ଜ୍ୟୋତିଷଶାସ୍ତ୍ରରେ ନ୍ୟୁମେରୋଲୋଜି (Numerology)ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଏହା ଦ୍ୱାରା ଆପଣ କେବଳ ନିଜ ସ୍ୱଭାବ ନୁହେଁ ଭବିଷ୍ୟତ ବିଷୟରେ ମଧ୍ୟ ଜାଣିପାରିବେ। କେବଳ ଜନ୍ମତାରିଖରୁ ବି ଆପଣ ନିଜ ପାଇଁ ଶୁଭ ନମ୍ବର ଜାଣିପାରିବେ। ଏହା ଜାଣିବା ଖୁବ୍ ସହଜ। ଯଦି ଆପଣଙ୍କ ଜନ୍ମ ତାରିଖ ହେଉଛି ୦୮-୦୯-୧୯୯୪ ତେବେ ଏହାକୁ ମିଶାଇ ଆପଣ ନିଜ ଶୁଭ ନମ୍ବର ଜାଣିପାରିବେ।
ଅର୍ଥାତ୍ ୮+୯+୧+୯+୯+୪=୪୦
୪+୦=୪
ଶୁଭ ଅଙ୍କ-୪
ଏହି ଉପାୟରେ ଆପଣ ନିଜ ଶୁଭ ନମ୍ବର କେତେ ଜାଣିପାରିବେ।
ତେବେ ଆସନ୍ତୁ ଜାଣିବା କେଉଁ ଅଙ୍କର ବ୍ୟକ୍ତିଙ୍କ ସ୍ୱଭାବ କିଭଳି ହୋଇଥାଏ।
ଅଙ୍କ ୧:
ଯେଉଁ ବ୍ୟକ୍ତିଙ୍କ ଶୁଭ ଅଙ୍କ ୧ ହୋଇଥାଏ, ସେମାନଙ୍କ ଦୃଷ୍ଟିଶକ୍ତି ଗଭୀର ହୋଇଥାଏ। ଅର୍ଥାତ୍ ସେମାନେ ପାଟି ଅପେକ୍ଷା ଆଖିରେ ଅନେକ କଥା କହିଥାନ୍ତି। ଅଗ୍ନି ତତ୍ତ୍ୱ ଥିବା ଯୋଗୁ ଏହି ବ୍ୟକ୍ତିମାନେ ଅଧିକ ରାଗୀ ହୋଇଥାନ୍ତି। ସେମାନେ ନିଜ ସ୍ୱଭାବ ଯୋଗୁ ପରିସ୍ଥିତିକୁ ନିଜ ଅନୁସାରେ ସମ୍ଭାଳିଥାନ୍ତି। ଏହି ଅଙ୍କ ଥିବା ବ୍ୟକ୍ତି ବୁଲାବୁଲି କରିବାକୁ ଅଧିକ ପସନ୍ଦ କରିଥାନ୍ତି। ଏମାନଙ୍କ ଶୁଭ ଅଙ୍କ ୫ ଓ ୯ ଥିବା ବ୍ୟକ୍ତିଙ୍କ ସହ ଭଲ ପଡ଼େ।
ଶୁଭ ରଙ୍ଗ-ହଳଦିଆ
ଶୁଭ ତାରିଖ-୧୦ ଓ ୨୮
ଅଙ୍କ ୨:
ଶୁଭ ଅଙ୍କ ୨ଥିବା ବ୍ୟକ୍ତି ଅନ୍ୟକୁ ନିଜ ଆଡ଼କୁ ଆକର୍ଷିତ କରିବାରେ ମାହିର ହୋଇଥାନ୍ତି। ଏମାନଙ୍କ ଠାରେ ଅଧିକ ସେବା ଭାବ ଦେଖିବାକୁ ମିଳେ। ଏମାନେ ଅଧିକ ସ୍ୱାଦିଷ୍ଟ ଭୋଜନ କରିବାକୁ ପସନ୍ଦ କରିଥାନ୍ତି। ଛୋଟ ଛୋଟ କଥା ଏମାନଙ୍କୁ କଷ୍ଟ ଦିଏ। କିନ୍ତୁ କଠିନ ପରିସ୍ଥିତିକୁ ଏହି ଅଙ୍କ ଥିବା ବ୍ୟକ୍ତି ଖୁବ୍ ଧୈର୍ଯ୍ୟର ସହ ସାମ୍ନା କରିଥାନ୍ତି। ଏମାନଙ୍କର ପ୍ରାରମ୍ଭିକ ଜୀବନ ସଂଘର୍ଷମୟ ହୋଇଥାଏ କିନ୍ତୁ ଯୌବନରେ ଏମାନେ ସବୁ ସୁଖଲାଭ କରିଥାନ୍ତି। ଏମାନଙ୍କ ଶୁଭ ଅଙ୍କ ୪ ଓ ୭ ଥିବା ବ୍ୟକ୍ତିଙ୍କ ସହ ଭଲ ସମ୍ପର୍କ ଗଢ଼ିଉଠେ।
ଶୁଭ ରଙ୍ଗ- ଆକାଶୀ
ଶୁଭ ତାରିଖ-୨୦ ଓ ୩୦
ଅଙ୍କ ୩:
ଏହି ଶୁଭ ଅଙ୍କ ଥିବା ବ୍ୟକ୍ତି ଉତ୍ସାହୀ ଓ ସଂଘର୍ଷଶୀଳ ହୋଇଥାନ୍ତି। କିଛି ନୂଆ କରି ଦେଖାଇବା ପାଇଁ ଏମାନେ ସବୁବେଳେ ଚେଷ୍ଟା ଚଳାଇଥାନ୍ତି। ଏମାନେ କହିବା ଅପେକ୍ଷା ଶୁଣିବାକୁ ଅଧିକ ପସନ୍ଦ କରିଥାନ୍ତି। ଏମାନେ ସମୟକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଅଧିକ ସଜେଇ ହେବାକୁ ଏମାନେ ଆଦୌ ପସନ୍ଦ କରିନଥାନ୍ତି। ଏମାନେ ଅଙ୍କ ୬ ଓ ୭ ଥିବା ବ୍ୟକ୍ତିଙ୍କୁ ପସନ୍ଦ କରିଥାନ୍ତି।
ଶୁଭ ରଙ୍ଗ-ଜାମୁକୋଳିଆ ରଙ୍ଗ
ଶୁଭ ତାରିଖ-୯ ଓ ୨୭
ଅଙ୍କ ୪:
ଏହି ଶୁଭ ଅଙ୍କ ଥିବା ବ୍ୟକ୍ତି କ୍ରାନ୍ତିକାରୀ ବିଚାରଧାରାଯୁକ୍ତ ହୋଇଥାନ୍ତି। ଏମାନେ କିଛି ନୂଆ ଓ ଭିନ୍ନ କରିବାକୁ ଚାହିଁଥାନ୍ତି। ବାକ୍ଶକ୍ତି ମାଧ୍ୟମରେ ଏମାନେ ଲୋକଙ୍କୁ ବଶୀଭୂତ କରିଥାନ୍ତି। ଏମାନଙ୍କର ପସନ୍ଦ ଓ ରୁଚି ମଧ୍ୟ ଅନ୍ୟମାନଙ୍କ ଠାରୁ ଭିନ୍ନ ଓ ନିଆରା ହୋଇଥାଏ। ଏମାନେ ଅନ୍ୟ ଉପରେ ଶୀଘ୍ର ବିଶ୍ୱାସ କରିପାରିନଥାନ୍ତି। ଏମାନେ ଧର୍ମ, କର୍ମ, ଭୂତ-ପ୍ରେତ ଓ ଗୁପ୍ତ ବିଦ୍ୟା ଉପରେ ରୁଚି ରଖିଥାନ୍ତି। ଏମାନେ କ୍ଲର୍କ, ଷ୍ଟେନୋ, ଲେଖକ, ମେକାନିକ, ବୈଜ୍ଞାନିକ, ଦାର୍ଶନିକ, ରେଳ ବିଭାଗ ଆଦି କାମରେ ସଫଳତା ପ୍ରାପ୍ତ କରିଥାନ୍ତି। ଅଙ୍କ ୮ ଥିବା ଲୋକଙ୍କ ପ୍ରତି ଏମାନେ ଅଧିକ ଆକର୍ଷିତ ହୋଇଥାନ୍ତି। କିନ୍ତୁ ୨ ଓ ୭ ଅଙ୍କ ଥିବା ବ୍ୟକ୍ତିଙ୍କ ସହ ଏମାନଙ୍କ ଭଲ ସମ୍ପର୍କଥାଏ।
ଶୁଭ ରଙ୍ଗ-ହଳଦିଆ
ଶୁଭ ତାରିଖ-୧୦ ଓ ୧୯
ଅଙ୍କ ୫:
ଏହି ଅଙ୍କ ଥିବା ବ୍ୟକ୍ତି ସ୍ପଷ୍ଟବାଦୀ ହୋଇଥାନ୍ତି। ଏମାନେ ନିଜ ଚିନ୍ତାଧାରାକୁ ଭଲ ଭାବେ ଉପସ୍ଥାପିତ କରିପାରନ୍ତି। ଏମାନେ କଥା ଦ୍ୱାରା ଅନ୍ୟମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିପାରନ୍ତି। ଏମାନେ ଶାରୀରିକ ଅପେକ୍ଷା ମାନସିକ ପରିଶ୍ରମ କରିବାକୁ ଅଧିକ ପସନ୍ଦ କରିଥାନ୍ତି। ଏମାନେ ଲେଖକ, ଇଞ୍ଜିିନିୟର, ବେପାର, ପ୍ରଫେସର, ସମ୍ପାଦକ, ଖବରକାଗଜ ମାଲିକ, ପ୍ରକାଶକ ଆଦି କାମରେ ସଫଳତା ପାଇଥାନ୍ତି। ଅଙ୍କ ୧ ଓ ୭ ସହ ଏମାନଙ୍କର ଭଲ ପଡ଼େ।
ଶୁଭ ରଙ୍ଗ- ସବୁଜ
ଶୁଭ ତାରିଖ-୨୩ ଓ ୩୦
ଅଙ୍କ ୬:
ଏହି ଶୁଭ ଅଙ୍କ ଥିବା ବ୍ୟକ୍ତି କଳା ସଂସ୍କୃତି ଉପରେ ରୁଚି ରଖିଥାନ୍ତି। ଏମାନେ କିଛି ନୂଆ କରିବାକୁ ଇଚ୍ଛା ରଖନ୍ତି। ଏମାନେ ଭଲ ଭଲ ଖାଇବାକୁ ପସନ୍ଦ କରିଥାନ୍ତି। ଫ୍ୟାଶନ, ସିନେମା, ହୋଟେଲ, ରାଜନୀତି, କମ୍ପ୍ୟୁଟର ଆଦି କ୍ଷେତ୍ରରେ ଏମାନେ ଅଧିକ ସଫଳତାପ୍ରାପ୍ତ କରିଥାନ୍ତି। ଏହି ଅଙ୍କର ସ୍ତ୍ରୀ ଓ ପୁରୁଷ ଆଦର୍ଶ ସ୍ୱାମୀ ସ୍ତ୍ରୀ ହୋଇଥାନ୍ତି। ଅଙ୍କ ୩ ଓ ୧ ସହ ଏମାନଙ୍କ ବୁଝାମଣା ଉତ୍ତମ ହୋଇଥାଏ।
ଶୁଭ ରଙ୍ଗ- ଲାଲ୍
ଶୁଭ ତାରିଖ- ୬ ଓ ୨୩
ଅଙ୍କ ୭:
ଏହି ଶୁଭ ଅଙ୍କ ବିଶିଷ୍ଟ ବ୍ୟକ୍ତି ସମାଜରେ କିଛି ପରିବର୍ତ୍ତନ କରିବା କ୍ଷମତା ରଖିଥାନ୍ତି। ଏମାନେ ଭାବିବାକୁ ଭଲ ପାଆନ୍ତି। ଧର୍ମ ଅଧ୍ୟୟନ କରିବାକୁ ଏମାନେ ପସନ୍ଦ କରନ୍ତି। ଏକାକୀ ଜୀବନ ବିତାଇବାକୁ ଏହି ଅଙ୍କ ବିଶିଷ୍ଟ ଲୋକଙ୍କୁ ଭଲ ଲାଗେ। ଅଙ୍କ ୩, ୪ ଓ ୫ ସହ ଏମାନଙ୍କର ଭଲ ସମ୍ପର୍କ ଥାଏ।
ଶୁଭ ରଙ୍ଗ-ସୁନେଲି
ଶୁଭ ତାରିଖ- ୩ ଓ ୬
ଅଙ୍କ ୮:
ଏହି ଶୁଭ ଅଙ୍କଯୁକ୍ତ ବ୍ୟକ୍ତି ଛଳ କପଟଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି। ରହସ୍ୟମୟ କାମ କରିବାକୁ ଏମାନେ ଆଗ୍ରହ ପ୍ରକାଶ କରିଥାନ୍ତି। ଏମାନେ ମନ କଥା ମନରେ ହିଁ ରଖିଥାନ୍ତି। ଏମାନେ ଲୋକଙ୍କ ଉପରେ ନିଜ ପ୍ରଭାବ ରଖିବାରେ ସକ୍ଷମ ହୋଇଥାନ୍ତି। ଏମାନେ ଖେଳ, ଇଞ୍ଜିନିୟରିଂ, ପୋଲିସ, ସେନା, ଜ୍ୟୋତିଷ ଆଦି କାମ କରିବାକୁ ପସନ୍ଦ କରିଥାନ୍ତି। ଅଙ୍କ ୮ ଓ ୪ ବିଶିଷ୍ଟ ଲୋକଙ୍କୁ ଏମାନେ ପସନ୍ଦ କରନ୍ତି।
ଶୁଭ ରଙ୍ଗ-ଲାଲ୍
ଶୁଭ ତାରିଖ-୪ ଓ ୨୭
ଏହାସହ ପଢନ୍ତୁ: ଏହି କ୍ରିକେଟ୍ର ଉଭୟ ହାତରେ କରୁଛନ୍ତି ବୋଲିଂ ଓ ନେଉଛନ୍ତି ଓ୍ଵିକେଟ୍, ଦେଖନ୍ତୁ କେମିତି ଲଗାତାର ପାଭିଲିୟନ୍ଙ୍କୁ…
ଅଙ୍କ ୯:
ଏହି ଅଙ୍କ ବିଶିଷ୍ଟ ବ୍ୟକ୍ତି ନୂଆ ବିଚାରଧାରା ରଖିଥାନ୍ତି। ଏମାନେ ଉଭୟ ହସକୁରା ଓ ରାଗୀ ସ୍ୱଭାବର ହୋଇଥାନ୍ତି। ଏମାନଙ୍କ ପାଖରେ ଦୟା ଓ ସଂଘର୍ଷର ଅଦ୍ଭୁତ କ୍ଷମତା ରହିଥାଏ। ଏମାନେ ଲେଖାଲେଖି, ପୋଲିସ, ସେନା ଆଦିରେ ଅଧିକ ସଫଳତା ପାଇଥାନ୍ତି। ଅଙ୍କ ୧ ଓ ୩ ସହ ଏମାନଙ୍କର ଭଲ ପଡ଼ିଥାଏ।
ଶୁଭ ରଙ୍ଗ- ଗାଢ଼ ହଳଦିଆ
ଶୁଭ ତାରିଖ-୫ ଓ ୯