ସ୍ପେଶାଲ

ସମଗ୍ର ବିଶ୍ୱପାଇଁ ମୁଣ୍ଡବିନ୍ଧା ସାଜିଥିବା ଭାଇରସର ନାଁ କାହିଁକି ରଖାଯାଇଛି କରୋନା, ଜାଣନ୍ତୁ ଏହା ପଛର କାରଣ

କରୋନା ଭାଇରସକୁ ନେଇ ଏବେ ସାରା ବିଶ୍ୱବାସୀ ଚିନ୍ତିତ ଅଛନ୍ତି। ଚୀନରୁ ବ୍ୟାପୁଥିବା ଏହି ଭାଇରସ ଯୋଗୁ ବର୍ତ୍ତମାନ ସର୍ବାଧିକ ଇଟାଲୀବାସୀଙ୍କ ମୃତ୍ୟୁ ଘଟିଛି। ଏହି ଭାଇରସ ଏବେ ୧୯୧ଟି ଦେଶକୁ ବ୍ୟାପିସାରିଲାଣି।

ତେବେ ପ୍ରକୃତରେ କରୋନା ଭାଇରସର ସୃଷ୍ଟି କେମିତି ହେଲା ତାହାର ରହସ୍ୟ ଏବେ ଯାଏଁ ବି ବୈଜ୍ଞାନିକମାନେ ଉନ୍ମୋଚନ କରିପାରିନାହାନ୍ତି। ମାତ୍ର ଏହି ମାରାତ୍ମକ ଭାଇରସ ମନୁଷ୍ୟସୃଷ୍ଟ ବୋଲି କେତେକ ଦେଶ ଅଭିଯୋଗ କରୁଛନ୍ତି। ଅନ୍ୟପଟେ କରୋନାର ସୃଷ୍ଟି ବିଷୟରେ ଜଣାପଡିନଥିଲେ ମଧ୍ୟ ଏହାର ନାମକରଣକୁ ନେଇ ଏକ ତଥ୍ୟ ପ୍ରକାଶ ପାଇଛି। ଆସନ୍ତୁ ଜାଣିବା ଏହି ଭୟଙ୍କର ବିଷାଣୁର ନାଁ କାହିଁକି ରହିଛି କରୋନା…

ସୂର୍ଯ୍ୟପରାଗ ବେଳେ ଯେତେବେଳେ ପୃଥିବୀ ସୂର୍ଯ୍ୟକୁ ସମ୍ପୂର୍ଣ୍ଣଭାବେ ଘୋଡେଇ ଦିଏ ସେତେବେଳେ ସୂର୍ଯ୍ୟ ଦୃଶ୍ୟମାନ ହୁଅନ୍ତି ନାହିଁ। କିନ୍ତୁ ତାଙ୍କ କିରଣ ଚାରିଆଡେ ବିଛୁରିତ ହୋଇପଡ଼ିଥାଏ। ଯାହା ସୂର୍ଯ୍ୟମୁଖୀ ଫୁଲ ଭଳି ଦେଖାଯାଇଥାଏ। ଫୁଲର ପାଖୁଡ଼ା ସୂର୍ଯ୍ୟଙ୍କ କିରଣ ସଦୃଶ ଦେଖାଯାଏ। ଏହାକୁ ବୈଜ୍ଞାନିକ ଭାଷାରେ କରୋନା କୁହାଯାଏ। କରୋନା ଭାଇରସର ଗଠନ ମଧ୍ୟ ସୂର୍ଯ୍ୟଙ୍କ କିରଣ ଭଳି ହୋଇଥିବାରୁ ଏହାକୁ କରୋନା ଭାବେ ନାମିତ କରାଯାଇଛି।

ସୂଚନାଯୋଗ୍ୟ ଯେ ଚୀନର ବୁହାନ ସହରରୁ ଗତ ଡିସେମ୍ବର ମାସରୁ ବ୍ୟାପିବା ଆରମ୍ଭ କରିଥିବା ଏହି କରୋନା ଭାଇରସ ଏବେ ସାରା ବିଶ୍ଵକୁ ନିଜ କବ୍ଜାକୁ ନେଇସାରିଲାଣି । ବର୍ତ୍ତମାନ ଭାରତ ରେ ୪୯୯ ଜଣ କରୋନା ରେ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୯ ଛୁଇଁଛି । ସେହିପରି ଇଟାଲୀର ୬୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି କୁହାଯାଉଛି।

WCW 11

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago