ଆପଣଙ୍କ ପିରିୟ୍ଡ଼ସର ବ୍ଲଡ଼ କହିବ ଆପଣ କେତେ ସୁସ୍ଥ କେତେ ଅସୁସ୍ଥ

ପିରିୟ୍ଡ଼ସ କିମ୍ବା ମହିଳା ମାନଙ୍କ ମାସିକଧର୍ମ ସମୟରେ ହେଉଥିବା କଷ୍ଟ ବାବଦରେ ତ ସମସ୍ତଙ୍କୁ ଜଣା । କିନ୍ତୁ ଜାଣନ୍ତିକି ପିରିୟ୍ଡ଼ସର ବ୍ଲଡ଼ ରଙ୍ଗରୁ ଆପଣ ନିଜ ସ୍ୱାସ୍ଥ୍ୟ ଓ ଏହି କାରଣରୁ ହେଉଥିବା ରୋଗ ବାବଦରେ ଜାଣିପାରିବେ । ରିପୋର୍ଟ ଅନୁଯାୟୀ ବିଶ୍ବ ବ୍ୟାଙ୍କ ଦେଇଥିବା ଏକ ତଥ୍ୟ ଅନୁସାରେ ବିଶ୍ୱବ୍ୟାପି ପ୍ରାୟ ୮୦ ଲକ୍ଷ ମହିଳା ପ୍ରତିଦିନ ପିରିୟ୍ଡ଼ସର ସାମ୍ନା କରୁଛନ୍ତି । ଜାଣନ୍ତିକି ପିରିୟ୍ଡ଼ସ ସମୟରେ ହେଉଥିବା ବଲିଡିଙ୍ଗର ରଙ୍ଗରୁ ଆମ ଶରୀରର ବ୍ୟାକ୍ଟେରିୟଲ ଇନଫେକ୍ସନ, ସେକ୍ସସୁଆଲ ଟ୍ରାନ୍ସମିଟେଡ଼ ଡିଜିଜ ଆଦିର ସଂକେତ ମିଳିଥାଏ । ଆୟୁ ହେଲ୍ଥ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ଅନନ୍ୟା ଆରଙ୍କ କହିବା ଅନୁଯାୟୀ ମହିଳା ମାନଙ୍କ ଋତୁଶ୍ରାବ ଆରମ୍ଭର କିଛି ବର୍ଷରେ ହେଉଥିବା ପରିବର୍ତ୍ତନ ଖୁବ ସାଧାରଣ କଥା । ଏହି ସମୟରେ ରକ୍ତର ରଙ୍ଗ ଲାଲରୁ ବ୍ରାଉନ କଲରର ହୋଇପାରେ । ପିରିୟଡ଼ ସାଇକେଲ ସମୟରେ ରକ୍ତର ରଙ୍ଗରେ ପରିବର୍ତ୍ତନ ମଧ୍ୟ ଦେଖାଦେଇପାରେ । ଉଦାହରଣ ସ୍ୱରୂପ ଆରମ୍ଭରେ ରକ୍ତର ରଙ୍ଗ ଗାଢ଼ ନାଲି ରଙ୍ଗରୁ ବୟସାନୁସାରେ ରଷ୍ଟୀ ବ୍ରାଉନ କିମ୍ବା ଧୂସର ବ୍ରାଉନ ରଙ୍ଗର ବି ହୋଇପାରେ ।

ଏମିତି ବି ହୋଇପାରେ ପ୍ରଥମେ ପ୍ରଥମେ ଏହାର ରଙ୍ଗ ବ୍ରାଉନ କଲରର ହୋଇଥିବାବେଳେ ଧୀରେ ଧୀରେ ଏହା ଲାଲ ରଙ୍ଗରେ ପରିବର୍ତ୍ତନ ହୋଇପାରେ । ସେ ଏହା ମଧ୍ୟ କହିଛନ୍ତିଯେ ପିରିୟଡ଼ ସମୟରେ ବ୍ଲଡ଼ର ରଙ୍ଗ ସାମାନ୍ୟ ତୁଳନାରେ ଯଦି ଲଗାତାର ହାଲୁକା ହୋଇଯାଏ ତେବେ ଚିନ୍ତା ବଢିଯାଏ । କିଛି କ୍ଷେତ୍ରରେ ବ୍ଲଡ଼ର ରଙ୍ଗ ଗାଢ଼ ପରପଲ ରେଡ ବି ହୋଇପାରେ । ଯେଉଁମାନେ ଅତୀତରେ ଫାଇବ୍ରାଏଡ଼ କିମ୍ବା ଅଂଡୋମେଟ୍ରିୟୋସୀସର ସାମ୍ନା କରିଥିବେ ସେମାନଙ୍କ ରଙ୍ଗ ଏହିପରି ରଙ୍ଗର ହୋଇପାରେ । ଯେଉଁ ମହିଳା ମାନଙ୍କ ପିରିୟ୍ଡ଼ସ ବ୍ଲଡ଼ର ରଙ୍ଗ ଗାଢ଼ ନାଲି ରଙ୍ଗର ହୋଇଥାଏ ସେମାନଙ୍କ ଠାରେ ଗର୍ଭଧାରଣ କରିବାର ସମ୍ଭାବନା ଖୁବ କମଥାଏ । ସେମାନଙ୍କ ଠାରେ କ୍ଳଟିଂଗ ସମସ୍ୟା ବି ଦେଖାଦିଏ । ଯାହାଦ୍ୱାରା ପ୍ରେଗ୍ନେନ୍ସି ସମୟରେ ପ୍ଳେସେଣ୍ଟାକୁ କ୍ଷତି ପହଂଚିଥାଏ ।

ଯଦି କାହା ଠାରେ ଅନ୍ୟ କୌଣସି ଲକ୍ଷଣ ବି ଦେଖାଦିଏ ତେବେ ସେମାନେ ଡାକ୍ତରଙ୍କ ପରାମର୍ଶ ନେଇନେବା ଜରୁରୀ । ବାଙ୍ଗାଲୋରର ମିଲନ ଫର୍ଟିଲିଟି ହସ୍ପିଟାଲର ଡାକ୍ତର ସ୍ନେହା ଡ଼ି ସେଟ୍ଟୀଙ୍କ କହିବା ଅନୁଯାୟୀ ପିରିୟ୍ଡ଼ସ ମହିଳାଙ୍କ ସ୍ୱାସ୍ଥ୍ୟ ବାବଦରେ ଅନେକ କିଛି ସୂଚନା ଦେଇଥାଏ । କେତେ ଦିନ ପର୍ଯ୍ୟନ୍ତ ରକ୍ତଶ୍ରାବ ହେଉଛି, ଏହି ସମୟରେ କେତେ ପରିମାଣରେ ରକ୍ତଶ୍ରାବ ହେଉଛି, ଏହି ସମୟରେ ରକ୍ତର ରଙ୍ଗ କିପରି ରହୁଛି ପରି ଲକ୍ଷଣ ଗୁଡିକ ମହିଳାଙ୍କ ସ୍ୱାସ୍ଥ୍ୟ ବାବଦରେ ଅନେକ କିଛି ସୂଚନା ଦେଇଥାଏ । ସେ ଏହା ମଧ୍ୟ କହିଛନ୍ତିକି ଅଧିକାଂଶ ମହିଳାଙ୍କ କ୍ଷେତ୍ରରେ ପିରିୟ୍ଡ଼ସ ଦୁଇରୁ ପାଞ୍ଚ ଦିନ ଯାଏଁ ହୋଇଥାଏ । ଆରମ୍ଭର ଦୁଇରୁ ତିନି ଦିନ ହାଲୁକା ରଙ୍ଗର ବ୍ଳ୍ଇଡିଙ୍ଗ ହୋଇଥାଏ । ପିରିୟଡ଼ ବ୍ଲଡ଼ର ରଙ୍ଗ ହର୍ମୋନ ଆକ୍ଟିଭିଟି, ପିରିୟଡ଼ର ଅବଧି, ଇନଫେକ୍ସନ, ମେଡିକାଲ ସ୍ଥିତି ଆଦି ବାବଦରେ ସୂଚନା ଦେଇଥାଏ ।

ଯାହା ବାବଦରେ ଜାଣି ସମୟ ଥାଉ ଥାଉ ଚିକିତ୍ସା କରାଇଲେ ରୋଗ ବ୍ୟାଧି ଠାରୁ ସୁରକ୍ଷା ମିଳିପାରିବ । ଯଦି ପିରିୟଡ଼ ଆରମ୍ଭରେ ବ୍ଲଡ଼ର ରଙ୍ଗ ଗାଢ଼ ଲାଲ ହୁଏ ତେବେ ଏହା ଫାଇବ୍ରଏଡ଼ ୟୁଟ୍ରସ, ମିସକ୍ୟାରେଜ, ଏକ୍ଟୋପିକ ପ୍ରେଗ୍ନେନ୍ସି ଆଦିର ସୂଚନା ଦେଇଥାଏ । ପିରିୟଡ଼ ବ୍ଲଡ଼ର ରଙ୍ଗ ଆରମ୍ଭରେ ବ୍ରାଉନ କିମ୍ବା ବ୍ଳାକିଷ ବ୍ରାଉନ ହେଉଥିବାବେଳେ । ଏହା ବ୍ୟତୀତ ଯଦି ବ୍ଲଡ଼ର ରଙ୍ଗ ଧୂସର, ହଳଦିଆ, କମଳା କିମ୍ବା ସବୁଜ ହୋଇଥାଏ ଏବଂ ସେଥିରୁ ପ୍ରବଳ ମାତ୍ରାରେ ଦୁର୍ଗନ୍ଧ ବାହାରୁଥାଏ ତେବେ ଜାଣିରଖନ୍ତୁକି ବ୍ୟାକ୍ଟେରିୟଲ ଇନଫେକ୍ସନ କିମ୍ବା ଏସିଡ଼ିଟି ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.