ମହାଭାରତରେ କୁନ୍ତୀ, ଧୃତରାଷ୍ଟ୍ର ଏବଂ ଗାନ୍ଧାରୀଙ୍କୁ ଏପରି ମିଳିଥିଲା ଭୟଙ୍କର ମୃତ୍ୟୁ
ମହାଭାରତ ଯୁଦ୍ଧ ଶେଷ ହେବା ପରେ ଯେତେବେଳେ ଯୁଧିଷ୍ଠିରଙ୍କୁ ହସ୍ତିନାପୁରର ମହାରାଜା କରାଯାଇଥିଲା ସେହି ସମୟରେ କୌରବଙ୍କ ପିତା ଧୃତରାଷ୍ଟ୍ର ନିଜର ପତ୍ନୀ ଗାନ୍ଧାରୀ ଏବଂ ପାଣ୍ଡବଙ୍କ ମା କୁନ୍ତୀଙ୍କ ସହ ପ୍ରାସାଦ ଛାଡି ଚାଲି ଯାଇଥିଲେ । ଏହି ତିନି ଜଣ ଯେତେବେଳେ ବନକୁ ଯିବା ପାଇଁ ଯୁଧିଷ୍ଠିରଙ୍କ ପାଖରେ ଆଜ୍ଞା ଆଣିବାକୁ ପହଞ୍ଚିଲେ ସେହି ସମୟରେ ଯୁଧିଷ୍ଠିର ଏବଂ ସମସ୍ତ ପାଣ୍ଡବ ଭାଇମାନେ ତାଙ୍କୁ ଯିବା ପାଇଁ ମନା କରିଥିଲେ। କିନ୍ତୁ ଭୀମ କୌରବଙ୍କ ପ୍ରତି ନିଜର ଈର୍ଷାକୁ ଅଧିକ ଦିନ ପର୍ଯ୍ୟନ୍ତ ଦବାଇ ରଖି ନପାରି ଅନେକ ସମୟରେ ଧୃତରାଷ୍ଟ୍ରଙ୍କୁ ସମାଲୋଚନା କରୁଥିଲେ। ଦିନେ ଭୀମଙ୍କ ମୁହଁରୁ ଏପରି କିଛି କଥା ବାହାରିଥିଲା, ଯାହା ଧୃତରାଷ୍ଟ୍ରଙ୍କୁ ଖୁବ୍ ଆଘାତ ଦେଇଥିଲା ଏବଂ ଶେଷରେ ସେ ରାଜମହଲ ଛାଡି ଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ଧୃତରାଷ୍ଟ୍ର ଗାନ୍ଧାରୀଙ୍କୁ ନେଇ ବନକୁ ଯିବା ସମୟରେ ତାଙ୍କ ସହ କୁନ୍ତୀ ମଧ୍ୟ ଯିବା ପାଇଁ ଜିଦ୍ ଧରିଥିଲେ।
ଏହାସହ ପଢନ୍ତୁ: ଏହି ଦିନ ଆପଣ ଓସ୍ତ ଗଛ ପୂଜା କରୁଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ, ନଚେତ୍ . . . . .
ଏହି ସମୟରେ ଯୁଧିଷ୍ଠିର ପୁଣି ଥରେ ବନକୁ ଯିବା ପାଇଁ ମନା କରିବା ସମୟରେ ବେଦବ୍ୟାସ ରାଜମହଲରେ ପହଞ୍ଚିଥିଲେ ଏବଂ ସେ ଯୁଧିଷ୍ଠିରଙ୍କୁ ଆଜ୍ଞା ଦେବା ପାଇଁ କହିଥିଲେ। ବେଦବ୍ୟାସ ନିଜେ ତାଙ୍କ ସହ ଧୃତରାଷ୍ଟ୍ର, ଗାନ୍ଧାରୀ ଏବଂ କୁନ୍ତୀଙ୍କୁ ନେଇ ବନରେ ପହଞ୍ଚିଥିଲେ। ଅ
ନେକ ବର୍ଷ ତିନି ଜଣ ବାନପ୍ରସ୍ଥ ଆଶ୍ରମରେ ଜୀବନ ଯାପନ କରିଥିଲେ। ବିଳାସପୂର୍ଣ୍ଣ ଜୀବନରୁ ବନରେ ଜୀବନ ଯାପନ କରିବା ସମୟରେ ତାଙ୍କର ଶରୀର ଦୁର୍ବଳ ହେବାକୁ ଲାଗିଲା। ଦିନେ ହଠାତ୍ ବନରେ ନିଆଁ ଲାଗିଗଲା। ସେଠାରେ ଥିବା ସମସ୍ତ ଲୋକ ନିଜ ନିଜର ଜୀବନ ବଞ୍ଚାଇବାକୁ ଯାଇ ଯେ ଯୁଆଡେ ଚାଲିଗଲେ। କିନ୍ତୁ ଧୃତରାଷ୍ଟ୍ର, ଗାନ୍ଧାରୀ ଏବଂ କୁନ୍ତୀ ନିଆଁ ଘେରରେ ଫସି ଯାଇଥିଲେ। ଯେତେବେଳେ ଏହି ସ୍ଥାନରୁ ବଞ୍ଚିବା ପାଇଁ ସମସ୍ତ ରାସ୍ତା ବନ୍ଦ ହୋଇଯାଇଥିଲା ସେମାନେ ତିନି ଜଣ ଧ୍ୟାନ ମୁଦ୍ରାରେ ବସି ଯାଇଥିଲେ ଏବଂ ଏହି ଅବସ୍ଥାରେ ତିନିଜଣ ଅଗ୍ନିରେ ଜଳି ଜୀବନ ହାରିଥିଲେ।