କାହିଁକି ଘରେ ପ୍ରଥମ ରୁଟି ଗାଈ ଓ ଶେଷ ରୁଟି କୁକୁର ପାଇଁ ତିଆରି ହୋଇଥାଏ? ଜାଣନ୍ତୁ କାରଣ…; ଆପଣ ବି କରନ୍ତୁ ଉପାୟ

ପ୍ରାୟତଃ ଆପଣ ଦେଖିଥିବେ ଯେ ଘରେ ରୁଟି ପ୍ରସ୍ତୁତ ବେଳେ ପ୍ରଥମ ରୁଟି ଗାଈ ଏବଂ ଶେଷ ରୁଟି କୁକୁରଙ୍କ ପାଇଁ ତିଆରି କରାଯାଇଥାଏ। ଏହି ପରମ୍ପରା ଶହ ଶହ ବର୍ଷରୁ ଚାଲି ଆସୁଛି। ଏମିତି କରିବା ପଛର କାରଣ ବିଷୟରେ ହୁଏତ ଅନେକଙ୍କୁ ଜଣା ନ ଥିବ। ତେଣୁ ଆଜି ଆମେ ଆପଣଙ୍କୁ ଜଣାଇ ଦେବାକୁ ଚାହିଁବୁ କି, ଘରେ ସର୍ବପ୍ରଥମ ରୁଟି ଗାଈ ଏବଂ ଶେଷ ରୁଟି କୁକୁରଙ୍କ ପାଇଁ କାହିଁକି ତିଆରି କରାଯାଇଥାଏ। ଆସନ୍ତୁ ଜାଣିବା…

ହିନ୍ଦୁ ଧର୍ମରେ ଗାଈକୁ ଗୋମାତା ବୋଲି କୁହାଯାଏ। ପ୍ରାଚୀନ କାଳରୁ ହିଁ ଗାଈକୁ ବହୁତ ପବିତ୍ର ବୋଲି ବିଶ୍ୱାସ କରାଯାଇ ଆସୁଛି ଏବଂ ତା’ର ପୂଜାର୍ଚ୍ଚନା କରାଯାଉଛି। ଗୋମାତାର ପୂଜା ଏବଂ ସେବା କରିବା ଦ୍ୱାରା ବହୁ ପ୍ରକାରର ପୁଣ୍ୟ ପ୍ରାପ୍ତି ହୋଇଥାଏ। ଗାଈ ଶରୀରରେ ସମସ୍ତ ଦେବଦେବୀ ବାସ କରି ଥାଆନ୍ତି। ଏମିତିରେ ଗାଈକୁ ଘରର ପ୍ରଥମ ରୁଟି ଖୁଆଇବା ଦ୍ୱାରା ସମସ୍ତ ଦେବଦେବୀଙ୍କୁ ଭୋଗ ଲାଗି ହୋଇଥାଏ।

ହିନ୍ଦୁ ଧର୍ମରେ ଖାଦ୍ୟ ଖାଇବା ପୂର୍ବରୁ ଭଗବାନଙ୍କୁ ପ୍ରଥମେ ଭୋଗ ଅର୍ପଣ କରାଯାଇଥାଏ। ସେହି ଦୃଷ୍ଟିରୁ ଗୋମାତାର ଶରୀରରେ ସର୍ବ ଦେବଦେବୀ ବାସ କରୁଥିବାରୁ ପ୍ରଥମ ରୁଟି ଗାଈ ପାଇଁ ପ୍ରସ୍ତୁତ ହୋଇଥାଏ। ଏହାଦ୍ୱାରା ଦେବୀ, ଦେବତାମାନଙ୍କର ଆଶୀର୍ବାଦ ପ୍ରାପ୍ତ ହୁଏ।

ଅଧିକାଂଶ ଲୋକଙ୍କ ଘରେ ପ୍ରାୟ ସମୟରେ କଳି, ଝଗଡ଼ା ଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ। ଦିନରାତି ପରିବାର ସଦସ୍ୟମାନଙ୍କ ମଧ୍ୟରେ କଳି, ଝଗଡ଼ା ଲାଗି ରୁହେ। ଯଦି ପରିବାରରେ ସୁଖ, ଶାନ୍ତିର ଅଭାବ ରହିଥାଏ, ତା’ ହେଲେ ଘରେ ସକାଳେ ପ୍ରସ୍ତୁତ ହୋଇଥିବା ପ୍ରଥମ ରୁଟିକୁ ଗାଈକୁ ନିଶ୍ଚୟ ଖୁଆନ୍ତୁ। ଏଥିସହ ଶେଷ ରୁଟି କୁକୁରକୁ ଖୁଆନ୍ତୁ। ଏହାଦ୍ୱାରା ଘରେ କଳହ, କ୍ଲେଶ, ଲଢ଼େଇ, ଝଗଡ଼ା ଆଦି ସମସ୍ୟା ଦୂର ହୋଇଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଜାତକରେ ଯଦି ଶନି, ରାହୁ ଓ କେତୁର ଦୋଷ ରହିଛି, ତା’ ହେଲେ ଘରେ ତିଆରି ହୋଇଥିବା ଶେଷ ରୁଟି କୁକୁରକୁ ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ସମସ୍ତ ପ୍ରକାରର ଦୋଷର ପ୍ରଭାବ କମି ଯାଇଥାଏ। ଏଥି ସହିତ ଘରେ ସକାଳେ ପ୍ରସ୍ତୁତ ହୋଇଥିବା ପ୍ରଥମ ରୁଟିକୁ ଚାରି ଖଣ୍ଡ କରିବା ଉଚିତ୍‌। ପ୍ରଥମ ଖଣ୍ଡ ଗାଈ, ଦ୍ୱିତୀୟ ଖଣ୍ଡ କୁକୁର, ତୃତୀୟ ଖଣ୍ଡ କାଉ ଏବଂ ଚତୁର୍ଥ ଖଣ୍ଡ କୌଣସି ଚାରିଛକରେ ରଖିଦେବା ଉଚିତ୍‌। ଏହାଦ୍ୱାରା ଧନଲାଭ ହୋଇଥାଏ ଏବଂ ଆର୍ଥିକ ସମସ୍ୟାରୁ ଛୁଟକାରା ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.