Categories: ସ୍ପେଶାଲ

ଜାଣନ୍ତୁ ଏହି ଜଙ୍ଗଲର ରହସ୍ୟ, କାହିଁକି ଏଠାରେ ୯୦ ଡିଗ୍ରୀରେ ବଙ୍କେଇ ଯାଆନ୍ତି ଗଛ

ପ୍ରକୃତି ଦ୍ୱାରା ପ୍ରଦତ୍ତ ଅନେକ ଗଛଲତା, ପାହାଡ ପର୍ବତ, ନଦୀ ଝରଣା ଆଦିରେ ଲୁଚି ରହିଛି କିଛି ନା କିଛି ରହସ୍ୟ। ଆଜି ଆମେ ଏମିତି ଏକ ରହସ୍ୟ ବିଷୟରେ କହିବାକୁ ଯାଉଛୁ, ଯାହା ଆପଣଙ୍କୁ ଚକିତ କରିଦେବ। ପୋଲାଣ୍ଡରେ ରହିଛି ଏକ ଅଦ୍ଭୁତ ଜଙ୍ଗଲ। ‘କ୍ରୁକଡ୍‌ ଫରେଷ୍ଟ’ ନାଁରେ ଜଣାଶୁଣା ଥିବା ଏହି ଜଙ୍ଗଲ ଦୁନିଆର ଅନ୍ୟ ଜଙ୍ଗଲଠାରୁ ପୂରାପୂରି ଭିନ୍ନ। ଏଠାରେ ଯେଉଁ ଗଛଗୁଡ଼ିକ ରହିଛି, ସେଗୁଡ଼ିକ ଭୟାନକ ନୁହେଁ, ବରଂ ଝୁଙ୍କି ରହିଥିବା ଦେଖିବାକୁ ମିଳିବ। ଆଉ ଏହି କାରଣରୁ ଏହାକୁ ରହସ୍ୟମୟ ଜଙ୍ଗଲ ବୋଲି କୁହଯାଇଥାଏ।

ପୋଲାଣ୍ଡର ଏହି ଜଙ୍ଗଲ ନୋବେ ସଜାରନୋବେ ଗାଁ ନିକଟରେ ରହିଛି। ଜଙ୍ଗଲରେ ଥିବା ଗଛଗୁଡ଼ିକର ବିଶେଷତ୍ତ୍ୱ ହେଲା, ଏହା ସମକୋଣ ଅର୍ଥାତ୍‌ ୯୦ ଡିଗ୍ରୀ ପଯ୍ୟର୍ନ୍ତ ଝୁଙ୍କିକି ରହିଥାଏ। ଗଛଗୁଡ଼ିକ ୩ରୁ ୯ ଫୁଟ ପର୍ଯ୍ୟନ୍ତ ବଢ଼ିବା ପରେ ବଙ୍କା ହୋଇଯାଆନ୍ତି, ଯାହାକି ଦେଖିବାରେ ବେଶ୍‌ ରହସ୍ୟମୟ ଲାଗିଥାଏ। କୁହାଯାଏ କି, ଏହି ଜଙ୍ଗଲରେ ଥିବା ଗଛ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଲଗାଯାଇଥିଲା।

ବିଶ୍ୱାସ କରାଯାଏ, ୧୯୩୦ରେ ଜଙ୍ଗଲରେ ଗଛ ଲଗାଯାଇଥିଲା। ଏଠାରେ ଗଛଗୁଡ଼ିକ ନଇଁପଡ଼ୁଥିବା ଯୋଗୁ ଜଙ୍ଗଲ ନାଁ କ୍ରୁକଡ୍‌ ଫରେଷ୍ଟ୍‍ ଦିଆଯାଇଛି। ପୋଲାଣ୍ଡରେ ଏହି ଜଙ୍ଗଲ ବହୁତ ପ୍ରସିଦ୍ଧ ଅଟେ। କୁହାଯାଏ, ଜଙ୍ଗଲରେ ଗଛଗୁଡ଼ିକୁ ଲଗାଇବା ବେଳେ କୌଣସି ବିଶେଷ ପ୍ରକାରର ଟେକ୍ନୋଲୋଜି ପ୍ରୟୋଗ କରାଯାଇଛି। କିନ୍ତୁ ଏହାର ରହସ୍ୟ ଆଜି ପର୍ଯ୍ୟନ୍ତ କାହାକୁ ଜଣାପଡ଼ିନାହିଁ।

ଗଛଗୁଡ଼ିକ କେବଳ ବଙ୍କେଇ ଯିବା ରହସ୍ୟ ନୁହେଁ, ବରଂ ସବୁ ଗଛ ଗୋଟିଏ ହିଁ ଦିଗ ଆଡ଼କୁ ମୁହାଁଇବା, ଏହାର ରହସ୍ୟକୁ ଆହୁରି ଜଟିଳ କରିଦେଇଥାଏ। କ୍ରୁକଡ୍‌ ଜଙ୍ଗଲରେ ଗଛଗୁଡ଼ିକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ବର୍ତ୍ତମାନ ବି ଏହା ଲୋକଙ୍କ ପାଇଁ ରହସ୍ୟ ହୋଇ ରହିଛି।

ଏହାସହ ପଢ଼ନ୍ତୁ: ଏଠାରେ ଆପଣଙ୍କୁ ଭୋଗିବାକୁ ପଡ଼ିବ ଜେଲ୍‌ ଦଣ୍ଡ, ଯଦି ବ୍ୟବହାର କରିବେ ମୋବାଇଲ୍‌ ଫୋନ୍‌

ରହସ୍ୟମୟ ହେବା ସହିତ ଜଙ୍ଗଲଟି ଦେଖିବାକୁ ଖୁବ୍‌ ଆକର୍ଷଣୀୟ ଲାଗିଥାଏ। ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ମାଧ୍ୟାକର୍ଷଣ ଶକ୍ତି ଯୋଗୁ ଗଛଗୁଡ଼ିକ ଏପରି ବଙ୍କେଇ ଯାଆନ୍ତି। ଆଉ କେତେଜଣ କୁହନ୍ତି, ଅନ୍ୟ ଗ୍ରହରୁ ଆସିଥିବା ପ୍ରାଣୀଙ୍କର ଏଥିରେ ମୁଖ୍ୟ ଭୂମିକା ରହିଛି। ଯଦିଓ ଏହି ଜଙ୍ଗଲର ରହସ୍ୟ ଆଜି ପର୍ଯ୍ୟନ୍ତ କାହାକୁ ଜଣାପଡ଼ି ନାହିଁ, ତଥାପି ପ୍ରକୃତିର ଏହି ସୁନ୍ଦର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାଏ।

Roshni

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

4 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

36 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

38 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

41 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

48 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago