଭୁ ଶ୍ରୀଗଣେଶଙ୍କ ମୋଦକ ଅତ୍ଯନ୍ତ ପ୍ରିୟ। କିନ୍ତୁ ଏହହା ପଛରେ କ’ଣ ମାନ୍ଯତା ରହିଛି, ତାହା ହୁଏତ ଅନେକ ଜାଣିନାହାନ୍ତି।

ଶ୍ରୀଗଣେଶଙ୍କୁ ମୋଦକ ପ୍ରିୟ ନେଇ ଅନେକ ପ୍ରକାର କଥା ପ୍ରଚଳିତ ରହିଛି। ପ୍ରଥମ କଥାନୁସାରେ,  ଥରେ ଭଗବାନ ଶିବ ଶୟନ କରୁଥିବା ବେଳେ ପ୍ରଭୁ ଶ୍ରୀଗଣେଶ ଦ୍ବାର ମୁଖରେ ପହରା ଦେଇଥିଲେ। ପର୍ଶୁରାମ ଯେତେବେଳେ ସେଠାରେ ପହଞ୍ଚିଥିଲେ ଗଣେଶ ତାଙ୍କୁ ଅଟକାଇଥିଲେ। ଏହି କଥାରେ ପର୍ଶୁରାମ କ୍ରୋଧିତ ହୋଇ ଗଣେଶଙ୍କ ସହିତ ଯୁଦ୍ଧ କରିବାକୁ ଲାଗିଲେ, ଯେତେବେଳେ ପର୍ଶୁରାମ ପରାଜିତ ହେବାକୁ ଆରମ୍ଭ କଲେ ସେତେବେଳେ ଶିବ ପ୍ରଦାନ କରିଥିବା ପର୍ଶୁରେ ତାଙ୍କ ଉପରେ ପ୍ରହାର କଲେ। ଏଥିରେ ଗଣେଶଙ୍କ ଗୋଟେ ଦାନ୍ତ ଭାଙ୍ଗିଗଲା। ଗଣେଶ ଯନ୍ତ୍ରଣାରେ ଝଟପଟ ହେଲେ କିଛି ଖାଇପାରିଲେ ନାହିଁ। ତେଣୁ ତାଙ୍କ ପାଇଁ ମୋଦକ ତିଆରି ହେଲା ଆଉ ସେ ଅତି ଆନନ୍ଦର ସହିତ ଖାଇଥିଲେ। ଏହା ଖାଇବା ପରେ ଗଣେଶ ବହୁତ ପ୍ରସନ୍ନ ହୋଇଥିଲେ। ତେଣୁ ସେବେଠାରୁ ଗଣେଶଙ୍କୁ ମୋଦକ ଭୋଗ ଲଗାଯାଉଛି।

ଦ୍ବିତୀୟରେ ଗଣେଶ ଏବଂ ମାତା ଅନୁସୂୟାଙ୍କ ମଧ୍ୟରେ ଆଉ ଏକ କଥା ପ୍ରଚଳିତ ରହିଛି। କୁହାଯାଏ କି, ପ୍ରଭୁ ଶ୍ରୀଗଣେଶ ଏକଦା ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ସହିତ ଅନୁସୂୟାଙ୍କ ଘରକୁ ଯାଇଥିଲେ। ସେହି ସମୟରେ ଏହି ତିନି ଜଣକୁ ବହୁତ ଭୋକ ଲାଗିଥିଲା। ମାତା ଅନୁସୂୟା ଭାବିଥିଲେ, ପ୍ରଥମେ ଗଣେଶକୁ ଖାଇବାକୁ ଦେବା କଥା ଭାବିଥିଲେ। ଆଉ ତା’ ପରେ ଶିବ ଏବଂ ପାର୍ବତୀଙ୍କୁ ଭୋଜନ ଦେବା କଥା ଚିନ୍ତା କରିଥିଲେ।

ପ୍ରଥମେ ଗଣେଶକୁ ଖାଇବାକୁ ଦେବା ସମୟରେ ଗଣେଶଙ୍କ ଭୋକ ଶାନ୍ତ ହୋଇନଥିଲା। ତେଣୁ ମାତା ଅନୁସୂୟା ଭାବିଥଲେ କିଛି ମିଠା ଖାଇବାକୁ ଦେଲେ ହୁଏତ ଗଣେଶଙ୍କ ଭୋକ ଶାନ୍ତ ହୋଇପାରେ। ତେଣୁ ସେ ମାତା ଅନୁସୂୟା ଖଣ୍ଡେ ମିଠା ଆଣି ଖାଇବାକୁ ଦେଲେ। ଏହାକୁ ଖାଇବା ପରେ ଗଣେଶଙ୍କ ଭୋଗ ଶାନ୍ତ ହୋଇଥିଲା ଏବଂ ସେ ହାକୁଟି ମାରିଥିଲେ। ଆଉ ମାତା ଯେଉଁ ମିଠା ଗଣେଶଙ୍କୁ ଖାଇବାକୁ ଦେଇଥିଲେ, ତାହା ମୋଦକ ଥିଲା। ସେବେଠାରୁ ଗଣପତିଙ୍କ ପ୍ରିୟ ବ୍ଯଞ୍ଜନ ମୋଦକ ହୋଇ ପରମ୍ପରା ଅନୁଯାୟୀ ମୋଦକ ଭୋଗ ପ୍ରଭୁ ଶ୍ରୀଗଣେଶଙ୍କୁ ଅର୍ପଣ କରାଯାଉଛି।

Swagatika

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

9 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

28 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

36 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

52 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago